Advertisment

ଶ୍ରୀଲଙ୍କାରେ ଘଡ଼ିକେ ଘୋଡ଼ା ଛୁଟୁଛି: ଗୋଟିଏପଟେ ଅର୍ଥନୈତିକ, ଅନ୍ୟପଟେ ରାଜନୈତିକ ଅସ୍ଥିରତା

ଗୋଟିଏପଟେ ଶ୍ରୀଲଙ୍କାରେ ଅର୍ଥନୀତି ଅତ୍ୟନ୍ତ ଖରାପ ହୋଇ ଥିବାବେଳେ ଏବେ ରାଜନୈତିକ ଅସ୍ଥିରତା ଶ୍ରୀଲଙ୍କାକୁ ଅଣନିଶ୍ୱାସୀ କଲାଣି। ସବୁ କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେବା ପରେ ବିରୋଧୀ ଦଳଙ୍କୁ ସରକାରରେ ସାମିଲ୍ ହେବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆହ୍ୱାନ ଦେଇଛନ୍ତି।

Economic Crisis And Political Turmoil In Sri Lanka

Economic Crisis And Political Turmoil In Sri Lanka

Advertisment

ଶ୍ରୀଲଙ୍କାରେ ପରିସ୍ଥିତି ସଙ୍ଗୀନ। ଦେଶରେ ରାଜନୈତିକ ଛକାପଞ୍ଜା ଜାରି ରହିଛି। ଗୋଟିଏପଟେ ଦେଶର ଅର୍ଥନୀତି ଅତ୍ୟନ୍ତ ଖରାପ ହୋଇ ଥିବାବେଳେ ଏବେ ରାଜନୈତିକ ଅସ୍ଥିରତା ଶ୍ରୀଲଙ୍କାକୁ ଅଣନିଶ୍ୱାସୀ କଲାଣି। ସବୁ କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେବା ପରେ ବିରୋଧୀ ଦଳଙ୍କୁ ସରକାରରେ ସାମିଲ୍ ହେବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆହ୍ୱାନ ଦେଇଛନ୍ତି।

Advertisment

ଶ୍ରୀଲଙ୍କାରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୋଟିଏପଟେ ଅର୍ଥନୈତିକ ଅସ୍ଥିରତା ଆଉ ଏବେ ଦେଶରେ ରାଜନୈତିକ ଅସ୍ଥିରତା। ପ୍ରତି ମୁହୂର୍ତ୍ତରେ ବଦଳୁଛି ପାଣିପାଗ। ଘୋର ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଥିବା ଶ୍ରୀଲଙ୍କାର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ଦେଶରେ ସୃଷ୍ଟି ହୋଇଛି ବଡ଼ ଧରଣର ରାଜନୈତିକ ହଟଚମଟ।

୪ ଏପ୍ରିଲ୍‌ରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ଶ୍ରୀଲଙ୍କା କ୍ୟାବିନେଟ୍‌ର ସବୁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୨୬ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ବିରୋଧୀ ଦଳକୁ ଶାସନ କରିବାକୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆହ୍ୱାନ ଦେଇଛନ୍ତି। ବିରୋଧୀ ଦଳଙ୍କୁ ଶାସନ ପାଇଁ ଆମନ୍ତ୍ରଣ କରିବା ଘଟଣାରୁ ଜଣାପଡ଼ୁଛି ଶ୍ରୀଲଙ୍କାରେ କିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଜନୈତିକ ବିଶେଷଜ୍ଞ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବାବେଳେ କେହିକେହି ରାଷ୍ଟ୍ରପତିଙ୍କ ଏହା ଚାଲ୍ ବୋଲି ମଧ୍ୟ କହୁଛନ୍ତି। ରାଷ୍ଟ୍ରପତି ଗୋଟାବାୟା ନିଜ ଚୌକି ସୁରକ୍ଷିତ ରଖିବା ପାଇଁ ଏଭଳି ଗୋଟି ଚାଳନା କରିଥିବା କୁହାଯାଉଛି।

Advertisment

ସୋମବାର ୨୬ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ଇସ୍ତଫା ପରେ ମଙ୍ଗଳବାର ଶାସନରେ ଥିବା ମେଣ୍ଟ ଦଳର ୪୧ ଜଣ ସଦସ୍ୟ  ଶାସକ ଦଳର ହାତ ଛାଡିଛନ୍ତି। ଫଳରେ ସଂଖ୍ୟାଲଘୁ ହୋଇଯାଇଛି ଶାସକ ଦଳ। ଶ୍ରୀଲଙ୍କା ସଂସଦରେ ମୋଟ ସିଟ୍ ୨୨୫ ହୋଇଥିବାବେଳେ ପାର୍ଲାମେଣ୍ଟରେ ବହୁମତ ହରାଇଛି ଶାସକ ଦଳ। ଦେଶରେ ଅର୍ଥନୈତିକ ଅସ୍ଥିରତା ଚରମ ସୀମାରେ ପହଞ୍ଚିଥିବା ଦର୍ଶାଇ ୪୧ ଜଣ ସାଂସଦ ନିଜ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି।

ରାଷ୍ଟ୍ରପତି ଗୋଟାବାୟା କହିଛନ୍ତି ଯେ, ସେ ଇସ୍ତଫା ଦେବେ ନାହିଁ। ଯେଉଁ ଦଳ ସଂସଦରେ ୧୧୩ ସାଂସଦଙ୍କ ସମର୍ଥନ ଦେଖାଇବ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡ୍ ଶ୍ରୀଲଙ୍କାର ଅର୍ଥନୈତିକ ଓ ରାଜନୈତିକ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି କହିଛି।

Advertisment
Sri Lanka Economic Crisis Sri Lanka Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ