ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, ଲଢ଼ିପାରିବେନି ୨୪ ନିର୍ବାଚନ

କୋଲୋରାଡୋ କୋର୍ଟର ଏହି ରାୟକୁ ଚାଲେଞ୍ଜ କରି ଉପର ଅଦାଲତର ଦ୍ୱାରସ୍ଥ ହୋଇପାରିବେ ଡୋନାଲ୍ଡ ଟ୍ରମ୍ପ ।

Donald Trump

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେନି ଟ୍ରମ୍ପ। କ୍ୟାପିଟଲ୍ ହିଂସା ମାମଲାରେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କଲେ କୋଲୋରାଡୋ କୋର୍ଟ। ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ ଅନୁସାରେ ଏହି ରାୟ ଦେଇଛନ୍ତି କୋର୍ଟ । ବିଦ୍ରୋହ ସଂପର୍କିତ ଏହି ଧାରାକୁ ବ୍ୟବହାର କରି କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କୁ ଆମେରିକା ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯିବାରେ ଏହା ପ୍ରଥମ ଘଟଣା।

୨୦୨୧ ଜାନୁଆରୀ ୬ରେ କ୍ୟାପିଟଲ୍ ହିଂସାକୁ ଉସୁକାଇବା ଅଭିଯୋଗ ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିଛି । ତେବେ କୋଲୋରାଡୋ କୋର୍ଟର ଏହି ରାୟକୁ ଚାଲେଞ୍ଜ କରି ଉପର ଅଦାଲତର ଦ୍ୱାରସ୍ଥ ହୋଇପାରିବେ ଡୋନାଲ୍ଡ ଟ୍ରମ୍ପ ।