Advertisment

କୋଭିଡ୍ ଟେଷ୍ଟ ପାଇଁ ଦରକାର ୪୦ ଲକ୍ଷ!

ଟେକ୍ସାସ୍‌ର ଜଣେ ବ୍ୟକ୍ତି କରୋନା ପରୀକ୍ଷା କରିବା ପରେ ହତବାକ୍‌ ହୋଇଗଲେ। କୋଭିଡ ଟେଷ୍ଟର ରିପୋର୍ଟକୁ ନୁହେଁ ବରଂ ବିଲ୍‌କୁ ଦେଖି ଚକିତ ହୋଇଗଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା ସତ କିନ୍ତୁ ବିଲ୍ ଆସିଥିଲା ୪୦ ଲକ୍ଷ ଟଙ୍କା।

undefined

Covid Test

Advertisment

ଟେକ୍ସାସ୍: ବିଶ୍ୱରେ କରୋନା ଭୟ ମଣିଷ ମନରୁ ଏବେ ଯାଏଁ ଦୂର ହୋଇନାହିଁ। ଏତିକି ବେଳେ ଟେକ୍ସାସ୍‌ରେ ଏକ ଅଦ୍ଭୂତ ଘଟଣା ଆଖି ସାମ୍ନାକୁ ଆସିଛି। ଟେକ୍ସାସ୍‌ର ଜଣେ ବ୍ୟକ୍ତି କରୋନା ପରୀକ୍ଷା କରିବା ପରେ ହତବାକ୍‌ ହୋଇଗଲେ। କୋଭିଡ ଟେଷ୍ଟର ରିପୋର୍ଟକୁ ନୁହେଁ ବରଂ ବିଲ୍‌କୁ ଦେଖି ଚକିତ ହୋଇଗଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା ସତ କିନ୍ତୁ ବିଲ୍ ଆସିଥିଲା ୪୦ ଲକ୍ଷ ଟଙ୍କା।

Advertisment

ସୂଚନାନୁଯାୟୀ ଟ୍ରାଭିସ୍ ୱାର୍ଣ୍ଣର କୋଭିଡ ପରୀକ୍ଷା ପାଇଁ ଟେକ୍ସାସ୍‌ର ଲୁଇସଭିଲି ସହରର ଏକ କ୍ଲିନିକକୁ ଆସିଥିଲେ। ଯେଉଁଠି ସେ ଉଭୟ RTPCR ଓ ଆଣ୍ଟିଜେନ୍ ଟେଷ୍ଟ କରାଇଥିଲେ। ଏହାପରେ ଯାହା ଘଟିଥିଲା ତାହା ଦେଖି ଟ୍ରାଭିସ ସମ୍ପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ରିପୋର୍ଟ ତାଙ୍କର ଆସିଥିଲା ବେଳେ କ୍ଲିନିକ୍ ପକ୍ଷରୁ ତାଙ୍କୁ ୪୦ ଲକ୍ଷ ଟଙ୍କାର ବିଲ ଧରାଯାଇଥିଲା। ସୂଚନାଯୋଗ୍ୟ ଯେ ଏଭଳି ଘଟଣା ଆମେରିକାରେ ନୂଆ ନୁହେଁ ବରଂ ପ୍ରତିଦିନ ଏପରି ଅନେକ ଅଭିଯୋଗ ଦେଖିବାକୁ ମିଳୁଛି। ଆମେରିକାରେ କୋଭିଡ ପରୀକ୍ଷା ପାଇଁ ଲୋକଙ୍କୁ ପ୍ରାୟତଃ ୮ ରୁ ୧୫ ଡଲାର୍ ଖର୍ଚ୍ଚ କରିବାକୁ ପଡିଥାଏ।

Advertisment

ଟ୍ରାଭିସ୍‌ଙ୍କ ପାଖକୁ ଆସିଥିବା ବିଲ୍‌କୁ କିପରି ଭାବେ ପେମେଣ୍ଟ କରିବେ ସେନେଇ ଚିନ୍ତାରେ ପଡିଥିଲେ। ତାଙ୍କ ପାଇଁ ସ୍ତ୍ରୀର ଇନ୍ସୁରାନ୍ସ ଟାଙ୍କା ହିଁ ଏକମାତ୍ର ବିକଳ୍ପ ଥିଲା। ସ୍ତ୍ରୀର ଇନ୍ସୁରାନ୍ସ ଦ୍ୱାରା ବିଲ ବାବଦକୁ ମାତ୍ର ୧୦୦୦ ଡଲାର(୭୪,୦୦୦) ଦେବାକୁ ସକ୍ଷମ ହୋଇଥିଲେ।

ଇଣ୍ଟରନେଟ୍ ଏବଂ ଭିଡିଓ ସିଷ୍ଟମ ବ୍ୟବସାୟ କରୁଥିବା ଟ୍ରାଭିସ୍ ୱାର୍ଣ୍ଣର ଗତ ବର୍ଷ କୋଭିଡ -୧୯ ସରିବା ପରେ ତାଙ୍କର ବ୍ୟବସାୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା। ଯେଉଁ କାରଣରୁ ତାଙ୍କର ସମସ୍ତ କର୍ମଚାରୀ ମାନେ ଅଳସୁଆ ହୋଇପଡିଲେ। ଏହାର କିଛିଦିନ ପରେ ତାଙ୍କର ପ୍ରତ୍ୟେକ କର୍ମଚାରୀ କୋଭିଡ ସଂକ୍ରମଣର ଶିକାର ହୋଇଥିଲେ। ଏନେଇ ଟ୍ରାଭିସ ଚିନ୍ତିତ ହୋଇପଡିଲେ। ଟ୍ରାଭିସ ଓ ତାଙ୍କ ସ୍ତ୍ରୀ ମଧ୍ୟ କୋଭିଡ ପରୀକ୍ଷା ପାଇଁ ଲୁଇସଭିଲି ଆସିଥିଲେ, ଯେଉଁଠାରେ ଦୁହେଁ ମୋଲିନା କ୍ଲିନିକରେ ଟେଷ୍ଟ କରାଇଥିଲେ। ଆଶ୍ଚର୍ଯ୍ୟର ବିଷୟ ଏହାଥିଲା ଯେ ଟ୍ରାଭିସଙ୍କ କୋଭିଡ୍ ରିପୋର୍ଟର ବିଲ ୫୬ ହଜାର ଡଲାର ଆସିଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ମାତ୍ର ୨୦୦୦ଡଲାର ହିଁ ଆସିଥିଲା। ଏନେଇ ସେ କ୍ଲିନିକର ମୁଖ୍ୟଙ୍କୁ ଅଭିଯୋଗ କରିଥିଲେ। ସମ୍ପୂର୍ଣ୍ଣ ଯାଞ୍ଚ ହେବା ପରେ ଏହାକୁ ଏକ ତ୍ରୁଟିପୂର୍ଣ୍ଣ ବିଲ ବୋଲି କ୍ଲିନିକ ମୁଖ୍ୟ କହିଥିଲେ।

Advertisment
COVID-19 Test US Texas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ