Advertisment

ରେଷ୍ଟୁରାଣ୍ଟରୁ ମଦ ନେଇ ମଡେଲ୍‌ ଫେରାର, ୪ ଦେଶ ପାଇଁ ଥିଲେ ୱାଣ୍ଟେଡ୍‌ !

ଗତବର୍ଷ ଅକ୍ଟୋବରରେ ମଡେଲ୍‌ ପ୍ରିସିଲା କ୍ରୋଏସିଆରେ ଥିବା ଏକ ଲକ୍‌ଜୁରୀ ରେଷ୍ଟୁରାଣ୍ଟରୁ ୨.୪୪ ମିଲିୟନ ଡଲାର(୧୯ କୋଟି ଟଙ୍କାରୁ ଅଧିକ) ମୂଲ୍ୟର ଦାମୀ ୱାଇନ୍‌ ଚୋରି କରିଥିଲେ।

Former Beauty Queen Allegedly Involved In Theft of Wine

Former Beauty Queen Allegedly Involved In Theft of Wine

Advertisment

ରେଷ୍ଟୁରାଣ୍ଟରୁ ମଦ ଚୋରି କରିବା ଅଭିଯୋଗରେ ଜଣେ ମଡେଲ୍‌ଙ୍କୁ ପୋଲିସ୍‌ ଗିରଫ କରିଛି। ଚୋରି ହୋଇଥିବା ମଦର ଦାମ୍‌ ପାଖାପାଖି ୨୦ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଗିରଫ ମଡେଲ୍‌ ହେଲେ ମେକ୍ସିକୋର ୨୯ ବର୍ଷୀୟା ପ୍ରିସିଲା ଲାରା ଗୁଏଭାରା(Priscila Lara Guevara)। ପୋଲିସ୍ ପ୍ରିସିଲା ଓ ତାଙ୍କର ଜଣେ ସହଯୋଗୀଙ୍କୁ ପୋଲିସ୍‌ ଗିରଫ କରିଛି। ପୋଲିସ୍‌ ସୂଚନା ଅନୁସାରେ, ରେଷ୍ଟୁରାଣ୍ଟରୁ ମଦ ଚୋରି କରିବା ପୂର୍ବରୁ ରେକି କରାଯାଇଥିଲା। 

Advertisment

ଅଭିଯୋଗ ଅନୁସାରେ, ଗତବର୍ଷ ଅକ୍ଟୋବରରେ ପ୍ରିସିଲା କ୍ରୋଏସିଆରେ ଥିବା ଏକ ଲକ୍‌ଜୁରୀ ରେଷ୍ଟୁରାଣ୍ଟରୁ ୨.୪୪ ମିଲିୟନ ଡଲାର(୧୯ କୋଟି ଟଙ୍କାରୁ ଅଧିକ) ମୂଲ୍ୟର ଦାମୀ ୱାଇନ୍‌ ଚୋରି କରିଥିଲେ। The Telegraphର ଏକ ରିପୋର୍ଟ ଅନୁସାରେ, ରେଷ୍ଟୁରାଣ୍ଟରୁ ୪୫ଟି ମୂଲ୍ୟବାନ ୱାଇନ୍‌ ଓ ଉନିବଂଶ ଶତାବ୍ଦୀର ଏକ ମଦ ବୋତଲ ଚୋରି କରିବା ଅଭିଯୋଗରେ ପ୍ରିସିଲା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ରେଷ୍ଟୁରାଣ୍ଟରେ କିଚେନ୍‌ ସର୍ଭିସ୍‌ ବନ୍ଦ ହେବା ପରେ ୱେଟର୍‌ଙ୍କୁ ଅର୍ଡର ଦେବା ଆଳରେ ତାଙ୍କର ଧ୍ୟାନ ଅନ୍ୟ ଜିନିଷ ଉପରେ କରାଇଥିଲେ। ଏହାପରେ ଲୁଚିଛପି କବାଟ ଖୋଲି ମଦ ରଖା ଯାଇଥିବା ସ୍ଥାନରୁ ଏହାକୁ  ଚୋରି କରିଥିଲେ। 

ମଦ ବୋତଲ ଚୋରି କରିବା ପରେ ପ୍ରିସିଲା ଏହାକୁ ନିଜ ବ୍ୟାଗ୍‌ରେ ଭର୍ତ୍ତି କରି ରେଷ୍ଟୁରାଣ୍ଟରୁ ଫେରାର ମାରିଥିଲେ। ସିସିଟିଭିରେ ଏ ସମସ୍ତ ଦୃଶ୍ୟ କଏଦ ହୋଇଛି। ଚୋରି ଘଟଣା ଜଣାପଡ଼ିବା ପରେ ଏନେଇ ହଇଚଇ ସୃଷ୍ଟି ହୋଇଥିଲା। ପ୍ରିସିଲା ଓ ତାଙ୍କ ସହଯୋଗୀଙ୍କୁ ଧରିବା ଲାଗି ସ୍ପେନିଶ୍‌, ଡଚ୍‌, କ୍ରୋଏସିଆ ଓ ରୋମାନିଆ ପୋଲିସ୍‌ ସମେତ ଇଣ୍ଟରପୋଲ୍‌ର ସହାୟତା ନିଆଯାଇଥିଲା। ତେବେ ସୀମା ପାର୍‌ ବେଳେ କ୍ରୋଏସିଆ ପୋଲିସ୍‌ ପ୍ରିସିଲା ଓ ତାଙ୍କ ସହଯୋଗୀଙ୍କୁ ଧରିଥିଲା। 

Advertisment

ସୂଚନାଥାଉ କି, ପ୍ରିସିଲା ଲାରା ଗୁଏଭାରା ମେକ୍ସିକୋରେ Miss Earth-2016 ହୋଇଥିଲେ। ସେ ବିୟୁଟି କ୍ୱିନ୍‌ ଭାବେ ବେଶ୍‌ ଜଣାଶୁଣା। ତେବ ଚୋରି କେସ୍‌ରେ ଫସିବା ପରେ ସେ ଏବେ ଆହୁରି ଚର୍ଚ୍ଚାରେ ଅଛନ୍ତି। 

Theft Case Former Beauty Queen Priscila Lara Guevara Priscila Lara Guevara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ