Advertisment

ଚୀନରେ ହୁ ହୁ ହୋଇ ବଢୁଛି ସଂକ୍ରମଣ: ସ୍କୁଲ ଓ କଲେଜ୍‌ ବନ୍ଦ କଲେ ସରକାର

ଚୀନରେ ପୁଣି ଆରମ୍ଭ ହୋଇଯାଇଛି ମାହାମାରୀ କରୋନାର ପ୍ରକୋପ। ବିଶେଷ କରି ଫୁଜିଆନରେ ଏହି ଭାଇରସ ଆତଙ୍କ ଖେଳାଇବାରେ ଲାଗିଛି। ସଂକ୍ରମଣ ବଢୁଥିବା ଦେଖି ସ୍ଥାନୀୟ ପ୍ରଶାସନ ଅଂଚଳର ସମସ୍ତ ସିନେମା ହଲକୁ ବନ୍ଦ କରି ଦେଇଛି। ସେହିପରି ଜିମ ଓ ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହା ସହ ଲୋକଙ୍କୁ କୌଣସି ବି ପରିସ୍ଥିତିରେ ନିଜ ନିଜ ଅଞ୍ଚଳ ନ ଛାଡିବାକୁ ପରାମର୍ଶ ଦିଆଯାଇଛି।

Corona Virus

Corona Virus

Advertisment

ବେଜିଂ: ପୁଣି ସବୁ ବନ୍ଦ। ଜିମ, ସିନେମା ହଲ, ରାସ୍ତାଘାଟ ସବୁ ବନ୍ଦ। ଚୀନକୁ କରୋନା ଫେରିବା ପରେ ଏମିତି ପଦକ୍ଷେପ ନେଇଛି ପ୍ରଶାସନ। ଫୁଜିଆନରେ କରୋନା କାୟା ମେଲାଇଥିବାରୁ ଘରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଗତ ସେପ୍ଟେମ୍ବର ୧୦ ତାରିଖରେ ଫୁଜିଆନର ପୁତିଆନ ସହରରେ ପ୍ରଥମେ କୋଭିଡ ସଂକ୍ରମଣ ଦେଖା ଦେଇଥିଲା। ଏବେ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି।

Advertisment

ଚୀନରେ ପୁଣି ଆରମ୍ଭ ହୋଇଯାଇଛି ମାହାମାରୀ କରୋନାର ପ୍ରକୋପ। ବିଶେଷ କରି ଫୁଜିଆନରେ ଏହି ଭାଇରସ ଆତଙ୍କ ଖେଳାଇବାରେ ଲାଗିଛି। ସଂକ୍ରମଣ ବଢୁଥିବା ଦେଖି ସ୍ଥାନୀୟ ପ୍ରଶାସନ ଅଂଚଳର ସମସ୍ତ ସିନେମା ହଲକୁ ବନ୍ଦ କରି ଦେଇଛି। ସେହିପରି ଜିମ ଓ ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହା ସହ ଲୋକଙ୍କୁ କୌଣସି ବି ପରିସ୍ଥିତିରେ ନିଜ ନିଜ ଅଞ୍ଚଳ ନ ଛାଡିବାକୁ ପରାମର୍ଶ ଦିଆଯାଇଛି।

ଚୀନ ନ୍ୟାସନାଲ ହେଲଥ କମିଶନଙ୍କ ସୂଚନା ଅନୁସାରେ ଫୁଜିଆନରେ କରୋନାର ନୂଆ ମାମଲା ଚିହ୍ନଟ ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଫୁଜିଆନର ୩ ସହରରେ ଶହେରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢି ଯାଇଛି। ଚିହ୍ନଟ ମାମଲାରେ ଡେଲ୍ଟା ଭାରିଆଣ୍ଟ ଥିବାର ସୂଚନା ମିଳିଛି। ଏଣୁ ତୀବ୍ର ସଂକ୍ରମଣର କ୍ଷମତା ରଖୁଥିବା କରୋନାର ଏହି ଭାରିଆଣ୍ଟ ଉପରେ ରୋକ ଲଗାଇବା ପାଇଁ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି।

Advertisment

ଆସନ୍ତା ଅକ୍ଟୋବର ୧ ତାରିଖରୁ ଚୀନରେ ନ୍ୟାସନାଲ ହଲିଡେ ୱିକ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି। ଜାତୀୟ ଛୁଟି ସପ୍ତାହକୁ ଲୋକେ ବୁଲାବୁଲିରେ କଟାଇବାକୁ ଚିନ୍ତା କରୁଥିବାରୁ ଫୁଜିଆନ ପ୍ରଶାସନ ଜାତୀୟ ରାଜମାର୍ଗକୁ ଅବରୋଧ କରି ଦେଇଛନ୍ତି। ନିଜ ଅଞ୍ଚଳରୁ ନ ବାହାରିବାକୁ ଲୋକଙ୍କୁ ତାଗିଦ କରାଯାଇଛି।

Advertisment

ଗତ କିଛି ଦିନ ହେବ ଚୀନରେ କରୋନା ସଂକ୍ରମଣ ନିୟନ୍ତ୍ରିତରେ ରହିଥିଲା। ଏଥି ପାଇଁ ସରକାର ଟ୍ରାଭେଲ ଓ ଟୁର ଉଦ୍ୟୋଗକୁ ପୁଣି ଖୋଲି ଦେଇଥିଲେ। ତେବେ ଜାତୀୟ ଛୁଟି ସପ୍ତାହ ପୂର୍ବରୁ ଶହେରୁ ଅଧିକ ଲୋକେ ସଂକ୍ରମଣର ଶିକାର ହେବା ସରକାରଙ୍କୁ ପୁଣି ଚିନ୍ତାରେ ପକାଇ ଦେଇଛି।

ଗତବର୍ଷ ତୁଳନାରେ ଚଳିତବର୍ଷ ଚୀନରେ କରୋନା ସଂକ୍ରମଣ କମିଥିବା ସୂଚନା ମିଳିଛି। ତେବେ ଫୁଜିଆନ ସଂକ୍ରମଣ ଏବେ ସାରା ଦେଶକୁ ପୁଣି ଚିନ୍ତାରେ ପକାଇ ଦେଇଛି।

Coronavirus COVID19 China
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ