Advertisment

ପାକିସ୍ତାନରେ କପେ ଚା ପିଇବା ମୁସ୍କିଲ୍, ଭାରତକୁ ଫୁଟାଣି ଦେଖାଇବା ପଡିଲା ମହଙ୍ଗା

ଚଳିତ ବର୍ଷ ଭାରତରୁ ଚିନି ଆମଦାନୀ କରିବାକୁ ପାକିସ୍ତାନ ମନା କରି ଦେଇଛି। ଯାହାକି ଦେଶ ପାଇଁ ମହଙ୍ଗା ହୋଇଛି। ପାକିସ୍ତାନ କ୍ରିକେଟର ଶୋଏବ ଅଖତରଙ୍କ ସହର ରାୱଲପିଣ୍ଡିରେ ଚା’ କପ୍ ମୂଲ୍ୟ ୪୦ ଟଙ୍କା ହୋଇଛି। ପୂର୍ବରୁ ଏଠାରେ ଏକ କପ୍ ଚା’ର ମୂଲ୍ୟ ଥିଲା ୩୦ ଟଙ୍କା। ଭାରତରୁ ଚିନି ଯିବା ବନ୍ଦ ହେବା ପରେ ଚା କପ ଦଶ ଟଙ୍କା ମହଙ୍ଗା ହୋଇ ୪୦ ଟଙ୍କାରେ ପହଂଚିଛି।

Pakistan Tea

Pakistan Tea

Advertisment

ନୂଆଦିଲ୍ଲୀ: ପାକିସ୍ତାନରେ ମହଙ୍ଗା ମାଡ଼। ଚା କପରେ ଦେଖା ଦେଇଛି ଅଦିନିଆ ଝଡ। ଅମୂଲ ମୂଲ ହୋଇଛି ଚା’ର ଦାମ। କପେ ଚା ସାଧାରଣ ଲୋକଟିଏ ପାଇଁ ସାତ ସପନ ପାଲଟି ଯାଇଥିବା ବେଳେ ଚା ଦେଖିଲେ ଡରୁଛନ୍ତି ପାକିସ୍ତାନବାସୀ। କାରଣ ପାକିସ୍ତାନରେ ୪୦ ଟଙ୍କାରେ ବିକ୍ରି ହେଉଛି କପେ ଚା। ଏତେ ଟଙ୍କାରେ ଚା କିଣି ପିଇବାକୁ ଡରୁଛନ୍ତି ସାଧାରଣ ଲୋକେ। ଏହାର ମୁଖ୍ୟ କାରଣ ହୋଇଛି ଚିନି।

Advertisment

ଚଳିତ ବର୍ଷ ଭାରତରୁ ଚିନି ଆମଦାନୀ କରିବାକୁ ପାକିସ୍ତାନ ମନା କରି ଦେଇଛି। ଯାହାକି ଦେଶ ପାଇଁ ମହଙ୍ଗା ହୋଇଛି। ପାକିସ୍ତାନ କ୍ରିକେଟର ଶୋଏବ ଅଖତରଙ୍କ ସହର ରାୱଲପିଣ୍ଡିରେ ଚା’ କପ୍ ମୂଲ୍ୟ ୪୦ ଟଙ୍କା ହୋଇଛି। ପୂର୍ବରୁ ଏଠାରେ ଏକ କପ୍ ଚା’ର ମୂଲ୍ୟ ଥିଲା ୩୦ ଟଙ୍କା। ଭାରତରୁ ଚିନି ଯିବା ବନ୍ଦ ହେବା ପରେ ଚା କପ ଦଶ ଟଙ୍କା ମହଙ୍ଗା ହୋଇ ୪୦ ଟଙ୍କାରେ ପହଂଚିଛି।

ଚିନି ସହ ଚା’ ପତିର ମୂଲ୍ୟ ବଢିଛି। ଏହା ସହ କ୍ଷୀର ଓ ଗ୍ୟାସର ମୂଲ୍ୟ ବୃଦ୍ଧି ହେତୁ ଗତ କିଛି ଦିନ ମଧ୍ୟରେ ଚା କପର ମୂଲ୍ୟ ବୃଦ୍ଧି ପାଇଛି। ପରିସ୍ଥିତି ଏମିତି ହୋଇଛି ଯେ, ଚା’ ବେପାର କରିବାକୁ ଡରୁଛନ୍ତି ଦୋକାନୀ। ଶେଷରେ ବାଧ୍ୟ ହୋଇ କପେ ଚା’କୁ ଚଢା ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି।

Advertisment

ଭାରତକୁ ନାଲି ଆଖି ଦେଖାଇ ଆତଙ୍କବାଦୀଙ୍କ ପଛରେ ଆଖିବୁଜା ଟଙ୍କା ଖର୍ଚ୍ଚ କରିବାରେ ଲାଗିଛି ପାକିସ୍ତାନୀ। ଫଳରେ ଦେଶର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି। କ୍ଷୀରର ମୂଲ୍ୟ ଲିଟର ପିଛା ୧୦୫ରୁ ୧୨୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଚା ପତିର କେଜି ପ୍ରତି ଦର ୯୦୦ ଟଙ୍କାରେ ପହଂଚିଛି। ସେହିଭଳି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୦୦ରୁ ୩୦୦୦ ଟଙ୍କାରେ ହୋଇଛି। ସବୁ କିଛି ବଝିବା ପରେ ଚାର ମୂଲ୍ୟ ବୃଦ୍ଧି ହୋଇଛି।

Advertisment

ଚଳିତ ବର୍ଷ ଭାରତ ଚିନି ଓ ଗହମ ରପ୍ତାନୀ କରିବାକୁ ଚାହୁଁଥିଲେ ବି ପାକିସ୍ତାନ ଏହାକୁ ଅଗ୍ରାହ୍ୟ କରି ଦେଇଛି। ଯେ ପର୍ଯ୍ୟନ୍ତ କାଶ୍ମୀରରେ ୩୭୦ ଧାରା ପୁନର୍ବାର ଲାଗୁ ନ ହୋଇଛି ସେ ପର୍ଯ୍ୟନ୍ତ ଭାରତର କୌଣସି ସାହାଯ୍ୟ ଗ୍ରହଣ କରିବ ନାହିଁ ବୋଲି ପାକିସ୍ତାନ ମନା କରି ଦେଇଛି। ଯେଉଁଥି ପାଇଁ ପାକିସ୍ତାନର ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ଏବେ ଖାଦ୍ୟ ସାମଗ୍ରୀ କିଣିବା ଲୋକଙ୍କ ପାଇଁ କାଠିକର ପାଠ ହେଉଛି। ସ୍ଥିତି ଏପରି ହୋଇଛି ଯେ ଚା’ କପେ ପିଇବା ବି ଲୋକଙ୍କ ଭାଗ୍ୟରେ ଜୁଟୁନି।

Pakistan Cup Of Tea Rs40
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ