Advertisment

ଋଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ କ୍ରିପ୍ଟୋ ମାର୍କେଟ ଧରାଶାୟୀ : ବଡ଼ ବଡ଼ ମୁଦ୍ରାର ପ୍ରଭୁତ୍ୱ ହ୍ରାସ

ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି।

cryptocurrency

cryptocurrency

Advertisment

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ସମଗ୍ର ବିଶ୍ୱରେ ଷ୍ଟକ୍ ମାର୍କେଟ ଧରାଶାୟୀ ହୋଇଯାଇଛି । ୟୁରୋପରୁ ଏସିଆ ପର୍ଯ୍ୟନ୍ତ ଚାରିଆଡ଼େ ବଜାର ହ୍ରାସ ପାଇଛି । ଗୁରୁବାର ଦିନ କ୍ରିପ୍ଟୋକରେନ୍ସି ବଜାରରେ ମଧ୍ୟ ଏକ ବଡ଼ ହ୍ରାସ ଘଟିଛି । ଆଜି ସକାଳ ୧୦ଟା ରେ ଗ୍ଲୋବାଲ୍ କ୍ରିପ୍ଟୋ ମାର୍କେଟ୍ କ୍ୟାପ୍ ୮.୨୭ ପ୍ରତିଶ ହ୍ରାସ ପାଇଛି । ଗତକାଲି ୧.୭୨ ଟ୍ରିଲିୟନ ଡଲାର ହୋଇଥିବା ବେଳେ ଆଜି ୧.୫୮ ଟ୍ରିଲିୟନ ଡଲାର ରହିଛି ।

Advertisment

ଗୁରୁବାରର ଦିନ ସମସ୍ତ ପ୍ରକାର ମୁଦ୍ରାରେ ପତନ ଦେଖିବାକୁ ମିଳିଛି । ବଜାର ପାଇଁ ଏହା ଦୁଃସ୍ୱପ୍ନ କହିଲେ ଚଳେ । ବିଟକଏନ୍ ଠାରୁ ଏଥେରମ୍ (Ethereum) ପର୍ଯ୍ୟନ୍ତ ସମସ୍ତ ମାର୍କେଟ ଧରାଶାୟୀ ହୋଇପଡ଼ିଛି । Terra – LUNA ବ୍ୟତୀତ ୧୦ ଟି ମୁଦ୍ରାରେ ୧୦ ପ୍ରତିଶତ ହ୍ରାସ ରେକର୍ଡ ହୋଇଛି ।

ସର୍ବ ବୃହତ ମୁଦ୍ରା ବିଟକଏନ୍ (Bitcoin Price Today) ୭.୯୯ ପ୍ରତିଶତ ହ୍ରାସ ପାଇ ୩୪,୯୦୦.୭୮ ଡଲାରରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ଏଥେରମ୍ ମୂଲ୍ୟ ୯.୫୮ ପ୍ରତିଶତ ହ୍ରାସ ପାଇ ୨, ୩୮୪.୦୪ ଡଲାରରେ ପହଞ୍ଚିଛି । ଗତ ସପ୍ତାହ ସମ୍ପର୍କରେ ଆଲୋଚନା କଲେ ବିଟକଏନ୍ ୧୯.୮୮ ପ୍ରତିଶକ୍ଷ କ୍ଷତି ସହିଥିବାବେଳେ ଏଥେରମ୍‌ ୨୨.୩୪ ପ୍ରତିଶତ ହରାଇଛି । ବର୍ତ୍ତମାନ କ୍ରିପ୍ଟୋ ବଜାରରେ ବିଟକଏନର ପ୍ରାଧାନ୍ୟ ୪୧.୯ ପ୍ରତିଶତ ଥିବାବେଳେ ଏଥେରମର ପ୍ରାଧାନ୍ୟ ୧୮.୧ ପ୍ରତିଶତ ରହିଛି ।

Advertisment

ସେପଟେ ଏସିଆ ଟ୍ରେଡ୍‌ରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୧୦୧.୩୪ ଡଲାରରେ ପହଞ୍ଚିଛି । ୨୦୧୪ ମସିହା ସେପ୍ଟେମ୍ବରରୁ ଏହା ହେଉଛି ସର୍ବାଧିକ । ୨୦୧୪ ମସିହାରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ବ୍ୟାରେଲ୍‌ ପିଛା ୯୬.୫୧ ଡଲାରରେ ପହଞ୍ଚି ଥିଲା । ଋଷ୍ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ଉତ୍ପାଦନକାରୀ। ଯାହା ମୁଖ୍ୟତଃ ୟୁରୋପୀୟ ରିଫାଇନେରୀକୁ ଅଶୋଧିତ ତୈଳ ବିକ୍ରି କରିଥାଏ। ଋଷ୍ ବିଶ୍ୱର ଏକ ଅଗ୍ରଣୀ ଅଶୋଧିତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ବିଶ୍ୱବ୍ୟାପୀ ଏହାର ପ୍ରଭାବ ପଡ଼ିପାରେ।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ