Advertisment

ଏଣିକି ସେନା ବିରୁଦ୍ଧରେ ମୁହଁ ଖୋଲିଲେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ !

ପାରିତ ହେଲା ନୂଆ ବିଲ୍‌ । ସେନା ବିରୁଦ୍ଧରେ କିଛି କହିଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ଦିଆଯାବ ।

ଅଦ୍ୟତନ ହୋଇଛି
Five-year jail term for criticising Army, judiciary

Five-year jail term for criticising Army, judiciary

Advertisment

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସରକାର ବିରୁଦ୍ଧରେ ଅନେକ କଥା କହିଥାନ୍ତି । ଏହାସହ ସେମାନେ ସରକାରୀ କର୍ମଚାରୀ ତଥା ସେନା ବିରୁଦ୍ଧରେ ମଧ୍ୟ ଅନେକ କିଛି କହିଥାନ୍ତି । ହେଲେ ଏବେ ସେସବୁ ଆଉ ଚଳିବ ନାହିଁ । କାରଣ ଏନେଇ ଏକ ନୂଆ ଆଇନ୍‌ ପାସ୍‌ ହୋଇଛି । ଯେଉଁଥିରେ ସେନା ବୁଦ୍ଧରେ କିଛି କହିଲେ ୫ ବର୍ଷର ଜେଲ୍‌ ଦଣ୍ଡାଦେଶ ଦିଆଯିବ ।

Advertisment

ସୂଚନା ଅନୁସାରେ, ଇସଲାମାବାଦ ସରକାରୀ ଅନୁଷ୍ଠାନ ବିରୋଧରେ ଉଠାଯାଇଥିବା ସ୍ୱରକୁ ଆଉ ପାକିସ୍ତାନରେ ବରଦାସ୍ତ କରାଯିବ ନାହିଁ। ଏହି ପରିପ୍ରେକ୍ଷୀରେ ପାକିସ୍ତାନ କ୍ୟାବିନେଟ ଗତ ଶନିବାର ଦିନ ଏକ ବିଲ୍‌ ପାରିତ କରିଛି । ଯେଉଁଥିରେ ସରକାରୀ ସଂସ୍ଥା ବିରୁଦ୍ଧରେ ତଥା ସେନା ଏବଂ ନ୍ୟାୟପାଳିକା ଭଳି ବିଭାଗ ବିରୁଦ୍ଧରେ ମଧ୍ୟ କିଛି ନ କହିବାକୁ ପରାମର୍ଶ ଦିଆଯାଇଛି । ଏମିତି କୌଣସି ନ୍ୟୁଜ୍‌ ଏଜେନ୍ସି ମାନେ ମଧ୍ୟ ନିଜ ଚ୍ୟାନେଲ୍‌ରେ କୌଣସି ପ୍ରକାରର ସରକାରୀ ବିରୁଦ୍ଧରେ ଆଲୋଚନା ସମାଲୋଚନା କରିବା ଫଳରେ ମଧ୍ୟ ସେମାନଙ୍କୁ ଜେଲ୍‌ ଦଣ୍ଡ ହୋଇପାରେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ସାଂସଦ ଓ ମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରିୟ ପ୍ରାର୍ଥୀ ପାଇଁ ସାରା ଦେଶରେ ପ୍ରଚାର କରିବାକୁ ଅନୁମତି ଦିଆଯିବ। କ୍ୟାବିନେଟର ଅନୁମୋଦନ ପରେ ପାକିସ୍ତାନର ରାଷ୍ଟ୍ରପତି ଉଭୟ ଆଇନରେ ପାସ୍‌ କରିଛନ୍ତି। ଏହି ନିୟମ ଲାଗୁ ହେବା ପରେ ପାକିସ୍ତାନର ସରକାରୀ ଅନୁଷ୍ଠାନଗୁଡ଼ିକୁ ସମାଲୋଚନା କରିବା ଦ୍ୱାରା ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।

Advertisment

ଏହି ଆଇନ ଅଧୀନରେ ଥିବା ମାମଲାଗୁଡିକ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ରହିବ ଏବଂ ନିମ୍ନ ଅଦାଲତଗୁଡିକ ଏହି ମାମଲାକୁ ମାସ ମଧ୍ୟରେ ଶେଷ କରିବାକୁ ପଡିବ ।

ଅନ୍ୟପକ୍ଷେ ପାକିସ୍ତାନରେ ଥିବା ବିରୋଧୀ ଦଳ ଏହି ନିୟମକୁ ବିରୋଧ କରିଛନ୍ତି। ଏନେଇ ପାକିସ୍ତାନ ମୁସଲିମ ଲିଗ୍ ନୱାଜଙ୍କ ନେତା ଇରଫାନ୍ ସିଦ୍ଦିକି କହିଛନ୍ତି , ସମାଲୋଚନାକୁ ଦମନ କରିବା ସହିତ ସରକାର ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମାନେ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର କ୍ଷମତା ନିର୍ବାଚନ ଉପରେ ପ୍ରଭାବ ପକାଇବ।

Pakistan Army Pakistan Cabinet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ