Special story
ବୁଲିବାକୁ ଯାଇ ଭାସିଗଲା ପୂରା ପରିବାର । ଓମାନର ଏକ ସମୁଦ୍ରରେ ଏକ ଭାରତୀୟ ପରିବାର ଭାସିଯାଇଛି । ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ରହୁଥିବା ଗୋଟିଏ ପରିବାରର ତିନି ଜଣ ଗଭୀର ସମୁଦ୍ରରେ ବୁଡ଼ି ଯାଇଥିବା ସୂଚନା ମିଳିଛି । ବୁଡ଼ି ଯାଉଥିବା ପିଲାଙ୍କୁ ବଞ୍ଚାଇବାକୁ ଯାଇ ଯୁବକ ଜଣକ ସମୁଦ୍ରକୁ ଡେଇଁ ପଡ଼ିଥିଲେ, କିନ୍ତୁ ପିଲାଙ୍କ ସହ ସେ ମଧ୍ୟ ବୁଡ଼ିଗଲେ । ବର୍ତ୍ତମାନ ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ସମୁଦ୍ରରେ ଦୁର୍ଘଟଣାର ଶିକାର ହୋଇଛନ୍ତି ସାଙ୍ଗଲି ଜିଲ୍ଲା ଜାଟ ଗାଁର ବାସିନ୍ଦା ଶଶିକାନ୍ତ, ତାଙ୍କର ୯ ବର୍ଷର ଝିଅ ଶ୍ରୁତି ଏବଂ ୬ ବର୍ଷର ପୁଅ ଶ୍ରେୟସ । ବୃତ୍ତିରେ ଶଶିକାନ୍ତ ଜଣେ ମେକାନିକାଲ୍ ଇଞ୍ଜିନିୟର । ସେ ଦୁବାଇର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରନ୍ତି । ସେ ପତ୍ନୀ ସାରିକା ଓ ପିଲାଙ୍କ ସହ ଦୁବାଇରେ ରୁହନ୍ତି ।
ରବିବାର ଦିନ ଶଶିକାନ୍ତ ପରିବାର ଓ କିଛି ସାଙ୍ଗଙ୍କ ସହ ଓମାନ ବୁଲିବା ପାଇଁ ଯାଇଥିଲେ । ଓମାନର ସଲାଲା ନାମକ ଏକ ସ୍ଥାନରେ ସମୟ କାଟୁଥିଲା ପୂରା ପରିବାର । ସମୁଦ୍ର କୂଳରେ ବସି ଆସୁଥିବା ଉଚ୍ଚ ଉଚ୍ଚ ଲହରୀକୁ ଉପଭୋଗ କରୁଥିଲେ । ହେଲେ ହଠାତ୍ ଏକ ବିରାଟ ଲହରୀ ଆସି ଶଶିକାନ୍ତଙ୍କ ଦୁଇ ପିଲାଙ୍କୁ ଭସାଇ ନେଇଥିଲା । ଏହା ଦେଖି ଶଶିକାନ୍ତ ପିଲାଙ୍କୁ ବଞ୍ଚାଇବା ପାଇଁ ସମୁଦ୍ରକୁ ଡେଇଁ ପଡ଼ିଥିଲେ , ଆଉ ସେ ମଧ୍ୟ ସମୁଦ୍ରରେ ଭାସିଗଲେ ।
ସମୁଦ୍ରରେ ବୁଡ଼ିଯିବା ପରେ ଶଶିକାନ୍ତ ଏବଂ ତାଙ୍କ ପିଲାମାନଙ୍କୁ ଖୋଜା ଯାଉଛି । ରୟାଲ ଓମାନ ପୋଲିସ ତାଙ୍କୁ ଖୋଜୁଛି । ସମୁଦ୍ରର ବିଶାଳ ଢେଉରେ ଆଠ ଜଣ ଲୋକ ଭାସିଯାଇଥିଲେ । ହେଲେ ଦୁର୍ଘଟଣାର କିଛି ସମୟ ପରେ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657713477.jpg)