Advertisment

୨ କର୍ମଚାରୀଙ୍କୁ ଚାକିରିରୁ ବାହାର କଲା ଟ୍ୱିଟର

ଟ୍ୱିଟରରୁ ୨ ଜଣ କର୍ମଚାରୀଙ୍କୁ ନିଲମ୍ୱିତ । କମ୍ପାନୀ ପକ୍ଷରୁ ଗତକାଲି ଦୁଇଜଣ ବରିଷ୍ଠ ମ୍ୟାନେଜରଙ୍କୁ ବରଖାସ୍ତ କରାଯାଇଛି ।

ଅଦ୍ୟତନ ହୋଇଛି
Elon musk fired two twitter managers

Elon musk fired two twitter managers

Advertisment

ଟ୍ୱିଟରରୁ ୨ ଜଣ କର୍ମଚାରୀଙ୍କୁ ନିଲମ୍ୱିତ । କମ୍ପାନୀ ପକ୍ଷରୁ ଗତକାଲି ଦୁଇଜଣ ବରିଷ୍ଠ ମ୍ୟାନେଜରଙ୍କୁ ବରଖାସ୍ତ କରାଯାଇଛି ।

Advertisment

ଏନେଇ ଟ୍ୱିଟରର ଜେନେରାଲ୍ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା କେଭନ୍ ବେକପୁର ଟ୍ୱିଟ୍ କରି କହିଛନ୍ତି ଯେ, ‘ସିଇଓ ପରାଗ ଅଗ୍ରୱାଲ ଟିମ୍‌କୁ ଏକ ଭିନ୍ନ ଦିଗକୁ ନେବାକୁ ଚାହୁଁଛନ୍ତି । ଏହି ନିଷ୍ପତ୍ତି ପରେ ମୋତେ ଇସ୍ତଫା ଦେବାକୁ କୁହାଯାଇଥିଲା’ । 

ଏହାସହ ଟ୍ୱିଟରର ରାଜସ୍ୱ ତଥା ଉତ୍ପାଦର ମୁଖ୍ୟ ବ୍ରୁସ ଫାଲକନ୍‌ଙ୍କୁ ମଧ୍ୟ ବରଖାସ୍ତ କରାଯାଇଛି। ସେ ତାଙ୍କର ଟ୍ୱିଟ ଆକାଉଣ୍ଟର ବାୟୋରେ 'ବେକାରୀ' ଲେଖିଛନ୍ତି ।

Advertisment

ଚାକିରି ବିଦା ପରେ ବ୍ରୁସ ଫାଲକନ୍‌ ଟ୍ୱିଟ୍‌ କରିଛନ୍ତି । ଯେଉଁମାନେ ତାଙ୍କ ସହ କାମ କରିଛନ୍ତି ଫାଲକନ୍‌ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ପୂର୍ବରୁ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପରାଗ ଅଗ୍ରୱାଲଙ୍କୁ ହଟାଇବା ନେଇ କଳ୍ପନାଜଳ୍ପନା ମଧ୍ୟ କରାଯାଉଥିଲା।

ଜାତୀୟ ଗଣମାଧ୍ୟମ ନ୍ୟୁଜ୍‌ ୧୮ର ରିପୋର୍ଟ ଅନୁଯାୟୀ, ଟ୍ୱିଟର ବିକ୍ରି ପରେ ପରାଗ କର୍ମଚାରୀମାନଙ୍କୁ କହିଥିଲେ ଯେ ମସ୍କଙ୍କ ନେତୃତ୍ୱରେ ଟ୍ୱିଟରର ଭବିଷ୍ୟତ ଅନ୍ଧକାରରେ ରହିଛି । କମ୍ପାନୀ ବର୍ତ୍ତମାନ କେଉଁ ଦିଗକୁ ଯିବ ତାହା କେହି ଜାଣି ନାହାଁନ୍ତି।

Advertisment

ଅନ୍ୟପକ୍ଷେ, ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଟ୍ୱିଟର ପକ୍ଷରୁ ଲଗାଯାଇଥିବା ସ୍ଥାୟୀ ପ୍ରତିବନ୍ଧକ ପ୍ରତ୍ୟାହାର କରିବେ ବୋଲି ଏଲୋନ୍ ମସ୍କ ଘୋଷଣା କରିଛନ୍ତି । ଟ୍ୱିଟରର ଅଧିଗ୍ରହଣ ଯୋଜନା କାର୍ଯ୍ୟକାରୀ କରୁଥିବା ଏଲୋନ୍ ମସ୍କ ଭିଡିଓ କନଫରେନ୍ସ ମାଧ୍ୟମରେ କାରର ଭବିଷ୍ୟତକୁ ନେଇ ଆୟୋଜିତ ହୋଇଥିବା ଏକ ସମ୍ମିଳନୀକୁ ସମ୍ବୋଧିତ କରୁଥିବାବେଳେ ଏଭଳି କହିଛନ୍ତି ।

ସୂଚନା ଅନୁସାରେ, ନିକଟରେ ବିଶ୍ୱର ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ ମସ୍କ ଟୁଇଟରକୁ କିଣିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ସେ ୪୪ ବିଲିୟନ ଡଲାରରେ କିଣିଛନ୍ତି।

Elon Musk  Twitter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ