Pakistan
ପାକିସ୍ତାନ ପଞ୍ଜାବର ଝିଅ ମିନାଲ୍ ଖାନ୍ ଓ କାଶ୍ମୀରର ପୁଅ ମୁନିର ଖାନଙ୍କ ମଧ୍ୟରେ ଅନଲାଇନରେ ଦେଖାଚାହାଁ ହେଲା । ଦୁଇଜଣ ଯାକ ପରସ୍ପରର ନିକଟତର ହେଲେ । ୨୦୨୪ ମେ’ ରେ ଉଭୟଙ୍କର ଅନଲାଇନରେ ନିକାହ (ବିବାହ) ହେଲା । ୨୦୨୫ ମାର୍ଚ୍ଚରେ ମିନାଲ୍ ଭାରତ ଆସିଲେ । ସିଆରପିଏଫ୍ ଯବାନ ସ୍ୱାମୀ ମୁନିରଙ୍କ ସହ ରହିଲେ । ତାଙ୍କର ସର୍ଟ ଟର୍ମ ଭିସା ଗତ ମାର୍ଚ୍ଚ ୨୨ ତାରିଖରେ ସରିଯାଇଛି । ଭିସା ଅବଧି ଶେଷ ହେବା ପରେ ସେ କେମିତି ରହିଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ପହଲଗାମ୍ ଆକ୍ରମଣ ପରେ ତାଙ୍କୁ ଭାରତ ଛାଡିବା ପାଇଁ ନୋଟିସ୍ ହୋଇଥିଲା । ଏପ୍ରିଲ ୨୯ ତାରିଖ ସୁଦ୍ଧା ସେ ଭାରତ ଛାଡିବା ପାଇଁ କୁହାଯାଇଥିଲା । ସେ ମଧ୍ୟ ପାକିସ୍ତାନ ଯିବା ପାଇଁ ବସରେ ଚଢ଼ିଥିଲେ । ଜମ୍ମୁରୁ ବସରେ ଅଟ୍ଟାରି-ୱାଘା ବର୍ଡର ଅଭିମୁଖେ ଆସୁଥିଲେ । କିନ୍ତୁ ଏହି ସମୟରେ ତାଙ୍କ ଓକିଲ ଅଙ୍କୁର ଶର୍ମା ତାଙ୍କୁ ଆଶ୍ୱସ୍ତ କରିଦେଲେ । କହିଲେ, ତୁମେ ପାକିସ୍ତାନ ଯିବା ଦରକାର ନାହିଁ । ସ୍ଥାନୀୟ କୋର୍ଟ ତୁମକୁ କାଶ୍ମୀରରେ ରହିବା ପାଇଁ ଅନୁମତି ଦେଇଛନ୍ତି ।
ମିନାଲ ଖାନଙ୍କ ଭିସା ଅବଧି ବଢ଼ାଇବା ପାଇଁ ସେ ପହଲଗାମ୍ ଆକ୍ରମଣ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟରେ ଆବେଦନ କରିଥିଲେ । ମିନାଲଙ୍କ ସ୍ୱାମୀ ମୁନିର ଖାନ ଜଣେ ସିଆରପିଏଫ୍ ଯବାନ । ପରିବାର ସହ ଏକାଠି ରହିବାକୁ ମିନାଲ୍ ଭାରତ ସରକାରଙ୍କୁ ଆବେଦନ କରିଥିଲେ । ଦେଶ ଛାଡିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ମିନାଲ୍ କହିଥିଲେ, ପହଲଗାମ ଘଟଣାକୁ ମୁଁ ନିନ୍ଦା କରୁଛି । ଦେଷୀଙ୍କୁ ଦଣ୍ଡ ମିଳୁ । ଆମକୁ ପରିବାର ସହ ରହିବାର ସୁଯୋଗ ବି ମିଳୁ ।
ଅଧିକ ପଢ଼ନ୍ତୁ: ଅମିତ ଶାହଙ୍କ କଡ଼ା ଚେତାବନୀ; କହିଲେ, ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ
ତେବେ ଜଣେ ସିଆରପିଏଫ୍ ଯବାନ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିବା ଘଟଣାକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି । ଜଣେ ଯବାନଙ୍କୁ କେମିତି ଏହି ବିବାହ ପାଇଁ ଅନୁମତି ଦିଆଗଲା । ଏହା ମ୍ୟାରେଜ୍-ଟ୍ରାପିଂ ବୋଲି ସେମାନେ ଅଭିଯୋଗ କରୁଛନ୍ତି । ମାର୍ଚ୍ଚ ୨୨ରେ ଭିସା ଅବଧି ସରିବା ପରେ ତାଙ୍କୁ କେମିତି ଏଠି ରହିବାକୁ ଅନୁମତି ଦିଆଗଲା । ଜଣେ ସୋସିଆଲ୍ ମିଡିଆ ୟୁଜର୍ ତାଙ୍କ ‘X’ ହ୍ୟାଣ୍ଡଲରେ ଲେଖିଛନ୍ତି, ବହୁ ସେନା ଓ ସିଆରପିଏଫ୍ ଯବାନଙ୍କର ପାକିସ୍ତାନ ଲିଙ୍କ୍ ରହିଛି । NIA ଏହାର ତଦନ୍ତ କରିବା ଉଚିତ ।
କ୍ରସ ବର୍ଡର ରୋମାନ୍ସ ବା ସୀମା ପାର୍ ପ୍ରେମର ବହୁତ ଉଦାହରଣ ରହିଛି । ଏହା ଅନେକ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହା ଏକ ରିଅଲ୍ ଷ୍ଟୋରୀ । ସୀମା ପାର୍ ବିବାହରେ କିଛି ଅସ୍ୱାଭାବିକତା ନାହିଁ । କିନ୍ତୁ ଜଣେ ଯବାନଙ୍କୁ ବିବାହ କରିବାରେ ନିଶ୍ଚିତ ଭାବେ ଉଦବେଗ ରହିବ ବୋଲି ମଧ୍ୟ ମତପ୍ରକାଶ ପାଇଛି ।
ଗତ ୬ ଦିନରେ ୭୮୬ ଜଣ ପାକିସ୍ତାନୀ ନାଗରିକ ଭାରତ ଛାଡି ପାକିସ୍ତାନ ଯାଇଛନ୍ତି । ୧୪୫୬ ଜଣ ଭାରତୀୟ ପାକିସ୍ତାନରୁ ଭାରତ ଆସିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Pakistan_1746108485.jpg)