ଭୂମିକମ୍ପରେ ଥରିଲା ତାଇୱାନ, ୨୪ ଘଣ୍ଟାରେ ଦ୍ୱିତୀୟ ଥର ଭୂକମ୍ପ ଝଟକା

ଭୂମିକମ୍ପରେ ଥରିଲା ତାଇୱାନ । କ୍ୟାମେରାରେ କଏଦ ହେଲା  ଛାତିଥରା ଦୃଶ୍ୟ ।

Earthquake

ଭୂମିକମ୍ପରେ ଥରିଲା ତାଇୱାନ । କ୍ୟାମେରାରେ କଏଦ ହେଲା  ଛାତିଥରା ଦୃଶ୍ୟ । ଭୂମିକମ୍ପର ପ୍ରଭାବରେ ଘରର ଆସବାବ ପତ୍ର ଦୋହଲିବା ସହ ଫ୍ୟାନ ଟିଭି ସବୁଥିରେ କମ୍ପନ ସୃଷ୍ଟି ହୋଇଛି । ଏମିତିକି ହୋଟେଲ ଓ ଅଫିସରେ ଥିବା ଲୋକେ ଭୂକମ୍ପ ଝଟକା ଅନୁଭବ କରିବା ସହ ଭୟରେ ନିଜର ଚେୟାର ଛାଡ଼ୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ଅଧିକ ପଢନ୍ତୁ : ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଜାରି ହେଲା ସୁନାମୀ ଆଲର୍ଟ

ସୂଚନା ଅନୁସାରେ ଶୁକ୍ରବାର ତାଇୱାନର ପୂର୍ବ ସହର ହୁଆଲିଏନ୍ ଠାରୁ ୩୪ କିଲୋମିଟର ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଭୂମିକମ୍ପର ତୀବ୍ରତା ୬.୩ ମ୍ୟାଗ୍ନିଚ୍ୟୁଡର ବୋଲି ଜଣାପଡ଼ିଛି । ଏହି ଦ୍ୱୀପର ପାଣିପାଗ ବିଭାଗ ଅନୁଯାୟୀ ଗୋଟିଏ ଦିନ ଭିତରେ ଏହା ଦ୍ୱିତୀୟ ବଡ଼ ଭୂମିକମ୍ପ । ତେବେ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ରିପୋର୍ଟ ହୋଇନାହିଁ ।

ଏପ୍ରିଲରେ ଗତ ୨୫ ବର୍ଷରେ ତାଇୱାନରେ ସବୁଠୁ ବଡ଼ ଭୂମିକମ୍ପ ଅନୁଭବ ହୋଇଥିଲା । ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିବା ସହ ୯୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ ।