Advertisment

ଆଫଗାନ ରାଜଦୂତଙ୍କ କନ୍ୟାଙ୍କୁ ପାକିସ୍ତାନରୁ ଅପହରଣ

ପାକିସ୍ତାନରେ ରହୁଥିବା ଆଫଗାନ ରାଜଦୂତଙ୍କ କନ୍ୟାଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ। ଦୀର୍ଘ ଘଣ୍ଟା ନିର୍ଯାତନା ଦେବା ପରେ ଛାଡ଼ିଲେ।

ଆଫଗାନ ରାଜଦୂତଙ୍କ କନ୍ୟାଙ୍କୁ ପାକିସ୍ତାନରୁ ଅପହରଣ

afghanistan withdraws ambassador from pakistan

Advertisment

ଇସଲାମବାଦ:ପାକିସ୍ତାନରେ ଆଫଗାନ ରାଜଦୂତ ନଜୀବୁଲ୍ଲାହ ଅଲୀଖିଲ  (Najibullah Alikhil)ଙ୍କ କନ୍ୟା ଇସ୍‌ଲାମବାଦରୁ ଅପହୃତ ହୋଇଥିବା ଖବର ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରିବାର କିଛି ସମୟ ପରେ ଛାଡି ଦେଇଛନ୍ତି। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

Advertisment

ଆଫଗାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ରବିବାର ଏକ ବୟାନ ଜାରି କରି କୁହାଯାଇଛି- ପାକିସ୍ତାନରେ ଆଫଗାନ ରାଜଦୂତ ନଜୀବୁଲ୍ଲାହ ଅଲୀଖିଲଙ୍କ ଝିଅ ସିଲସିଲା ଅଲୀଖିଲଙ୍କୁ ଜୁଲାଇ ୧୭ ତାରିଖ ଶନିବାର ଦିନ ଇସ୍‌ଲାମବାଦରୁ ଅପହରଣ କରି ନିଆଯାଇଛି। ଘରକୁ ଫେରୁଥିବାବେଳେ ତାଙ୍କର ଅପହରଣ କରାଯାଇଛି। ଅପହରଣ ପରେ ତାଙ୍କୁ ଅନେକ ସମୟ ଧରି ନିର୍ଯାତନା ଦିଆଯାଇଥିଲା। ପରେ ଅପହାରକାରୀମାନେ ତାଙ୍କୁ ଛାଡ଼ି ଦେଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 
ସିଲସିଲା ଏକ ଭଡା ଗାଡ଼ିରେ ଯାଉଥିବାବେଳେ ତାଙ୍କୁ ଅପହରଣ କରି ନିଆଯାଇଥିଲା। ପରେ ରାଜଧାନୀର ଏଫ-୯ ପାର୍କ ଇଲାକାରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ଶରୀରରେ ଆଘାତର ଚିହ୍ନ ରହିଛି। ଏଥିରୁ ତାଙ୍କୁ ମାର୍‌ପିଟ କରାଯାଇଥିବା ଜଣାପଡ଼ିଛି। 

Advertisment

ଏହି ଘଟଣା ପରେ ପାକିସ୍ତାନରେ ଥିବା ଆଫଗାନ ରାଜଦୂତ ଏବଂ ବରିଷ୍ଠ  କର୍ମଚାରୀଙ୍କୁ ଆଫଗାନିସ୍ତାନ ଫେରାଇ ନେଇଛି। ଯେ ପର୍ଯ୍ୟନ୍ତ ଦୋଷୀଙ୍କୁ ଗିରଫ କରାଯାଇ ନାହିଁ ଏବଂ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ନାହିଁ ତଥା ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ସେମାନେ ଯିବେ ନାହିଁ ବୋଲି କୁହାଯାଇଛି। 

ଆଫଗାନୀ ବିଦେଶ ମନ୍ତ୍ରାଳୟ ଘଟଣାର ନିନ୍ଦା କରିବା ସହ ନିଜର ରାଜନେତା ଏବଂ ସେମାନଙ୍କ ପରିଜନଙ୍କ ସୁରକ୍ଷା ନେଇ ପାକ୍‌ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ‘ଆମେ ଏପରି ଜଘନ୍ୟ ଅପରାଧକୁ ନିନ୍ଦା କରୁଛୁ। ପାକିସ୍ତାନରେ ଥିବା ଆମର ରାଜନେତା, କର୍ମଚାରୀ ଏବଂ ସେମାନଙ୍କ ପରିଜନଙ୍କ ସୁରକ୍ଷା  ନିଶ୍ଚିତ କରିବାକୁ ଦାବି କରୁଛୁ।’ ମନ୍ତ୍ରାଳୟ ପକ୍ଷରୁ ଆହୁରି କହିଛି, ଆମେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଆଗରେ ଏହି ମାମଲା ଉଠାଇବୁ ଏବଂ ଏହି ମାମଲାରେ ସାମିଲ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଦାବି କରିବୁ।’

Advertisment

ଇତି ମଧ୍ୟରେ ପାକିସ୍ତାନ ଗୃହ ମନ୍ତ୍ରୀ ଶେଖ ରଶିଦ ଏକ ଘରୋଇ ଟିଭି ଚାନେଲକୁ ଇଣ୍ଟରଭ୍ୟୁ ଦେଇ କହିଛନ୍ତି, ରାଜଦୂତଙ୍କ କନ୍ୟାର ଅପହରଣ କରାଯାଇ ନାହିଁ। ସେ ନିଜ ଇଚ୍ଛାରେ ରାଓଲପିଣ୍ଡି ଯାଇଥିଲେ। ଆମ ପାଖରେ ସିସିଟିଭି ଫୁଟେଜ ରହିଛି। 

Afghanistan Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ