Advertisment

ଲୁହାଂସ୍କରେ ବଡ ଧରଣର ବିସ୍ଫୋରଣ, ଭୟଭୀତ ହୋଇ ଏଣେତେଣେ ଦୌଡ଼ି ପଳାଇଲେ ଲୋକେ

ଋଷିଆ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିବା ଲୁହାଂସ୍କରେ ବଡ ଧରଣର ବିସ୍ଫୋରଣ ହୋଇଛି।  ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ସହରରେ କଳା ଧୂଆଁ ଆଚ୍ଛାଦିତ ହୋଇଯାଇଥିଲା।

Explosion in Luhansk

Explosion in Luhansk

Advertisment

ଋଷିଆ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିବା ଲୁହାଂସ୍କରେ ବଡ ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ସହରରେ କଳା ଧୂଆଁ ଆଚ୍ଛାଦିତ ହୋଇଯାଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ି ପଳାଉ ଥିବା ଦେଖିବାକୁ ମିଳିଛି।

Advertisment

ବିସ୍ଫୋରଣ ପରେ ତୈଳ ଭଣ୍ଡାରରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଲୁହାଂସ୍କ ପ୍ରଶାସନ ପକ୍ଷରୁ ଋଷିଆର ସହାୟତା ଲୋଡ଼ା ଯାଇଛି। ଋଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି। ୟୁକ୍ରେନ ସେନା ଦ୍ୱାରା ଲୁହାଂସ୍କରେ ଘନ ଘନ ବୋମାମାଡ଼ ହେଉଥିବା ଋଷିଆ ପକ୍ଷରୁ ଦାବି କରାଯାଇଛି।

ଋଷିଆ ମଧ୍ୟ ୟୁକ୍ରେନର ପ୍ରମୁଖ ସହର ଗୁଡିକ ଉପରେ ଘନ ଘନ ଆକ୍ରମଣ କରିବାରେ ଲାଗିଛି। ଭିନିତ୍‌ସିଆ ଏୟାରପୋର୍ଟକୁ ରୁଷ୍‌ ସେନା ଉଡ଼ାଇ ଦେଇଛନ୍ତି।ଏକାଥରକେ ୮ଟି ମିଜାଇଲ୍ ମାଡ଼ କରି ସେଣ୍ଟ୍ରାଲ ୟୁକ୍ରେନର ଭିନିତ୍‌ସିଆ ଏୟାରପୋର୍ଟକୁ ଉଡ଼ାଇଛି ଋଷିଆ।  ଏହା ଏକ ବେସାମରିକ ବିମାନବନ୍ଦର ଏବଂ ମିଜାଇଲ୍ ମାଡ଼ ପରେ ଏହା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି କହିଛନ୍ତି।

Advertisment
Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ