Advertisment

ଆମର ଦୋଷ କ’ଣ ? ଆଉ କେତେ ସହିବୁ ନିର୍ଯାତନା

ଆଖି ପିଛୁଳାକେ ବିସ୍ଫୋରଣ, ଆଉ ଆଖି ଖୋଲିବା ବେଳକୁ ସବୁକିଛି ଛାରଖାର, ଏକାକାର ।

Israel Palestine Conflict

Israel Palestine Conflict

Advertisment

ଯୁଦ୍ଧ ବିଭୀଷିକା ଭିତରେ ଗୁମୁରି କାନ୍ଦୁଛି ଜୀବନ । ଧ୍ୱଂସସ୍ତୁପ ଭିତରେ ଧୈର୍ଯ୍ୟର ଛକିଶୂନ ଖେଳୁଛି ଜୀବନ । ଆଖି ପିଛୁଳାକେ ବିସ୍ଫୋରଣ, ଆଉ ଆଖି ଖୋଲିବା ବେଳକୁ ସବୁକିଛି ଛାରଖାର, ଏକାକାର । ଏମିତି କିଛି ଦେଖିବାକୁ ମିଳୁଛି ପାଲେଷ୍ଟାଇନର ଏକ ଶରଣାର୍ଥୀ ଶିବିରରେ । ଇସ୍ରାଏଲର ଏୟାରଷ୍ଟ୍ରାଇକ ପରେ ଶରଣସ୍ଥଳୀ ଏବେ ଶହଶହ ଶବର କବରସ୍ଥଳ।

Advertisment

ଖାଲି ପାଲେଷ୍ଟାଇନ ପଟେ ନୁହେଁ, ଇସ୍ରାଏଲ ପଟେ ବି ଆତଙ୍କ ଓ ଯନ୍ତ୍ରଣାର ଅସଂଖ୍ୟ ଲୋମଟାଙ୍କୁରା ଚିତ୍ର । ବର୍ବରତାର ସବୁ ସୀମା ଟପିଯାଇଛନ୍ତି ହମାସ୍ ଆତଙ୍କୀ । କାହାକୁ ମାରୁଛନ୍ତି, କାହାକୁ ଅପରହଣ କରିନେଉଛନ୍ତି, ତାର କଳନା ନାହିଁ । ଘରେ ପଶି ନୀରିହଙ୍କ ରକ୍ତରେ ହୋଲି ଖେଳୁଛନ୍ତି ସେମାନେ । ବଳି ପଡ଼ୁଛନ୍ତି ଅନେକ ନୀରିହ ଶିଶୁ ଓ ବୃଦ୍ଧବୃଦ୍ଧା ।

ଦିନେ ପତ୍ନୀ ଡୋରୋନ୍ ଓ ଦୁଇ କୁନିକୁନି ଝିଅଙ୍କ ସହ ନିଜର ଏହି ସେଲଫିକୁ ଦେଖି ଖୁସି ହେଉଥିଲେ ଇସ୍ରାଏଲର ୟୋନି । ହେଲେ ଏବେ ସେମାନେ ସମସ୍ତେ ହମାସ କବଜାରେ । ଆଈମା'ଙ୍କୁ ଭେଟିବା ପାଇଁ ଗାଜା ସୀମାକୁ ଯାଇଥିବା ବେଳେ, କ୍ୟାମେରାରେ କଏଦ ହୋଇଛି ସେମାନଙ୍କ ଅପହରଣ ବେଳର ଭିଡିଓ । ଆଉ ହମାସ୍ ଆତଙ୍କବାଦୀମାନେ ଏକ ଇହୁଦି ପରିବାର ଉପରେ ଆକ୍ରମଣ କରୁଥିବା ବେଳର ହୃଦୟ ବିଦାରକ ସିସିଟିଭି ଫୁଟେଜ୍ ।

Advertisment

ପଛ ଗେଟ୍ ଦେଇ ଘରର ସବୁ ସଦସ୍ୟଙ୍କୁ ବାହାରକୁ ପଠାଇ ସାରିବା ପରେ, ନିଜେ ଆତଙ୍କୀଙ୍କ ଗୁଳିରେ ଟଳିପଡ଼ୁଛନ୍ତି ପରିବାରର ମୁରବି । ଗତକାଲି ମଧ୍ୟ ନଜରକୁ ଆସିଥିଲା ଛାତି ଥରାଇ ଦେବା ଭଳି ଭିଡିଓ । ପରିବାରର ଛୋଟ ଛୋଟ ପିଲାଙ୍କ ଆଗରେ ବଡ଼ ଝିଅକୁ ହତ୍ୟା କରିଥିଲେ ଆତଙ୍କବାଦୀ । ଆଉ ଜଣେ ଯୁବତୀଙ୍କୁ ଆତଙ୍କୀ ବଳପୂର୍ବକ ନେଇ ଗଲା ବେଳେ ମୋତେ ମାରନି ମାରନି ବୋଲି ତାଙ୍କ କରୁଣ ନିବେଦନ ହୃଦୟ ବିଦାରକ ଥିଲା । ଶହେରୁ ଅଧିକ ଇସ୍ରାଏଲ ନାଗରିକ, ବିଶେଷ କରି ମହିଳା ଓ ଛୋଟପିଲାଙ୍କୁ ହମାସ ଅପହରଣ କରିନେଇଛି । ସେମାନଙ୍କ ଅବସ୍ଥା ଏବେ କଣ ଅଛି ତାହା କହିବା ମୁସ୍‌କିଲ୍‌ ।

ଖାଲି ଇସ୍ରାଏଲୀ ନୁହଁନ୍ତି, ହମାସ୍ ଆତଙ୍କୀ ଜଣେ ଜର୍ମାନୀ ଯୁବତୀଙ୍କୁ ହତ୍ୟା କରି ତାଙ୍କ ନଗ୍ନ ମୃତଦେହକୁ ପିକଅପ ଭ୍ୟାନ ପଛରେ ଲଦି ସହର ବୁଲାଇବା ଏବଂ ନେପାଳୀ ଛାତ୍ରଙ୍କୁ ଅପହରଣ କରି ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ହତ୍ୟା କରିବା, ଉଦବେଗ ସୃଷ୍ଟି କରିଛି ସାରା ବିଶ୍ୱରେ ।

Advertisment
Israel Palestine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ