Advertisment

ଆମେରିକା ଆକାଶରେ ଚୀନ ‘ସ୍ପାଏ ବେଲୁନ୍‌’, ଗୁଳି କରି ଖସାଇବାକୁ ନିର୍ଦ୍ଦେଶ

ଆମେରିକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଚୀନ ସ୍ପାଏ ବେଲୁନ୍‌ ଉଡାଇ ଗୁଇନ୍ଦାଗିରି କରୁଥିବା ଆମେରିକା ଅଭିଯୋଗ କରିଛି।

ଅଦ୍ୟତନ ହୋଇଛି
Chinese Spy Balloon Spotted Over US

Chinese spy balloon flying high over the United States

Advertisment

ଆମେରିକା ଆକାଶରେ ଚୀନର ଗୁଇନ୍ଦାଗିରି। ଆମେରିକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଚୀନ ସ୍ପାଏ ବେଲୁନ୍‌ ଉଡାଇ ଗୁଇନ୍ଦାଗିରି କରୁଥିବା ଆମେରିକା ଅଭିଯୋଗ କରିଛି। ଏପରିକି ଆମେରିକାର ଆଣବିକ ଅସ୍ତ୍ରଶସ୍ତ୍ର ଥିବା ସ୍ଥାନ ଉପରେ ତୀକ୍ଷ୍ଣ ନଜର ରଖିଥିବା ପେଣ୍ଟାଗନ ପକ୍ଷରୁ ସୂଚନା ମିଳିଛି। ଏହି ସ୍ପାଏ ବେଲୁନ୍‌ର ଆକାର ୩ଟି ବସ୍‌ ଭଳି କୁହାଯାଉଛି। 

Advertisment

ଗୁଇନ୍ଦାଗିରି କରୁଥିବା ବେଲୁନ୍‌କୁ ଗୁଳି କରି ଖସାଇ ଦେବାକୁ ପ୍ରତିରକ୍ଷା ବିଭାଗକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନ୍‌ଙ୍କଚୀନ ଗସ୍ତର କିଛି ଦିନ ପୂର୍ବରୁ ଏହି ଘଟଣା ଘଟିଛି। ଚୀନ ପକ୍ଷରୁ ଗୁଇନ୍ଦାଗିରି କରାଯାଉଥିବା ପୂର୍ବରୁ ମଧ୍ୟ ଆମେରିକା ଅଭିଯୋଗ କରିଥିଲା। 

ଅଧିକ ପଢ଼ନ୍ତୁ: ଶ୍ରୀଲଙ୍କା ତଟରେ ଲାଗିଲା ଚୀନ୍‌ର ସ୍ପାଏ ସିପ୍

ଚୀନର ଏଭଳି ଗୁଇନ୍ଦାଗିରି ସମ୍ପର୍କରେ ଜଣାପଡ଼ିବା ପରେ ଆମେରିକା ସରକାର ତୁରନ୍ତ ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ନେଇ ପଦକ୍ଷେଗ ଗ୍ରହଣ କରିଛନ୍ତି। ଏହି ସ୍ପାଏ ବେଲୁନ୍‌ କମର୍ସିଆଲ୍‌ ଏୟାରସ୍ପେସ୍‌ ଠାରୁ ଅଧିକ ଉଚ୍ଚରେ ଥିବାବେଳେ ଲୋକଙ୍କ ଉପରେ କୌଣସି ବିପଦ ନଥିବା ସୂଚନା ମିଳିଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। 

Advertisment
United States
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ