Advertisment

ଏହି କମ୍ପାନୀରେ କାମ କଲେ ଦରମା ମିଳିବ ୬୩ ଲକ୍ଷ!

ଲିଙ୍କନଶିୟର୍ ଫୁଡ କମ୍ପାନୀ ତରଫରୁ କର୍ମଚାରୀ ମାନଙ୍କୁ ଏକ ବଡ ଅଫର୍‌ ଦିଆଯାଇଛି। ଏହି ଅଫର ଅନୁଯାୟୀ କର୍ମଚାରୀ ମାନେ ବିପୁଳ ପରିମାଣରେ ଅର୍ଥରାଶି ରୋଜଗାର କରିପାରିବେ। ଫାର୍ମିଙ୍ଗ୍ ଗ୍ରୁପ ଟିଏଚ୍ କ୍ଲେମେଣ୍ଟ୍ସ କର୍ମଚାରୀଙ୍କ ପାଇଁ ଘଣ୍ଟା ପ୍ରତି ୩୦ ପାଉଣ୍ତ ଅର୍ଥରାଶିର ଘୋଷଣା କରିଛନ୍ତି। ଅର୍ଥାତ କର୍ମଚାରୀଙ୍କୁ ମାସକୁ ୬୨,୦୦୦ ପାଉଣ୍ତ ମଜୁରି ମିଳିବ।

brocoli company

brocoli company

Advertisment

ନୂଆଦିଲ୍ଲୀ: ଲିଙ୍କନଶିୟର୍ ଫୁଡ କମ୍ପାନୀ ତରଫରୁ କର୍ମଚାରୀ ମାନଙ୍କୁ ଏକ ବଡ ଅଫର୍‌ ଦିଆଯାଇଛି। ଏହି ଅଫର ଅନୁଯାୟୀ କର୍ମଚାରୀ ମାନେ ବିପୁଳ ପରିମାଣରେ ଅର୍ଥରାଶି ରୋଜଗାର କରିପାରିବେ। ଫାର୍ମିଙ୍ଗ୍ ଗ୍ରୁପ ଟିଏଚ୍ କ୍ଲେମେଣ୍ଟ୍ସ କର୍ମଚାରୀଙ୍କ ପାଇଁ ଘଣ୍ଟା ପ୍ରତି ୩୦ ପାଉଣ୍ତ ଅର୍ଥରାଶିର ଘୋଷଣା କରିଛନ୍ତି। ଅର୍ଥାତ କର୍ମଚାରୀଙ୍କୁ ମାସକୁ ୬୨,୦୦୦ ପାଉଣ୍ତ ମଜୁରି ମିଳିବ। ଭାରତୀୟ ମୁଦ୍ରା ଅନୁଯାୟୀ ଏହା ୬୩ ଲକ୍ଷ ଟଙ୍କା ସହ ସମାନ।

Advertisment

ଇଂଲଣ୍ତରେ ଦିନକୁ ଦିନ କର୍ମଚାରୀଙ୍କ ଅଭାବ ଦେଖାଯାଉଛି। ଏହି କାରଣରୁ କମ୍ପାନୀ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏନେଇ ଇଂଲଣ୍ତର ଏକ ଫୁଡ କମ୍ପାନୀ ଲିଙ୍କନଶିୟର୍ କର୍ମଚାରୀଙ୍କ ପାଇଁ ଏକ ବଡ ଅଫରର ଘୋଷଣା କରିଛନ୍ତି। ଅର୍ଥାତ୍‌ ଜମିରୁ ବ୍ରୋକୋଲି ସଂଗ୍ରହ କଲେ କମ୍ପାନୀ ତରଫରୁ ମାସକୁ ୬୩ ଲକ୍ଷ ଟଙ୍କାର ମଜୁରି ଦିଆଯିବ। କମ୍ପାନୀର ନିର୍ଦ୍ଧିଷ୍ଟ କର୍ମଚାରୀ ମାନଙ୍କୁ ବୋସ୍ଟନ୍‌ରେ ଥିବା ଲିଙ୍କନସିୟର୍‌ ଜମିରେ କାମକରିବାକୁ ପଠାଯିବ, ଯାହା ଦ୍ୱାରା କର୍ମଚାରୀ ମାନେ ପ୍ରତିଦିନ ୨୪୦ ପାଉଣ୍ତ ରୋଜଗାର କରିପାରିବେ।

Advertisment

ପ୍ରମୁଖ ଖାଦ୍ୟ ଯୋଗାଣକାରୀ ତଥା ଦୋକାନ ବଜାରକୁ ବ୍ରୁସେଲ୍ସ୍ ସ୍ପାଉଟ୍ସ ଓ ବ୍ରୋକୋଲି ଯୋଗାଉଥିବା ଏହି କମ୍ପାନୀରେ ପଦବୀ ଖାଲି ଥିବାର ବିଜ୍ଞାପନ ଦିଆଯାଇଛି। ବିଜ୍ଞାପନରେ କର୍ମଚାରୀଙ୍କୁ ଘଣ୍ଟା ପ୍ରତି ୩୦ ପାଉଣ୍ତ ଦିଆଯିବାର ଘୋଷଣା କରାଯାଇଛି। ଏନେଇ କମ୍ପାନୀର ଟିଏଚ୍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ କମ୍ପାନୀକୁ ବ୍ରୋକୋଲି ସଂଗ୍ରହ କରାଇବା ପାଇଁ ଏକ ଫିଲ୍ଡ ଅପରେଟର ଆବଶ୍ୟକ ରହିଛି। କ୍ଲେମେଣ୍ଟ୍ସ ସୋସିଆଲ ମିଡିଆରେ ବ୍ରୋକୋଲି ଜମିର ଅନେକ ଫଟୋ ପୋଷ୍ଟ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ଫଟୋରେ ଦର୍ଶାଯାଇଛି ଯେ ଶ୍ରମିକ ମାନଙ୍କୁ କାମରୁ ଫେରିଲା ବେଳେ ଆଇସକ୍ରିମ୍ ଖାଇବାକୁ ଦିଆଯାଉଛି।

କାମରେ ଆଗ୍ରହ ରଖୁଥିବା ଯେକୌଣସି ବ୍ୟକ୍ତି କମ୍ପାନୀର ଫେସବୁକ୍ ସାଇଟରେ ଯାଇ ବିଜ୍ଞାପନରେ ଆବେଦନ କରିପାରିବେ। ଏଭଳି ଅଫର ଦେଉଥିବା କମ୍ପାନୀ କେବଳ ଲିଙ୍କନସିୟର ନୁହେଁ ବରଂ ଅନେକ କମ୍ପାନୀ ଏଭଳି ଅଫରର ଘୋଷଣା କରୁଛନ୍ତି।

Advertisment
Brocoli Company Boston
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ