Advertisment

ଚୀନରେ ଆହୁରି ଭୟଙ୍କର ରୂପ ନେଇପାରେ କୋଭିଡ୍‌ ସଂକ୍ରମଣ, ୨୫ ହଜାର ଟପିପାରେ ଦୈନିକ ମୃତ୍ୟୁ !

ଚୀନରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି।

ଅଦ୍ୟତନ ହୋଇଛି
Covid Cases Surge In China

Covid Cases Surge In China

Advertisment

ଚୀନରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ରିଟେନ୍‌ର ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି। ଗତ ସପ୍ତାହ ଠାରୁ ଚୀନ୍‌ରେ ଏବେ କୋଭିଡ୍ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣିତ ହୋଇଛି।

Advertisment

ବିଶେଷଜ୍ଞ ଏହା ମଧ୍ୟ ଆକଳନ କରିଛନ୍ତି ଯେ, ଜାନୁଆରୀ ୨୩ ବେଳକୁ ଚୀନ୍‌ରେ ଦୈନିକ କୋଭିଡ୍ ମୃତ୍ୟୁ ସଂଖ୍ୟା ୨୫ ହଜାର ଟପିପାରେ। ତେବେ ଚୀନ୍ ଏବେ କୋଭିଡ୍ ଡାଟା ଲୁଚାଉ ଥିବାରୁ ପ୍ରକୃତ ସତ ସାମ୍ନାକୁ ଆସିପାରୁନି। କୋଭିଡ୍ ମୁକାବିଲା ଲାଗି ବାସ୍ତବିକ ସ୍ଥିତିର ତଥ୍ୟ ପ୍ରଦାନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଚୀନ୍‌କୁ ଅପିଲ୍ କରିଛନ୍ତି। 

ସେପଟେ ଚୀନ୍‌ରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ଦେଶମାନେ ସଜାଗ ହୋଇଛନ୍ତି। ବ୍ରିଟେନ୍, ଫ୍ରାନ୍ସ, ସ୍ପେନ୍, ସାଉଥ କୋରିଆ ଏବଂ ଇସ୍ରାଏଲ୍ ଭଳି ଦେଶ କରୋନା ନିୟମକୁ ଆହୁରି କଡ଼ା କରିଛନ୍ତି। ଚୀନ୍‌ରୁ ଆସୁଥିବା ଯାତ୍ରୀଙ୍କ ଲାଗି ବ୍ରିଟେନ୍ ଏବଂ ଫ୍ରାନ୍ସ କୋଭିଡ୍ ଟେଷ୍ଟିଂ ବାଧ୍ୟତାମୂଳକ କରିଛନ୍ତି। ପୂର୍ବରୁ ଆମେରିକା ଏବଂ ଭାରତ ମଧ୍ୟ ଚୀନ୍‌ରୁ ଆସୁଥିବା ଯାତ୍ରୀଙ୍କ ଲାଗି ଟେଷ୍ଟିଂ ବାଧ୍ୟତାମୂଳକ କରିଥିଲେ।  

Advertisment
Coronavirus COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ