Advertisment

ନିଶା ନେଇଗଲା ପ୍ରାଇଭେଟ୍ ପାର୍ଟ

ମହଙ୍ଗା ପଡିଲା ମଦ୍ୟପାନ କରି ଗାଡି ଚଳେଇବା। ଏନେଇ ଜଣେ ଯୁବକଙ୍କୁ ହରେଇବାକୁ ହେଲା ତାଙ୍କ ପ୍ରାଇଭେଟ୍ ପାର୍ଟ। ମଦ୍ୟପାନ କରି ଏହି କାର୍‌ ଡ୍ରାଇଭିଂ କାରଣରୁ ଦୁର୍ଘଟଣା ଘଟିଥିଲା। ଏହି କାରଣରୁ ଯୁବକ ଜଣକ ବେହୋସ ହୋଇଯାଇଥିଲେ। ଶେଷକୁ କଥା ଏମିତି ହେଲା ଯେ ଡାକ୍ତରଙ୍କୁ ତାଙ୍କ ପ୍ରାଇଭେଟ୍ ପାର୍ଟ କାଟିବାକୁ ପଡିଲା।

Doctors had to cut the private part of the young man

Doctors had to cut the private part of the young man

Advertisment

ନ୍ୟୁୟର୍କ : ମହଙ୍ଗା ପଡିଲା ମଦ୍ୟପାନ କରି ଗାଡି ଚଳେଇବା। ଏନେଇ ଜଣେ ଯୁବକଙ୍କୁ ହରେଇବାକୁ ହେଲା ତାଙ୍କ ପ୍ରାଇଭେଟ୍ ପାର୍ଟ। ମଦ୍ୟପାନ କରି ଏହି କାର୍‌ ଡ୍ରାଇଭିଂ କାରଣରୁ ଦୁର୍ଘଟଣା ଘଟିଥିଲା। ଏହି କାରଣରୁ ଯୁବକ ଜଣକ ବେହୋସ ହୋଇଯାଇଥିଲେ। ଶେଷକୁ କଥା ଏମିତି ହେଲା ଯେ ଡାକ୍ତରଙ୍କୁ ତାଙ୍କ ପ୍ରାଇଭେଟ୍ ପାର୍ଟ କାଟିବାକୁ ପଡିଲା।

Advertisment

ଯୁବକ ଜଣକ ସୋସିଆଲ ମିଡିଆରେ ଏହି ଦୁର୍ଘଟଣା ବିଷୟରେ କହିଛନ୍ତି। 'ଦି ସନ୍ ୟୁକେ'ର ରିପୋର୍ଟ ଅନୁଯାୟୀ, ଏହି ଘଟଣା ୨୦୧୪ ମସିହାରେ ଆମେରିକାର ମିସୌରୀର ସେଣ୍ଟ୍ ଲୁଇସ୍‌ରେ ଘଟିଥିଲା। ୨୯ ବର୍ଷୀୟ ପଲ୍ ବେରୀ ବର୍ତ୍ତମାନ ସେହି ଯନ୍ତ୍ରଣାଦାୟକ ସଡ଼କ ଦୁର୍ଘଟଣା ବିଷୟରେ ଲୋକଙ୍କୁ କହିଛନ୍ତି।

Advertisment

ପଲ୍ କହିଛନ୍ତି ଯେ ସେଦିନ ସେ ତାଙ୍କ ପ୍ରେମିକାକୁ ଭେଟିବା ନେଇ ମସୌରୀରୁ କଲମ୍ବିଆ କାର୍‌ ଚଲେଇ ଯାଉଥିଲେ। ଏହି ସମୟରେ ସେ ମଦ୍ୟପାନ କରିଥିଲେ। ନିଶାରେ ଥିବାରୁ ରାସ୍ତାରେ ହଠାତ ଭାରସାମ୍ୟ ହରେଇଲେ। ଏହା ପରେ ତାଙ୍କ ସହ ଏଭଳି ଦୁର୍ଘଟଣା ଘଟିଲା ଯେ ଯାହା କେବେ ବି ଭୁଲି ହେବ ନାହିଁ। ସେହି ମର୍ମନ୍ତୁଦ ଦୁର୍ଘଟଣାକୁ ମନେପକେଇ ପଲ୍ କହିଛନ୍ତି ଯେ ସେ କାର୍‌ରୁ ଛିଟିକି ପଡିଥିଲେ। ଗାଡି ମଧ୍ୟ ଓଲଟି ପଡିବା ସହିତ ତାଙ୍କ ଉପରକୁ ମାଡିଗଲା। ଦୁର୍ଘଟଣାରେ ତାଙ୍କ ବେକ, ମାଢି, ଅଣ୍ଟା ଓ ନାକରେ ଗଭୀର ଆଘାତ ଆସିଥିଲା। ଏହାଛଡା ତାଙ୍କ ପ୍ରାଇଭେଟ୍ ପାର୍ଟରେ ମଧ୍ୟ ସାଂଘାତିକ ଭାବେ ଆଘାତ ଆସିଥିଲା। ଗାଡି ମଧ୍ୟ ଚୂର୍‌ମାର୍ ହୋଇଯାଇଥିଲା।

ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଏତେ ସଂକଟାପନ୍ନ ଥିଲା ଯେ ତାଙ୍କୁ ବଞ୍ଚେଇବା ନେଇ ଡାକ୍ତରଙ୍କୁ ତାଙ୍କ ପ୍ରାଇଭେଟ୍ ପାର୍ଟ କାଟିବା ସହିତ ଟେଷ୍ଟିକଲ୍ କାଟି ଅଲଗା ମଧ୍ୟ କରିବାକୁ ପଡିଲା। ସେତେବେଳେ ସେ ଅଚେତ ଥିଲେ। କିଛି ଦିନ ପରେ ପଲଙ୍କ ଚେତା ଫେରିଲା ପରେ ସେ ବିଷୟରେ ଜାଣିଲେ।

Advertisment

ଏ ଭିତରେ ଏନେକ ବର୍ଷ ଚାଲିଗଲାଣି। କିନ୍ତୁ ଏହି ଯନ୍ତ୍ରଣାଦାୟକ ଘଟଣା ପଲଙ୍କ ମନରେ ଆଜି ବି ତାଜା ହୋଇ ରହିଛି। ପଲ କୁହନ୍ତି ଯେ ଏହି ଘଟଣା ତାଙ୍କ ମନରେ ଦୁଃଖ ଦିଏ ଯେ ସେ କେବେ ଆଉ ବାପା ହୋଇପାରିବେ ନାହିଁ। ସେ ବର୍ତ୍ତମାନ ନିଜକୁ ପୁରୁଷ ବୋଲି ଭାବି ପାରୁ ନାହାନ୍ତି। କିନ୍ତୁ ପରିବାର ସଦସ୍ୟଙ୍କ ସହାୟତାରେ ସେ ନିଜ ମନ ବଳକୁ ଦୃଢ କରିବାକୁ ଚେଷ୍ଟା କରୁଛନ୍ତି।

America Drink And Driving Lost Private Part
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ