Advertisment

ଟ୍ୱିଟରରୁ ୭୫% କର୍ମଚାରୀଙ୍କୁ ଛଟେଇ ପାଇଁ ଏଲନ ମସ୍କଙ୍କ ଯୋଜନା ! CEO ମଧ୍ୟ ବିଦା ହୋଇପାରନ୍ତି

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ଟ ଟ୍ୱିଟର(Twitter) ଯଦି ସମ୍ପୂର୍ଣ୍ଣ ଭାବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କ(Elon Musk)ଙ୍କ ଅଧିନକୁ ଚାଲିଯାଏ, ତା’ହେଲେ ଅଧିକାଂଶ କର୍ମଚାରୀଙ୍କ ଚାକିରି ଚାଲି ଯିବାର ବିପଦ ରହିଛି।

ଅଦ୍ୟତନ ହୋଇଛି
Elon Musk Plans To Fire 75% Employees After Buying Twitter

Elon Musk Plans To Fire 75% Employees After Buying Twitter

Advertisment

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ଟ ଟ୍ୱିଟର(Twitter) ଯଦି ସମ୍ପୂର୍ଣ୍ଣ ଭାବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କ(Elon Musk)ଙ୍କ ଅଧିନକୁ ଚାଲିଯାଏ, ତା’ହେଲେ ଅଧିକାଂଶ କର୍ମଚାରୀଙ୍କ ଚାକିରି ଚାଲି ଯିବାର ବିପଦ ରହିଛି। ଯାହାକି କର୍ମଚାରୀଙ୍କ ପାଇଁ ଏକ ଭଲ ଖବର ନୁହେଁ। ସୋସିଆଲ୍‌ ମିଡିଆ କମ୍ପାନୀ ଟ୍ୱିଟରର ମାଲିକ ହେବାପରେ କମ୍ପାନୀର ଅଧିକାଂଶ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଏଲନ ମସ୍କ ଯୋଜନା କରିଥିବା ସୂଚନା ମିଳିଛି। 

Advertisment

ଦ ୱାଶିଂଟନ୍‌ ପୋଷ୍ଟରେ ପ୍ରକାଶିତ ଖବର ଅନୁସାରେ, ମସ୍କ ଟ୍ୱିଟର କିଣିବା ପାଇଁ ସମ୍ଭାବ୍ୟ ନିବେଶକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ୭,୫୦୦ କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ୭୫% କର୍ମଚାରୀଙ୍କୁ ହଟାଇ ଦିଆଯିବ। ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କମ୍ପାନୀ କାର୍ଯ୍ୟ ଚାଲୁ ରହିବ। ଖବରକାଗଜରେ ପ୍ରକାଶିତ ଏହି ରିପୋର୍ଟ ଦସ୍ତାବିଜ୍ ଓ ସୂତ୍ରରୁ ଉଦ୍ଧୃତ। ସବୁଠାରୁ ବଡ଼ କଥା, ଏହି ୭୫% କର୍ମଚାରୀଙ୍କ ମଧ୍ୟରେ ଟ୍ୱିଟର CEO ପରାଗ ଅଗ୍ରୱାଲ୍‌ଙ୍କ ମଧ୍ୟ ଚାକିରି ଚାଲି ଯାଇପାରେ ବୋଲି ସୂଚନା ମିଳିଛି। 

କର୍ମଚାରୀଙ୍କୁ ଛଟେଇ ପାଇଁ ମସ୍କଙ୍କ ଯୋଜନା...

ଚାକିରିରେ ଛଟେଇ ଯୋଜନା ନେଇ ପୂର୍ବରୁ ମଧ୍ୟ ଆଶଙ୍କା ଲାଗି ରହିଥିଲା। ହେଲେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଏଲନ ମସ୍କ ଯୋଜନା କରିଛନ୍ତି।  ୭,୫୦୦ କର୍ମଚାରୀଙ୍କ ମଧ୍ୟରୁ ୨,୦୦୦ କର୍ମଚାରୀଙ୍କୁ ନେଇ କମ୍ପାନୀ କାର୍ଯ୍ୟ ଚାଲୁ ରଖିବା ପାଇଁ ଯୋଜନା ହୋଇଛି। ଅର୍ଥାତ୍‌ ମସ୍କଙ୍କ ଏହି ନିଷ୍ପତ୍ତିରେ ଟ୍ୱିଟରରେ କାର୍ଯ୍ୟ କରୁଥିବା ୫,୫୦୦ କର୍ମଚାରୀ ସେମାନଙ୍କର ଚାକିରି ହରାଇବେ। ଜଣେ ବିଶ୍ଲେଷକଙ୍କ କହିବା ଅନୁସାରେ, ‘୭୫% କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ଅର୍ଥ ଲାଭଦାୟକ। ଯାହାକି ନିବେଶକଙ୍କୁ ଆକର୍ଷିତ କରିବ। 

Advertisment

ସୂଚନାଥାଉ କି, ୪୪ ବିଲିୟନ ଡଲାର ଯାହାକି ଭାରତୀୟ ମୁଦ୍ରା ଅନୁଯାୟୀ ୩ ଲକ୍ଷ ୩୬ ହଜାର କୋଟି ଟଙ୍କାରେ ଏଲନ ମସ୍କ ଟ୍ୱିଟର କିଣିଥିଲେ। ଟ୍ୱିଟରକୁ କିଣିବା ପାଇଁ ବ୍ୟାପକ ମୂଲଚାଲ ହୋଇଥିଲା। ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ଏଲନ ମସ୍କ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କର ଏହି ପ୍ରସ୍ତାବକୁ ଟ୍ୱିଟର ଗ୍ରହଣ କରିଥିଲା। 

Twitter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ