Advertisment

ଟାଇଫୁନ୍ ମାଡ଼ରେ ଘାଇଲା ଚୀନ୍, ତାଣ୍ଡବ ରଚିଲା ଡୋକସୁରି

ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଏଥିଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅଦ୍ୟତନ ହୋଇଛି
Typhoon Doksuri

Typhoon Doksuri

Advertisment

ଚୀନରେ ଟାଇଫୁନ୍ ଡୋକସୁରିର ତାଣ୍ଡବ । ଲ୍ୟାଣ୍ଡଫଲ୍ ପରେ ଭୟଙ୍କର ରୂପ। ଏହାର ପ୍ରଭାବରେ ଉତ୍ତର ଚୀନରେ ପ୍ରବଳ ବର୍ଷା । ଉବୁଟୁବୁ ରାଜଧାନୀ ବେଜିଂ ସହ ଅନେକ ଅଂଚଳ । ଯେଉଁଠି ଦିନେ ରାଜରାସ୍ତା ଥିଲା ସେଠି ଏବେ ତିନି ଫୁଟରୁ ଚାରି ଫୁଟ ଉଚ୍ଚର ପାଣି ଚାଲୁଛି। ସୁଅ ମୁହଁରେ ପତ୍ର ପରି ଗାଡ଼ି ଗୁଡିକ ଭାସିଯିବାର ଦୃଶ୍ୟ ସ୍ଥାନୀୟ ବାସିନ୍ଦାମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭୂସ୍ଖଳନଯୋଗୁଁ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

Advertisment

ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ଯୁଦ୍ଧାକାଳୀନ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ, ୩ ଲକ୍ଷ ୫୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବିମାନ ଚଳାଚଳ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଏଥିଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗତ କିଛି ବର୍ଷ ମଧ୍ୟରେ ଟାଇଫୁନ୍ ଡୋକସୁରି ଭଳି ବଡ଼ ବାତ୍ୟା ଦେଖିବାକୁ ମିଳି ନଥିଲା । ଏହାର ପ୍ରଭାବରେ ସପ୍ତାହାନ୍ତରେ ଫୁଜିଆନ୍ ଓ ହେବେଇ ପ୍ରୋଭିନ୍ସରେ ପ୍ରବଳ ବର୍ଷା ହେଉଛି । ଅନେକ ନଦୀରେ ଜଳସ୍ତର ବିପଜ୍ଜନକଭାବେ ବୃଦ୍ଧି ପାଇବା ପରେ, ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ୟୋଙ୍ଗଡିଙ୍ଗ ନଦୀରେ ଅନେକ ଘର ଭାସି ଯାଇଥିବା ସୂଚନା ମିଳିଛି । ୪୦ହଜାରରୁ ଅଧିକ ନିର୍ମାଣ କାମ ବନ୍ଦ ରହିଛି । ୨୦ ହଜାର ବିଲଡିଂ କ୍ଷତିଗ୍ରସ୍ତ ହୋଇଛି । ପରିସ୍ଥିତିକୁ ଦେଖି ରାଜଧାନୀ ବେଜିଂରେ ବନ୍ୟା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଚୀନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।

Advertisment

ସେପଟେ ପୁଣି ଆସୁଛି ଆଉ ଏକ ବାତ୍ୟା । ଟାଇଫୁନ୍ ଡୋକସୁରି ପ୍ରଭାବରେ ଚୀନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହି ସପ୍ତାହରେ ଆସୁଛି ଆଉ ଏକ ଟାଇଫୁନ୍ ଖାନୁନ୍ । ଏହାର ରୂପରେଖ କଣ ହେବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣା ପଡ଼ି ନଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଡୋକାସୁରି ପ୍ରଭାବରେ ଚୀନ୍ ଏବେ ପୂରାପୂରି ଘାଇଲା ହୋଇସାରିଥିବା ବେଳେ, ପୁଣି ଆଉ ଏକ ଟାଇଫୁନ୍ ସ୍ଥିତିକୁ ଅଧିକ ବିଗାଡ଼ିଦେବ ବୋଲି ଆଶଙ୍କା କରାଯାଉଛି।...

ଚୀନରେ ଚଳିତବର୍ଷ ପାଣିପାଗରେ ଦ୍ରୁତ ପରିବର୍ତ୍ତନ ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ତାପମାତ୍ରା ଉଦବେଗଜନକ ଭାବେ ବୃଦ୍ଧି ପାଇଛି । ଏବର୍ଷର ବର୍ଷା ୨୦୧୨ରେ ହୋଇଥିବା ପ୍ରବଳ ବର୍ଷାକୁ ପାର କରିବାର ଆଶଙ୍କା ଦେଖାଦେଇଛି। ସେତେବେଳେ ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ବେସାହାରା ହୋଇଯାଇଥିଲେ। ତେବେ ଏଥର ଟାଇଫୁନ୍ ପାଇଁ ଗତ ୪୦ ଘଣ୍ଟା ମଧ୍ୟରେ ବେଜିଂରେ ୧୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜୁଲାଇ ମାସରେ ହାରାହାରି ବର୍ଷା ପରିମାଣ ଯେତିକି, ସେତିକି ପରିମାଣର ବର୍ଷା ଏତେ କମ ସମୟ ମଧ୍ୟରେ ହୋଇଥିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି ।

Advertisment
Typhoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ