Advertisment

ଆଶ୍ଚର୍ଯ୍ୟ ! ୭୦ କୋଟିରେ ବିକ୍ରି ହେଲା କାର୍‌ ନମ୍ବର ପ୍ଲେଟ୍‌

AA8(ଏଏ୮) ଲେଖାଥିବା ଏହି ନମ୍ବର ପ୍ଲେଟ୍‌କୁ ନିକଟରେ ନିଲାମ ଡକାଯାଇଥିଲା। ଏହାକୁ ଦୁବାଇର ଜଣେ ବ୍ୟକ୍ତି ପ୍ରାୟ ୭୦ କୋଟି ଟଙ୍କାରୁ ଅଧିକ ଦେଇ କିଣିଥିଲେ।

Dubai man buys car number plate for a whopping Rs 70 crore

Dubai man buys car number plate for a whopping Rs 70 crore

Advertisment

କାର୍‌ ନମ୍ବର ପ୍ଲେଟ୍‌ର ଦାମ୍‌ ୭୦ କୋଟି। କଥା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। AA8(ଏଏ୮) ଲେଖାଥିବା ଏହି ନମ୍ବର ପ୍ଲେଟ୍‌କୁ ନିକଟରେ ନିଲାମ ଡକାଯାଇଥିଲା। ଏହାକୁ ଦୁବାଇର ଜଣେ ବ୍ୟକ୍ତି Dh35 ମିଲିୟନ (ପ୍ରାୟ ୭୦ କୋଟି ଟଙ୍କାରୁ ଅଧିକ)ରେ କିଣିଥିଲେ। ଏହି ନମ୍ବର ପ୍ଲେଟ୍‌ ବିଶ୍ୱର ତୃତୀୟ ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍‌ ବୋଲି କୁହାଯାଉଛି।

Advertisment

ଗତବର୍ଷ ଏଏ୯ ନମ୍ବର ପ୍ଲେଟ୍‌ Dh38 ମିଲିୟନ(୭୯ କୋଟିରୁ ଅଧିକ ଟଙ୍କା)ରେ ନିଲାମ ହୋଇଥିଲା। ୫୦ରୁ ଊର୍ଦ୍ଧ୍ୱ ଦେଶର ଅବହେଳିତ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବିଭିନ୍ନ ଆକର୍ଷଣୀୟ ଗାଡ଼ି ନମ୍ବର ପ୍ଲେଟ୍‌ , ମୋବାଇଲ୍‌ ନମ୍ବର ଇତ୍ୟାଦି ନିଲାମ ଡକା ଯାଇଥିଲା। ଦୁବାଇର Emirates Auction and Roads and Transport Authority ପକ୍ଷରୁ ଏହି ନିଲାମ ଡକା ଯାଇଥିଲା। 

ନିଲାମରେ ୨ ସଂଖ୍ୟା ବିଶିଷ୍ଟ ଦୁବାଇ କାର୍‌ ନମ୍ବର ପ୍ଲେଟ୍‌ ‘F55’ ନିଲାମ ହୋଇଥିଲା। ଯାହାର ଦାମ୍‌ Dh4 ମିଲିୟନ(୮ କୋଟିରୁ ଅଧିକ ଟଙ୍କା)। ସେହିପରି ଆଉ ଏକ ନମ୍ବର ପ୍ଲେଟ୍‌ V66କୁ Dh4 ମିଲିୟନ ଓ Y66କୁ  Dh3.8 ମିଲିୟନ(୭ କୋଟିରୁ ଅଧିକ ଟଙ୍କା)ରେ ନିଲାମ କରାଯାଇଛି। 

Advertisment

ସୂଚନାଥାଉ କି, ନିକଟରେ Chandigarh Registering and Licensing Authority ପକ୍ଷରୁ ଏକ ନିଲାମ ଡକା ଯାଇଥିଲା। ନିଲାମରେ ଚଣ୍ଡୀଗଡ଼ର ଜଣେ ହୋଣ୍ଡା ଆକ୍ଟିଭା ମାଲିକ ଏକ ସୁପର ଭିଆଇପି '0001' ନମ୍ବର ପ୍ଲେଟ୍‌ କିଣିଥିଲେ। ଯାହାର ଦାମ୍‌ ୧୫ ଲକ୍ଷ ଟଙ୍କା। 

Dubai Number Plate Car Number Plate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ