୧୫ ବର୍ଷ ଧରି ଆଖିରେ ପଶିଥିଲା କାଠଖଣ୍ଡ; ଅପରେସନ୍‌ ପରେ ସୁସ୍ଥ ହେଲେ ମହିଳା

ମହିଳାଙ୍କ ଆଖିରେ ୩ ମିଲିମିଟର ଲମ୍ବା କାଠଖଣ୍ଡ ରହିଥିଲା, ଯାହା ୧୫ ବର୍ଷରୁ ଅଧିକ ସମୟ ଧରି । ହେଲେ ସବୁଠାରୁ ବଡ଼ କଥା ହେଉଛି, ଆଖିରେ କାଠଖଣ୍ଡ ରହିଥିଲେ ସେ କେବେ ବି ତାଙ୍କ ଆଖିରେ ଯନ୍ତ୍ରଣା ଅନୁଭବ କରିନଥିଲେ ।

୧୫ ବର୍ଷ ଧରି ଆଖିରେ ପଶିଥିଲା କଠଖଣ୍ଡ

ଯଦି ଜଣେ ବ୍ୟକ୍ତିଙ୍କ ଆଖିରେ ଧୂଳି ପଡ଼ିଯାଏ ତେବେ ଯନ୍ତ୍ରଣାରେ ଛଟପଟ ହୁଅନ୍ତି । ଆଉ ଯଦି ଆଖିରେ ଧୂଳି ନୁହେଁ କୌଣସି ଏକ ଛୋଟ ଜିନିଷ ବର୍ଷ ବର୍ଷ ଧରି ପଶିରୁହେ ତେବେ କେତେ ଯେ, ଯନ୍ତ୍ରଣା ହେଉଥିବ ତାହା ଆପଣ ନିହାତି ଜାଣିପାରୁଥିବେ । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୫ ବର୍ଷର ଯନ୍ତ୍ରଣା । ଏକ ବିପଜ୍ଜନକ ଜିନିଷ ଜଣେ ଯୁବତୀଙ୍କ ଆଖିରେ ଲାଗି ରହିଥିଲା । ଆଉ ଏହାର ଚିକିତ୍ସା କରାଇଥିବା ଡାକ୍ତର ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜଣେ ଆମେରିକୀୟ ମହିଳାଙ୍କ ଆଖିରେ ଅଟକି ରହିଥିବା ଜିନିଷ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କୁହାଯାଉଛି ଯେ, ଜଣେ ମହିଳା ତାଙ୍କ ଆଖି ଯାଞ୍ଚ କରିବାକୁ ଆସିଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳାଙ୍କ ଆଖିରେ ୩ ମିଲିମିଟର ଲମ୍ବା କାଠଖଣ୍ଡ ରହିଥିଲା, ଯାହା ୧୫ ବର୍ଷରୁ ଅଧିକ ସମୟ ଧରି । ହେଲେ ସବୁଠାରୁ ବଡ଼ କଥା ହେଉଛି, ଆଖିରେ କାଠଖଣ୍ଡ ରହିଥିଲେ ସେ କେବେ ବି ତାଙ୍କ ଆଖିରେ ଯନ୍ତ୍ରଣା ଅନୁଭବ କରିନଥିଲେ ।

ବୋଷ୍ଟନ୍‌ର ଜଣେ ୩୦ ବର୍ଷିୟ ମହିଳାଙ୍କ କ୍ଷେତ୍ରରେ ଏପରି ଘଟିଛି । ମଧୁମେହରେ ସେ ପୀଡିତ ଥିବାରୁ ତାଙ୍କ ଆଖି ଯାଞ୍ଚ କରାଯାଉଥିଲା । ମଧୁମେହରେ ପୀଡିତ ଲୋକମାନେ ଆଖି ସମ୍ବନ୍ଧୀୟ ସମସ୍ୟାର ଶିକାର ହୁଅନ୍ତି । ତେଣୁ ଆଖି ପରୀକ୍ଷା କରିବା ସମୟରେ ଏହି ଘଟଣା ଡାକ୍ତରଙ୍କ ସାମ୍ନାକୁ ଆସିଥିଲା ।

ଘଟଣାକୁ ନେଇ ଡାକ୍ତାରମାନେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଡାକ୍ତର କହିଛନ୍ତି, ରୋଗୀ ଆଖିରେ ଆଘାତ ପାଇବା ପରେ ଯନ୍ତ୍ରଣା ଏବଂ ଅସ୍ୱାଭାବିକତା ଅନୁଭବ କରିଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କୁ ପୂର୍ବପରି ଠିକ୍‌ ଲାଗିଥିଲା । ତେଣୁ ସେ ଚିକିତ୍ସା କରାଇନଥିଲେ । ହେଲେ କାଠଖଣ୍ଡଟି ଡୋଳାକୁ ଆଘାତ ଦେଇନଥିଲା । ତେଣୁ ସେ ଠିକ୍‌ ଅଛନ୍ତି । ନଚେତ ସେ ଦୃଷ୍ଟି ଶକ୍ତି ହରାଇଥା’ନ୍ତେ । ଭବିଷ୍ୟତରେ ଯଦି ସେ ଯନ୍ତ୍ରଣା ଅନୁଭବ କରନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି ଡାକ୍ତର କହିଛନ୍ତି ।