Elon Musk Announced New Twitter Policy
ଏକକାଳୀନ ଶତାଧିକ କର୍ମଚାରୀ ଟ୍ୱିଟରରୁ ଇସ୍ତଫା ଦେବାର ଦିନକ ପରେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ନୂଆ ଟ୍ୱିଟର ନୀତି ଘୋଷଣା କରିଛନ୍ତି। ଟ୍ୱିଟରର ମାଲିକାନା ନେବା ପରେ ଏହାକୁ ନୂଆ ରୂପ ଦେବାକୁ ମସ୍କ ପ୍ରୟାସ କରିଛନ୍ତି। ନକାରାତ୍ମକ ଓ ଘୃଣାକୁ ପ୍ରୋତ୍ସାହିତ କରୁଥିବା ଟ୍ୱିଟ୍କୁ ନିୟନ୍ତ୍ରଣ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ଏପରିକି ଟ୍ୱିଟରର ଟ୍ରାଫିକ୍କୁ ମଧ୍ୟ କମ୍ କରାଯିବ। ଅର୍ଥାତ୍ ୟୁଜର୍ସ ଖୋଜିବା ପରେ ହିଁ ଟ୍ୱିଟ୍ ଗୁଡ଼ିକୁ ପାଇବେ। ନଚେତ୍ ଆପେ ଆପେ ଆପଣଙ୍କ ପାଖକୁ ଏପରି ଟ୍ୱିଟ୍ ଆଉ ଆସିବ ନାହିଁ। ଏଲନ ମସ୍କ କହିଛନ୍ତି, ନୂଆ ଟ୍ୱିଟର ନୀତିରେ ବାକ୍ ସ୍ୱାଧୀନତା ରହିବ। କିନ୍ତୁ ଅଯଥାରେ ନକାରାତ୍ମକ ଭାବେ ପ୍ରଚାର ହୋଇପାରିବ ନାହିଁ। ଏହାସହ ନକାରାତ୍ମକ / ଘୃଣାକୁ ପ୍ରୋତ୍ସାହିତ କରୁଥିବା ଟ୍ୱିଟ୍କୁ ନିୟନ୍ତ୍ରଣ କରାଯିବ। ଫଳରେ ଟ୍ୱିଟରରେ କୌଣସି ବିଜ୍ଞାପନ ଆସିବ ନାହିଁ।
ଏହାରି ଭିତରେ ଏବେ ସବୁଠୁ ବଡ଼ କଥା ହେଲା ଟ୍ୱିଟରରେ ଟ୍ରେଣ୍ଡ କରୁଛି #RIPTwitter। ଏହା ପଛରେ ସବୁଠୁ ବଡ଼ କାରଣ ହେଲା ଏକକାଳୀନ ଶତାଧିକ କର୍ମଚାରୀ ଟ୍ୱିଟରରୁ ଇସ୍ତଫା ଦେବା। ଯାହାଫଳରେ #RIPTwitter ଟ୍ରେଣ୍ଡ କରୁଛି। ଏବେ ସୁଦ୍ଧା କେତେ ଜଣ କର୍ମଚାରୀ ଟ୍ୱିଟର ଛାଡ଼ିଛନ୍ତି ତାହା ଜଣାପଡ଼ିନାହିଁ। କିନ୍ତୁ ଏହି ସଂଖ୍ୟା ସାଧାରଣଠାରୁ ଢେର ଅଧିକ ବୋଲି ଅନୁମାନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1668831215.jpg)