Elon Musk Says He'll Buy Coca-Cola Next
ସୋସିଆଲ ମିଡିଆ ପ୍ଲାଟ୍ଫର୍ଟ ଟ୍ୱିଟର(Twitter)କୁ କିଣିବା ପରେ ଏବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍ଲା ସିଇଓ ଏଲନ ମସ୍କଙ୍କ(Elon Musk) ଆଉ ଏକ ଟ୍ୱିଟ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। Coca Cola କିଣିବା ପାଇଁ ମସ୍କ ଯୋଜନା କରୁଥିବା ଜଣାପଡ଼ିଛି। ଏନେଇ ମସ୍କ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟରକୁ କିଣିବା ପରେ ଏଲନ ମସ୍କ ସୋସିଆଲ ମିଡିଆରେ ଆହୁରି ସକ୍ରିୟ ରହୁଥିବା ନଜର ଆସିଛି। ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରିବାରେ ଲାଗିଛନ୍ତି। ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
କୋକା କୋଲା( Coca Cola) କିଣିବା ନେଇ ଗୁରୁବାର ମସ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ‘ପରବର୍ତ୍ତୀ ସମୟରେ କୋକା କୋଲା( Coca Cola) କିଣିବା ପାଇଁ ଯାଉଛି। ଫଳରେ ଏଥିରେ କୋକେନ(Cocaine ମିଶାଇ ପାରିବି। ଏହାସହ ଏକ ସ୍କ୍ରିନ୍ ଶଟ୍ ଶେଆର କରି ଆଉ ଏକ ଟ୍ୱିଟ୍ କରିଛନ୍ତି। ଯାହାର କ୍ୟାପସନ ଦେଇ ସେ ଲେଖିଛନ୍ତି, ଶୁଣନ୍ତୁ, ମୁଁ କୌଣସି ଚମତ୍କାର କରିପାରିବି ନାହିଁ।
Listen, I can’t do miracles ok pic.twitter.com/z7dvLMUXy8
— Elon Musk (@elonmusk) April 28, 2022
ଟ୍ୱିଟରକୁ କିଣିବା ପାଇଁ ପୂର୍ବରୁ ଏଲନ ମସ୍କ ଘୋଷଣା କରିଥିଲେ। ଏଥିପାଇଁ ସେ ୪୪ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି। ଟ୍ୱିଟରକୁ କିଣିବା ପରେ ମସ୍କ କହିଥିଲେ, ଯେକୌଣସି ଗଣତନ୍ତ୍ରରେ ବାକ୍ ସ୍ୱାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ୱିଟର ଏପରି ଏକ ଡିଜିଟାଲ୍ ପ୍ଲାଟ୍ଫର୍ମ ଯେଉଁଠି ମଣିଷର ଭବିଷ୍ୟତ ସମ୍ପର୍କରେ ଆଲୋଚନା ହୋଇଥାଏ। ଟ୍ୱିଟରରେ ଆହୁରି ଅନେକ ଭଲ ଭଲ ଫିଚର୍ସ ସାମିଲ କରିବା ପାଇଁ ସେ ଚାହୁଁଛନ୍ତି ବୋଲି ମସ୍କ କହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ଟ୍ୱିଟରର ଆଲ୍ଗୋରିଦିମ୍କୁ ଓପନ୍ ସୋର୍ସ ରଖି ଲୋକଙ୍କ ବିଶ୍ୱାସ, ଭରସାକୁ ବଢ଼ାଇବାକୁ ଚାହୁଁଛୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651117019.jpg)