Advertisment

ପାକ୍‌ରେ ଭୋକରେ ଲୋକ...ଅଟା କିଲୋ ୧୨୫

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ କରାଚିରେ ବର୍ତ୍ତମାନ ସମୟରେ ଅଟା କିଲୋର ଦାମ୍‌ ୧୨୫ ଟଙ୍କା ରହିଛି। ଯାହାକି ଇସଲାମବାଦ ଓ ପଞ୍ଜାବ ପ୍ରଦେଶ ତୁଳନାରେ ପାଖାପାଖି ୧୦୦ ପ୍ରତିଶତ ଅଧିକ।

ଅଦ୍ୟତନ ହୋଇଛି
Pakistan Grocery hike

Pakistan Grocery hike

Advertisment

ପାକିସ୍ତାନରେ ଭୋକରେ ଲୋକ। ଓଳିଏ ଖାଇଲେ ଆରଓଳିକୁ ଉପାସ ରହିବାକୁ ପଡୁଛି । ସ୍ଥିତି ଏମିତି ହେଲାଣି ଯେ ଲୋକମାନେ ଦୋକାନ ଯିବାକୁ ଡରୁଛନ୍ତି। କାରଣ ଅଟା କିଲୋ ପାକ୍‌ରେ ୧୨୫ ଟଙ୍କାରୁ ୧୩୦ ଟଙ୍କାରେ ବିକ୍ରି ହେଉଛି। ଯାହାକୁ ନେଇ ଚିନ୍ତାରେ ଲୋକ। ପାକିସ୍ତାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ପୀତି ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିପାକ କରିଦେଲାଣି। ୨୦ କିଲୋର ଅଟା ବସ୍ତା ଆଣିଲେ ୨୫୦୦ ଟଙ୍କା ଦେବାକୁ ପଡୁଛି। ତେଣୁ ଅଟା ବସ୍ତା କିଣିବା ପୂର୍ବରୁ ଶହେଥର ଭାବିବାକୁ ପଡୁଛି ଲୋକଙ୍କୁ।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ କରାଚିରେ ବର୍ତ୍ତମାନ ସମୟରେ ଅଟା କିଲୋର ଦାମ୍‌ ୧୨୫ ଟଙ୍କା ରହିଛି। ଯାହାକି ଇସଲାମବାଦ ଓ ପଞ୍ଜାବ ପ୍ରଦେଶ ତୁଳନାରେ ପାଖାପାଖି ୧୦୦ ପ୍ରତିଶତ ଅଧିକ।।

ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରତି ସପ୍ତାହରେ ସାଧାରଣ ଜିନିଷର ଦାମ ଅହେତୁକ ଭାବରରେ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଅଟା ୨୩୦୦ ଟଙ୍କାରେ ୨୦ କିଲୋର ଅଟା ବସ୍ତା ମିଳୁଥିଲା ହେଲେ ଏବେ ତାହା ୨୫ ଶହ ପାର୍‌ ହେଲାଣି। ଏମିତି ଭାବରେ ହୁହୁ ହୋଇ ଦର ବଢୁଥିବା କାରଣରୁ ଚିନ୍ତାରେ ପାକିସ୍ତାନବାସୀ। ତେବେ କେବେ ଦରଦାମ କମିବ ତାହା ଉପରେ ପୂରା ପାକ୍‌ବାସୀଙ୍କ ନଜର

Advertisment
Pakistan Economic Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ