Advertisment

ଗୋଟାବାୟାଙ୍କ ଏହି ଗୋଟିଏ ନିଷ୍ପତ୍ତି ଶ୍ରୀଲଙ୍କା ପାଇଁ ହେଲା କାଳ ! ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ଶ୍ରୀଲଙ୍କାରେ ଶୁଭୁଛି ରାଜପକ୍ଷେ ପରିବାର ବିରୋଧୀ ସ୍ୱର। ଦେଶର ରାଷ୍ଟ୍ରପତି ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀ ସେମାନେ ସମସ୍ତେ ଗୋଟିଏ ପରିବାରର। ଆଉ ଏବେ ଶ୍ରୀଲଙ୍କା ସଙ୍କଟ ପାଇଁ ଏଭଳି ପରିବାରବାଦ ରାଜନୀତିକୁ ଦାୟୀ କରାଯାଉଛି।

ଅଦ୍ୟତନ ହୋଇଛି
Sri Lanka Economic Crisis

Sri Lanka Economic Crisis

Advertisment

ଶ୍ରୀଲଙ୍କାରେ ଶୁଭୁଛି ରାଜପକ୍ଷେ ପରିବାର ବିରୋଧୀ ସ୍ୱର। ଦେଶର ରାଷ୍ଟ୍ରପତି ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀ ସେମାନେ ସମସ୍ତେ ଗୋଟିଏ ପରିବାରର। ଆଉ ଏବେ ଶ୍ରୀଲଙ୍କା ସଙ୍କଟ ପାଇଁ ଏଭଳି ପରିବାରବାଦ ରାଜନୀତିକୁ ଦାୟୀ କରାଯାଉଛି।

Advertisment

ପରିବାରବାଦ ରାଜନୀତିକୁ ନେଇ ଦକ୍ଷିଣ ଏସୀୟ ଦେଶ ଗୁଡ଼ିକ ବେଶ ପରିଚିତ। ଏଥିରୁ ଶ୍ରୀଲଙ୍କା ବା ବାଦ୍‌ ପଡ଼ନ୍ତା କିପରି ? ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଗୋଟିଏ ପରିବାର ପୂରା ସରକାର ଚଳାଉଥିବା ନେଇ ଚର୍ଚ୍ଚା ହୋଇ ଆସିଛି। ସରକାର ନା ରାଜପକ୍ଷେ ପରିବାର ? ଏପରିକି ଶ୍ରୀଲଙ୍କାର ସରକାରକୁ ଏକ ପରିବାର ଦ୍ୱାରା ପରିଚାଳିତ କମ୍ପାନୀ  ବୋଲି ଅନେକ ଅଭିଯୋଗ କରିଥାନ୍ତି।  ଗୋଟିଏ ପରିବାରର ୪ ଭାଇ ଏବଂ ସେମାନଙ୍କ ପୁଅମାନେ ମନ୍ତ୍ରୀ ହେବା ନିଶ୍ଚିତ ରୂପେ ଚର୍ଚ୍ଚାର ପରିସରକୁ ଆସିବା ସ୍ୱାଭାବିକ। ଶ୍ରୀଲଙ୍କାର ରାଷ୍ଟ୍ରପତି ୭୨ ବର୍ଷୀୟ ଗୋଟବାୟା ରାଜପକ୍ଷେଙ୍କ ବଡ଼ ଭାଇ ମହିନ୍ଦା ରାଜପକ୍ଷେ ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି। ତା’ ପୂର୍ବରୁ ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କାର ରାଷ୍ଟ୍ରପତି ମଧ୍ୟ ଥିଲେ।

ଶ୍ରୀଲଙ୍କାରେ ଭୟଙ୍କର ‌ଆର୍ଥିକ ସଙ୍କଟ ସୃଷ୍ଟି ହେବା ପଛରେ ସରକାରଙ୍କୁ ଦାୟୀ କରିବା ସ୍ୱାଭାବିକ। ଦୀର୍ଘ ବର୍ଷ ଧରି ଶ୍ରୀଲଙ୍କାରେ ଗୃହଯୁଦ୍ଧ ଚାଲିବା ଫଳରେ ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ପରେ ଅବଶ୍ୟ ମହିନ୍ଦା ରାଜପକ୍ଷେଙ୍କ ନେତୃତ୍ୱରେ ଦେଶର ସ୍ଥିତି ସୁଧୁରିଥିଲା। କିନ୍ତୁ ପୁଣି ଥରେ ୨୦୧୨ ପରଠୁ ରପ୍ତାନୀ ହ୍ରାସ ପାଇବାରୁ ଶ୍ରୀଲଙ୍କାର ଆର୍ଥିକ ଅସନ୍ତୁଳନ ଦେଖାଦେଲା। ଏପରିକି ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇବାକୁ ଲାଗିଲା। ଏଭଳି ପରିସ୍ଥିତିରେ ସରକାର ବିଦେଶୀ ଋଣ କରିବାକୁ ବାଧ୍ୟ ହେଲେ।

Advertisment

୨୦୧୬ରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫ୍ ପାଖରୁ ସରକାର ଋଣ କଲେ। ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ  ଥିଲେ ମହିନ୍ଦା ରାଜପକ୍ଷେ। ଏହାପରେ ୨୦୧୯ରେ କଲୋମ୍ବରେ  ସିରିଏଲ୍ ବ୍ଲାଷ୍ଟ ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ଦୋହଲାଇଦେଲା। ୨୦୧୯ରେ ନୂଆ ସରକାର ଗଠନ ହେଲା। ଏହାସହ ଗୋଟବାୟା ରାଜପକ୍ଷେ ଦେଶର ରାଷ୍ଟ୍ରପତି ହେଲେ।ଟ୍ୟାକ୍ସ ରିହାତି ଏବଂ କୃଷକଙ୍କ ଋଣ ଛାଡ୍‌ର ପ୍ରତିଶ୍ରୁତି ଦେଇ ଗୋଟାବାୟା ରାଜପକ୍ଷେ ଶାସନ ଭାର ହାତେଇଲେ ସିନା, ହେଲେ ତାଙ୍କର ଏହି ନିଷ୍ପତ୍ତି ଦେଶକୁ ଆର୍ଥିକ ସଙ୍କଟ ଭିତରକୁ ଠେଲି ଦେଇଥିବା କୁହାଯାଏ। ପରେ ପରେ କରୋନା ମହାମାରୀ ଦେଶର ଅର୍ଥନୀତିକୁ ପ୍ରଭାବିତ କଲା।

୨୦୨୧ରେ ରାଷ୍ଟ୍ରପତି ଗୋଟାବାୟାଙ୍କ ଏକ ନିଷ୍ପତ୍ତି ଦେଶ ପାଇଁ କାଳ ହେଲା। ଚାଷ ପାଇଁ ବ୍ୟବହୃତ ସାର ଏବଂ କୀଟନାଶକ କ୍ରୟ ଉପରେ ସେ ରୋକ୍ ଲଗାଇ ଦେଲେ। ଫଳରେ ଦେଶର କୃଷି କ୍ଷେତ୍ର ବ୍ୟାପକ ଭାବରେ ପ୍ରଭାବିତ ହେଲା। ରାଜପକ୍ଷେ ପରିବାରର ଏଭଳି ଅନେକ ନିଷ୍ପତ୍ତି ପାଇଁ ଶ୍ରୀଲଙ୍କା ସଙ୍କଟ ଉପୁଜିଥିବା ନେଇ ଅଭିଯୋଗ କରି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଉଭୟ ଆର୍ଥିକ ଏବଂ ରାଜନୈତିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି। 

Advertisment
Sri Lanka Economic Crisis Sri Lanka Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ