Advertisment

ଆକାଶଛୁଆଁ ପରିବା ଦର, ଆଳୁ ରେଟ୍‌ ୨ ଶହ ତ କଞ୍ଚାଲଙ୍କା ରେଟ୍‌ ୭ ଶହ

ହଜାରେ ମୁହାଁ ପରିବା ଦର । ଏମିତିକି ବଜାରରେ କଞ୍ଚା ଲଙ୍କା କିଲୋ ପ୍ରତି ୭୧୦ ଟଙ୍କା ରହିଥିବାବେଳ ବିନ୍ସ କିଲୋ ପିଛା ୩୨୦ ଟଙ୍କା, ଗାଜର ୨୦୦ ଟଙ୍କା, କଞ୍ଚା କଦଳୀ ୧୨୦ ଟଙ୍କା, ଭେଣ୍ଡି ୨୦୦ ଓ ବିଲାତି ୨୦୦ ଟଙ୍କାରେ ବିକ୍ରି ହେଉଛି ।

ଅଦ୍ୟତନ ହୋଇଛି
South asia food and drink prices skyrocket in sri lanka rs 200 kg potato green chilli cost rs 710 pe

South asia food and drink prices skyrocket in sri lanka rs 200 kg potato green chilli cost rs 710 pe

Advertisment

ଖାଉଟିଙ୍କୁ ମହଙ୍ଗା ମାଡ । ହଜାରେ ମୁହାଁ ପରିବା ଦର । ଏମିତିକି ବଜାରରେ କଞ୍ଚା ଲଙ୍କା କିଲୋ ପ୍ରତି ୭୧୦ ଟଙ୍କା ରହିଥିବାବେଳ ବିନ୍ସ କିଲୋ ପିଛା ୩୨୦ ଟଙ୍କା, ଗାଜର ୨୦୦ ଟଙ୍କା, କଞ୍ଚା କଦଳୀ ୧୨୦ ଟଙ୍କା, ଭେଣ୍ଡି ୨୦୦ ଓ ବିଲାତି ୨୦୦ ଟଙ୍କାରେ ବିକ୍ରି ହେଉଛି । ଆକାଶ ଛୁଆଁ ଦରଦାମ୍‌ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Advertisment

ଶ୍ରୀଲଙ୍କା ରାଷ୍ଟପତି ଗୋଟାବାୟା ରାଜପକ୍ସା (Gotabaya Rajapaksa) ଦେଶର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀ କାଳିନ ପରିସ୍ଥିତି ଲାଗୁ କରିଦେଇଛନ୍ତି । ଫଳରେ ବିଭିନ୍ନ ଖାଦ୍ୟପାନୀୟ ଜିନିଷର ଦରଦାମ୍‌ ବୃଦ୍ଧି ପାଇଛି । ମାତ୍ର ଏକ ମାସ ମଧ୍ୟରେ ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ଅନେକ ଜିନିଷର ଅଭାବ ଦେଖାଦେଇଛି ଏବଂ ଏହାର ପ୍ରତ୍ୟକ୍ଷ ପ୍ରଭାବ ଜନଜୀବନରେ ଦେଖାଯାଉଛି ।

ରାକ୍ଷୀ ନ୍ୟୁଜ୍ ପେପର ତଥ୍ୟ ଅନୁଯାୟୀ,ଏକ ଟ୍ୟାକ୍ସି ଡ୍ରାଇଭର କହିଛନ୍ତି ଯେ,ତାଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଋଣ ପରିଶୋଧ କରିବାକୁ ମଧ୍ୟ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ, ତେଣୁ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି କରାଯାଇଛି ।

Advertisment

ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଶ୍ରୀଲଙ୍କାର ଏହି ଅବସ୍ଥା ପଛରେ କରୋନା ମହାମାରୀ, ସରକାରୀ ଖର୍ଚ୍ଚ ବୃଦ୍ଧି ଏବଂ ଟିକସ ହ୍ରାସ ଭଳି ପ୍ରମୁଖ କାରଣ ଦାୟୀ ରହିଛି । ଚୀନ୍‌ର ଋଣ ଜାଲରେ ବୁଡି ରହିଥିବା ଶ୍ରୀଲଙ୍କାକୁ ଡ୍ରାଗନ୍‌ ଋଣ ପରିଶୋଧ କରିବାରେ ସାହାଯ୍ୟ କରିବାର ପ୍ରତିଶୃତି ଦେଇଛି । ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶ୍ରୀଲଙ୍କା ଗସ୍ତ ସମୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ଏହି ସହାୟତା ଲୋଡିଛନ୍ତି।

ସୂଚନା ଅନୁସାରେ, ଶ୍ରୀଲଙ୍କା ଚୀନ୍ ଠାରୁ ଅତ୍ୟାଧିକ ଋଣ ନେଇଛି ଯାହା ବର୍ତ୍ତମାନ ଏକ ଫାନ୍ଦରେ ପରିଣତ ହୋଇଛି । ଏପରି ଖରାପ ସ୍ଥିତିରେ ମଧ୍ୟ ଚଳିତ ବର୍ଷ ଚାଇନାକୁ ଶ୍ରୀଲଙ୍କା ୧.୫ ରୁ ୨ ବିଲିୟନ ଡଲାର ଫେରସ୍ତ କରିବାକୁ ପଡିବ । ଏନେଇ ଶ୍ରୀଲଙ୍କାର ଜଣେ ସାଂସଦ ଚୀନ୍ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ସେଥିରେ ଦେଶକୁ ଆର୍ଥିକ ଦୃଷ୍ଟିରୁ ଆକ୍ରମଣ କରିବା ବନ୍ଦ କରିବାକୁ କହିଛନ୍ତି ।

Advertisment
Economic Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ