Advertisment

ଜାରି ରହିବ ଲଢ଼େଇ : ତାଲିବାନ୍ ସାମ୍ନାରେ ହାର ମାନିବେନି ପଞ୍ଜଶିର ଯୋଦ୍ଧା

ଅଭେଦ୍ୟ ଗଡ଼ରେ ପଶି ପାରୁନାହାନ୍ତି, ତାଲିବାନୀଙ୍କ ପାଇଁ ସହଜ ନୁହେଁ ପଞ୍ଜଶିର ଉପରେ କବଜା କରିବା । ପୂରା ଆଫଗାନିସ୍ତାନକୁ ଅକ୍ତିଆର କରିସାରିଥିବା ତାଲିବାନ ପଞ୍ଜଶିର ଆଡ଼କୁ ଆଡ଼ ଆଖିରେ ଚାହିଁ ପାରୁନି । ପଞ୍ଜଶିର ଅକ୍ତିଆର କରିବାର ସେମାନଙ୍କ ସମସ୍ତ ଉଦ୍ୟମ ବିଫଳ ହେଉଛି ।

ଅଦ୍ୟତନ ହୋଇଛି
Panjshir

Panjshir

Advertisment

ପଞ୍ଜଶିର : ବିନା ଯୁଦ୍ଧେ ଦେବୁ ନାହିଁ ସୂଚ୍ୟଗ୍ରେ ମେଦିନୀ . . . ଏହି ଉକ୍ତିକୁ ପଞ୍ଜଶିର ଯୋଦ୍ଧାମାନେ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ କରି ଦେଖାଇଛନ୍ତି । ଅଭେଦ୍ୟ ଗଡ଼ରେ ପଶି ପାରୁନାହାନ୍ତି, ତାଲିବାନୀଙ୍କ ପାଇଁ ସହଜ ନୁହେଁ ପଞ୍ଜଶିର ଉପରେ କବଜା କରିବା । ପୂରା ଆଫଗାନିସ୍ତାନକୁ ଅକ୍ତିଆର କରିସାରିଥିବା ତାଲିବାନ ପଞ୍ଜଶିର ଆଡ଼କୁ ଆଡ଼ ଆଖିରେ ଚାହିଁ ପାରୁନି । ପଞ୍ଜଶିର ଅକ୍ତିଆର କରିବାର ସେମାନଙ୍କ ସମସ୍ତ ଉଦ୍ୟମ ବିଫଳ ହେଉଛି । ସେପଟେ ତାଲିବାନ୍ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ଘୋଷଣା କରିଛି ପଞ୍ଜଶୀରରେ ଥିବା ତାଲିବାନ୍ ବିରୋଧୀ ବାହନୀ । ତାଲିବାନ ସହ ଆଲୋଚନା ବିଫଳ ହୋଇଛି । ଆଫଗାନିସ୍ତାନର ପଞ୍ଜଶୀର ହେଉଛି ଏକମାତ୍ର ପ୍ରଦେଶ ଯାହାକି ତାଲିବାନ ନିୟନ୍ତ୍ରଣରୁ ମୁକ୍ତ ରହିଛି ।

Advertisment

ପୂରା ଆଫଗାନିସ୍ତାନ ଅକ୍ତିଆର କରିବା ପରେ ତାଲିବାନ ଅନେକ ଥର ପଞ୍ଜଶିର ପ୍ରଦେଶରେ ପ୍ରବେଶ କରିବାକୁ ଚେଷ୍ଟା କରିଛି । କିନ୍ତୁ ପ୍ରତ୍ୟେକ ଥର ମାତ ଖାଉଛନ୍ତି ତାଲିବାନୀ । ଏଥର ମଧ୍ୟ ପଞ୍ଜଶିର ଯେପରି ତାଲିବାନ କବଜାକୁ ନଯାଏ ସେଥିଲାଗି ଆଫଗାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେ ନର୍ଦର୍ଣ୍ଣ ଆଲାଏନ୍ସର ନେତୃତ୍ୱ ନେଉଥିବା ମୁଜାହିଦ୍ଦିନ କମାଣ୍ଡର ଅହମ୍ମଦ ମାସୁଦଙ୍କ ସହ ମିଶି ଜୋରଦାର ଲଢ଼େଇ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଅଜେୟ ଗଡ଼ ପଞ୍ଜଶିର ଦଖଲ ସହ ପୁରା ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ତାଲିବାନ ଉଦ୍ୟମ ଜାରି ରଖିଛି । ଶହ ଶହ ତାଲିବାନ ଫାଇଟର ଅତ୍ୟାଧୁନିକ ଆମେରିକାୟ ଅସ୍ତ୍ରଶସ୍ତ୍ର ସହ ପଞ୍ଜଶିରକୁ ଘେରି ରହିଛନ୍ତି। ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି।

ତେବେ ପଞ୍ଜଶିରରେ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବଂ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ପରିଚାଳିତ ସଶସ୍ତ୍ର ବାହିନୀ ସାମ୍ନାରେ ତାଲିବାନୀମାନେ ଅସହାୟ ହୋଇ ପଡ଼ିଛନ୍ତି । ଆଉ ଏହି କାରଣରୁ ବର୍ତ୍ତମାନ ତାଲିବାନ ଶାନ୍ତି ଆଲୋଚନା କରିବା ପାଇଁ ଚାହୁଁଥିବା କହିଛି । ତାଜା ସୂଚନା ଅନୁସାରେ ପଞ୍ଜଶିର କବଜା କରିବାକୁ ଆସିଥିବା ୩୫୦ ତାଲିବାନୀ ନିହତ ହୋଇଛନ୍ତି ।

Advertisment
Afghanistan Crisis Panjshir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ