Snana Purnima in London
ଚକା ଚକା ଆଖି... ଲାଖି ଯାଉଛି ମନ । ଭାଇ ଭଉଣୀଙ୍କ ସହ ବସି ଖିଲିଖିଲି ହସୁଛନ୍ତି କାଳିଆ ସାଆନ୍ତ । ବିଶ୍ୱନିଅନ୍ତା ସବୁଠି ବିଦ୍ୟମାନ । ଏଥିପାଇଁ ସୁଦୂର ଇଂଲଣ୍ଡର ସିଟି ଅଫ୍ ବାଥ୍ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସକାଳୁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଜୟ ଜଗନ୍ନାଥ ଧ୍ୱନିରେ ଗୁଞ୍ଜରିତ ହୋଇଥିଲା ପରିବେଶ । ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଆଳତୀ ଓ ପୁଷ୍ପାଞ୍ଜଳି ପରେ ନୂଆ ବସ୍ତ୍ର ପରିଧାନ କରାଇଥିଲେ ପୂଜକ । ପରେ ୧୦୮ ମାଟି କୁମ୍ଭରେ ଥିବା ସୁବାସିତ ଜଳକୁ ମହାପ୍ରଭୁଙ୍କ ଠାରେ ଲାଗି କରାଯାଇଥିଲା ।
ଶେଷରେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ୩ ଠାକୁର । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯିବା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମହାପ୍ରଭୁଙ୍କ ଏହି ଉତ୍ସବରେ ବିଦେଶୀ ଭକ୍ତମାନେ ଯୋଗଦେଇ ବେଶ ଆନନ୍ଦିତ ହୋଇଥିଲେ । ଏହିପରି ହିନ୍ଦୁ ଉତ୍ସବ ଓ ପାରମ୍ପରିକ ପର୍ବ ପର୍ବାଣୀରେ ସ୍ଥାନୀୟ ପ୍ରବାସୀ ଭାରତୀୟମାନେ ଯୋଗଦେଇ ବେଶ ଉତ୍ସାହିତ ହୋଇଛନ୍ତି । କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର ବୋଲି ସେ ନେଇ ମତ ରଖିଛନ୍ତି ।
ଅଧିକ ପଢ଼ନ୍ତୁ: ତୃଷ୍ଣାର୍ଥ ପାଣ୍ଡବ ଓ ଅଜଣା ଶୂନ୍ୟବାଣୀ
ଆସନ୍ତା ପବିତ୍ର ରଥଯାତ୍ରା ଦିନ ଇଂଲଣ୍ଡରେ ଥିବା ସମସ୍ତ ଶ୍ରଦ୍ଧାଳୁ, ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଯୋଗଦାନ ନିମନ୍ତେ ଜଗନ୍ନାଥ ମନ୍ଦିର ପକ୍ଷରୁ ନିବେଦନ କରିଛନ୍ତି । ବାଥ୍ ସିଟିରେ ଥିବା ଜଗନ୍ନାଥ ମନ୍ଦିରରେ ବାର ମାସରେ ତେର ଯାତ୍ରା ପାଳିତ ହେବା ସହ ପ୍ରତିଦିନ ସମସ୍ତ ଶ୍ରଦ୍ଧାଳୁଙ୍କ ନିଶୁଳ୍କ ଅନ୍ନଦାନ ସେବା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749975703.jpg)