Advertisment

ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍‌କୁ ବିଷ ଦେଇ ହତ୍ୟା ଉଦ୍ୟମ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପାକିସ୍ତାନରେ ଦାଉଦ୍‌ଙ୍କୁ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବା ପରେ ସେଠାରେ ହଲଚଲ୍‌ ଆରମ୍ଭ ହୋଇଯାଇଛି। ପାକିସ୍ତାନରେ ଇଣ୍ଟରନେଟ୍‌ ସର୍ଭର ଡାଉନ୍‌ ଥିବା ଖବର ଆସିଛି।

ଅଦ୍ୟତନ ହୋଇଛି
dawood ibrahim

dawood ibrahim

Advertisment

ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌କୁ ଦିଆଯାଇଛି ବିଷ। ଏହି ଖବର ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି କି ତାକୁ କରାଚିରେ ଜଣେ ଅଜ୍ଞାତ ବ୍ୟକ୍ତି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ ଦାଉଦ୍‌ର ଅବସ୍ଥା ଏବେ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଦାଉଦ୍‌କୁ ବିଷ ଦିଆଯାଇଥିବା ଖବର କୌଣସି ରିପୋର୍ଟରେ ପ୍ରମାଣିତ ହୋଇନାହିଁ।

Advertisment

ତେବେ ମିଳିଥିବା ସୂଚନା ଅନୁସାରେ ଯେଉଁ ହସ୍ପିଟାଲରେ ଦାଉଦ୍‌କୁ ଭର୍ତ୍ତି କରାଯାଇଛି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସେହି ଫ୍ଲୋରରେ ସେ ହିଁ ଏକମାତ୍ର ରୋଗୀ ଭାବେ ରହିଥିବା ଜଣାପଡ଼ିଛି। ଦାଉଦ୍‌ ନିକଟକୁ କେବଳ ହସ୍ପିଟାଲର ଉପରିସ୍ଥ କର୍ତ୍ତୁପକ୍ଷ ଓ ତା’ର ନିକଟ ସମ୍ପର୍କୀୟଙ୍କୁ ହିଁ ଛଡ଼ାଯାଉଛି।

ପାକିସ୍ତାନରେ ଦାଉଦ୍‌କୁ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବା ପରେ ସେଠାରେ ହଲଚଲ୍‌ ଆରମ୍ଭ ହୋଇଯାଇଛି। ପାକିସ୍ତାନରେ ଇଣ୍ଟରନେଟ୍‌ ସର୍ଭର ଡାଉନ୍‌ ଥିବା ଖବର ଆସିଛି। ପାକିସ୍ତାନର ଲାହୋର, କରାଚି, ଇସଲାମାବାଦ ପରି ଦେଶର ଅନେକ ବଡ଼ ବଡ଼ ସହରରେ ମଧ୍ୟ ଇଣ୍ଟରନେଟ୍ ସର୍ଭର ଡାଉନ୍‌ ରହିଛି। ଏହା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ ମଧ୍ୟ କାମ କରୁନାହିଁ।

Advertisment

ସୂଚନା ଅନୁସାରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ଦାଉଦ୍‌ ଇବ୍ରାହିମ୍‌। ତେବେ ଦାଉଦ୍‌କୁ ନେଇ ଏହି ଖବର ଭାଇରାଲ ହେବା ପରେ ଏହି ଅଣ୍ଡରୱାର୍ଲ୍ଡ ଡନ୍‌ର ସମ୍ପର୍କୀୟ ଅଲିଶାହ ପାର୍କର ଓ ସାଜିଦ ବାଗଲେଙ୍କଠାରୁ ମୁମ୍ବାଇ ପୋଲିସ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି। ଗତ ଜାନୁଆରୀ ମାସରେ ଦାଉଦ୍‌ର ଭଉଣୀ ହସିନା ପାର୍କରଙ୍କ ପୁଅ NIAକୁ କହିଥିଲା କି ଦାଉଦ୍‌ ଦ୍ୱିତୀୟ ବିବାହ କରିବା ପରେ କରାଚିରେ ରହୁଛି।

Pakistan Dawood Ibrahim Most Wanted Don
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ