Advertisment

ସତ ହେଲା ୭ ବର୍ଷ ପୂର୍ବର ଭବିଷ୍ୟବାଣୀ...

ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ହେଉଛନ୍ତି ବ୍ରିଟେନର ପ୍ରଥମ ଅଣଶ୍ୱେତାଙ୍ଗ ଓ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ।

ଅଦ୍ୟତନ ହୋଇଛି
Prediction About UK PM

David Cameron Prediction About UK PM Before 7 Years

Advertisment

ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ହେଉଛନ୍ତି ବ୍ରିଟେନର ପ୍ରଥମ ଅଣଶ୍ୱେତାଙ୍ଗ ଓ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଏବଂ ଶେଷ ମୁହୂର୍ତ୍ତରେ ଅନ୍ତିମ ପ୍ରତିଦ୍ୱନ୍ଦ୍ୱୀ ପେନି ମରଡଣ୍ଟ ପିଏମ୍ ରେସ୍‌ରୁ ଓହରିବା ପରେ ୪୨ ବର୍ଷୀୟ ରିଷି ସୁନକଙ୍କୁ କନ୍‌ଜର୍‌ଭେଟିଭ୍ ପାର୍ଟି ନେତା ବାଛିଛି। 

Advertisment

‘ଭାରତୀୟ ବଂଶୋଦ୍ଭବ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ। ଦିନ ଆସିବ ଏହି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ହାତରେ ରହିବ।’ ୭ ବର୍ଷ ପୂର୍ବେ ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଡେଭିଡ୍‌ କେମରନ୍‌ ଏହି ଭବିଷ୍ୟବାଣୀ କରିଥିଲେ। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀଙ୍କୁ ସମ୍ବୋଧନ କରିବାକୁ ଇଂଲଣ୍ଡ ଯାଇଥିଲେ। ସେତେବେଳର ୟୁକେର ପ୍ରଧାନମନ୍ତ୍ରୀ ଥିବା ଡେଭିଡ୍ କେମରନ୍‌ ଲୋକଙ୍କୁ ଅଭିଭାଷଣ ଦେଇ ଏପରି କହିଥିଲେ। ବ୍ରିଟେନର ପାର୍ଲାମେଣ୍ଟକୁ ଅନେକ ଭାରତୀୟ ବଂଶୋଦ୍ଭବ ନିର୍ବାଚିତ ହୋଇଥିବାରୁ କେମରନ୍‌ ଏହା କହିଥିଲେ। ଶେଷରେ ୭ ବର୍ଷ ପୂର୍ବେ କେମରନ୍‌ କରିଥିବା ଏହି ଭବିଷ୍ୟବାଣୀ ଆଜି ସତ ହୋଇଛି। ଆଉ ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ରିଷି ସୁନକଙ୍କ ରାଜନୈତିକ ଯାତ୍ରା ଓ ରୋଚକ କଥା

ରିଷିଙ୍କ ପାଖରେ ୧୩୭ ଦଳୀୟ ସାଂସଦଙ୍କ ସମର୍ଥନ ଥିବାବେଳେ ବହୁ ପଛରେ ପଡ଼ିଥିଲେ ପେନି ମରଡଣ୍ଟ। ବୋରିସ୍ ଜନ୍‌ସନ୍‌ ବିରୋଧୀ ଆନ୍ଦୋଳନର ସୂତ୍ରଧର ସାଜି ଚର୍ଚ୍ଚାରେ ଥିବା ଏହି ନେତା ପ୍ରାୟ ୨ ମାସ ପୂର୍ବେ ପିଏମ୍ ରେସ୍‌ରେ ଲିଜ୍ ଟ୍ରସ୍‌ଙ୍କ ଠାରୁ ପରାଜିତ ହୋଇଥିଲେ। ଆଉ ଏବେ ରିଷି ପୁଣି ନିଜ ସ୍ୱପ୍ନର ପଦବୀ ଅଳଙ୍କୃତ କରିବାରେ ସଫଳ ହୋଇଛନ୍ତି।

Advertisment

ଟ୍ରସ୍‌ଙ୍କ ଇସ୍ତଫା ପରେ କନ୍‌ଜର୍‌ଭେଟିଭ୍ ପାର୍ଟି ରିଷି ସୁନକ୍‌ଙ୍କୁ ନେତା ଭାବେ ବାଛିଛନ୍ତି। ଅକ୍ଟୋବର ୨୮ରେ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଚର୍ଚ୍ଚା ହେଉଛି ଯେ, ଯେଉଁମାନେ ଭାରତରେ ୨ ଶହରୁ ଅଧିକ ବର୍ଷ ଶାସନ କରିଥିଲେ ଏବେ ସମୟଚକ୍ରରେ ସେମାନେ ଶାସିତ ହେବେ ଜଣେ ଭାରତୀୟଙ୍କ ଦ୍ୱାରା। ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: ରିଷି ସୁନକ କିଏ ?

Rishi Sunak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ