Elon Musk trolls Bill Gates with a meme
ଟ୍ୱିଟରକୁ କିଣିବାକୁ ଚାହୁଁଥିବା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏମିତିରେ ବି ସବୁବେଳେ କିଛି ନା କିଛି ପ୍ରସଙ୍ଗକୁ ନେଇ ସେ ଚର୍ଚ୍ଚା ରହିଥାନ୍ତି। ଅନେକ ସମୟରେ ସେ ଟ୍ୱିଟରରେ ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କ ମଜାକ ଉଡ଼ାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ହୋଇଥିବା ସ୍ୟାଣ୍ଡର୍ସଙ୍କ ମଧ୍ୟ ସେ ମଜାକ ଉଡ଼ାଇଥିଲେ। ହେଲେ ଏଥର ସେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଟାର୍ଗେଟ କରିଛନ୍ତି।
ଏହା ପୂର୍ବରୁ ମଧ୍ୟ ମସ୍କ, ବିଲ୍ ଗେଟ୍ସଙ୍କୁ ଟାର୍ଗେଟ୍ କରିଥିଲେ। କ୍ରିପ୍ଟୋକରେନ୍ସିରେ ନିବେଶକୁ ନେଇ ମସ୍କଙ୍କ ମନ୍ତବ୍ୟ ଉପରେ ବିଲ୍ ଗେଟ୍ସ ଜବାବ ରଖିଥିଲେ। ଏହାପରେ ମସ୍କ, ବିଲ୍ ଗେଟ୍ସଙ୍କୁ ପାଲଟା ଜବାବ ଦେଇଥିଲେ।
ଟ୍ୱିଟରରେ ପ୍ରେଗ୍ନାଣ୍ଟ୍ ଇମୋଜି ସହ ବିଲ୍ ଗେଟ୍ସଙ୍କ ଫଟୋ ଶେଆର କରି ମସ୍କ ମଜାକ ଉଡ଼ାଇଛନ୍ତି। ମସ୍କ ଶେୟାର କରିଥିବା ଏହି ଫଟୋରେ ବିଲ୍ ଗେଟ୍ସ ନୀଳ ରଙ୍ଗର ଟି-ଶାର୍ଟ ପିନ୍ଧି ଛିଡ଼ା ହୋଇଛନ୍ତି ଓ ତାଙ୍କ ପେଟ ବାହାରକୁ ବାହାରିଛି। ଯେଉଁ ଇମୋଜି ମସ୍କ ଶେୟାର କରିଛନ୍ତି, ସେଥିରେ ମଧ୍ୟ ଏଭଳି କିଛି ନଜର ଆସିଛି। ଏହାସହ ଏଲନ ମସ୍କ ଆଉ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ୬ ଜଣ ଲୋକ କଳା ରଙ୍ଗର କପଡା ଘୋଡ଼ାଇ ହୋଇ ଛିଡ଼ା ହୋଇଛନ୍ତି। ଫଟୋର କ୍ୟାପସନ୍ ଦେଇ ସେ ଲେଖିଛନ୍ତି, ‘shadow ban council reviewing tweet’।
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଏଭଳି ମଜାଳିଆ ଟ୍ୱିଟ୍କୁ ଅନେକ ନାପସନ୍ଦ କରିଛନ୍ତି। କିଛି ଲୋକ ମସ୍କଙ୍କ ପୁରୁଣା ଫଟୋ ସୋସିଆଲ ମିଡିଆରେ ଶେଆର କରିଛନ୍ତି। ଯେଉଁଥିରେ ମସ୍କଙ୍କ ମୁଣ୍ଡରେ ଚୁଟି ନଥିବା ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650792286.jpg)