Donald Trump Shares First Facebook Post After Two-Year Ban
୨ ବର୍ଷରୁ ଅଧିକ ଦିନ ପରେ ଫେସ୍ବୁକ୍ ଓ ୟୁଟ୍ୟୁବ୍କୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବ୍ୟାନ୍ ହଟିବା ପରେ ଟ୍ରମ୍ପ ଫେସ୍ବୁକ୍ରେ ପ୍ରଥମ ପୋଷ୍ଟ ଶେୟାର କରିଛନ୍ତି। ୧୨ ସେକେଣ୍ଡର ଭିଡିଓ ପୋଷ୍ଟ ସହ ଟ୍ରମ୍ପ ଲେଖିଛନ୍ତି-“I'M BACK ! ”। ଭିଡିଓରେ ଟ୍ରମ୍ପଙ୍କ ୨୦୧୬ ନିର୍ବାଚନର ବିଜୟୀ ଭାଷଣ ରହିଛି।
୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ଟ୍ରମ୍ପଙ୍କ ଫେସ୍ବୁକ୍ରେ ୩୪ ମିଲିୟନ ଫଲୋର୍ସ ଓ ୟୁଟ୍ୟୁବରେ ୨.୬ ମିଲିୟନ ସବ୍ସ୍କ୍ରାଇବର୍ସ ଅଛନ୍ତି। ସୂଚନାଥାଉ କି, ୨ ବର୍ଷ ପୂର୍ବେ ଆମେରିକାର କ୍ୟାପିଟାଲ (ଆମେରିକାର ସଂସଦ)ରେ ହୋଇଥିବା ଦଙ୍ଗାକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କ ଫେସ୍ବୁକ୍ ଆକାଉଣ୍ଟ ଉପରେ ବ୍ୟାନ୍ ଲଗାଯାଇଥିଲା।ଡୋନାଲ୍ଡ ଟ୍ରମ୍ପ ଦଙ୍ଗାକୁ ଉତ୍ସାହିତ କରିବା ଭଳି ପୋଷ୍ଟ କରିଥିବା କହିଥିଲା ସୋସିଆଲ ମିଡିଆ କମ୍ପାନୀ।
ସୂଚନାଥାଉ କି, ୨୦୨୧ ମସିହା, ଜାନୁଆରୀ ୬ରେ ଆମେରିକାର ସଂସଦ ପରିସରରେ ହୋଇଥିବା ହିଂସା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଆକାଉଣ୍ଟକୁ ଫେସ୍ବୁକ୍ ବ୍ଲକ୍ କରିଥିଲା। ଜାଣିଶୁଣି ସମର୍ଥକଙ୍କୁ ଉସ୍କାଇବା ଅଭିଯୋଗରେ, ହିଂସା ଉପୁଜିଥିବା ଅଭିଯୋଗ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1679115074.jpg)