former us president donald trump arrested
ଆତ୍ମସମର୍ପଣ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍ରେ ରଖାଯାଇଥିଲା। ଏହି ସମୟରେ ତାଙ୍କର ମଗସଟ୍ ନିଆଯାଇଥିଲା।
କଏଦୀଙ୍କ ଭଳି ଜେଲ୍ କର୍ତ୍ତୃପକ୍ଷ ଟ୍ରମ୍ପଙ୍କ ଫଟୋ ଉଠାଇଥିଲେ। ପ୍ରଥମଥର ପାଇଁ ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କର ଏପରି ଫଟୋ ନିଆଯାଇଥିଲା। ଟ୍ରମ୍ପ ପ୍ରାୟ ୨୦ ମିନିଟ୍ ଜେଲ୍ରେ ରହିବା ପରେ ତାଙ୍କୁ ଜାମିନରେ ଛଡ଼ାଯାଇଥିଲା।
୨୦୨୦ ମସିହା ଜର୍ଜିଆ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଯୋଜନା କରିବା ନେଇ ଟ୍ରମ୍ପଙ୍କ ସହ ଅନ୍ୟ ୧୮ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ପୂର୍ବରୁ ମଧ୍ୟ ଟ୍ରମ୍ପ ୪ଥର ଜେଲ୍ ଯାଇ ସାରିଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ତାଙ୍କର ମଗସଟ୍ ନିଆଯାଇଛି।
ସେପଟେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ତାଙ୍କର ମଗସଟ୍ ପୋଷ୍ଟ କରି ନିର୍ବାଚନରେ ସେ କୌଣସି ପ୍ରକାର ହସ୍ତକ୍ଷେପ କରି ନାହାନ୍ତି ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1692935427.jpg)