• Astrospeak
  • Live TV
  • Read In English

Man Swallows Spoon: ୬ ମାସ ପରେ ପେଟରୁ ବାହାରିଲା ଚାମଚ, ଆଶ୍ଚର୍ଯ୍ୟ କରିଦେବ ଏହି ଖବର...

ପେଟରୁ ବାହାରିଲା ଚାମଚ । ୬ ମାସ ଧରି ପେଟ ଭିତରେ ଚାମଚ ଥିବାରୁ ଯନ୍ତ୍ରଣା ଅନୁଭବ କରୁଥିଲେ ଯୁବକ । ଏଣ୍ଡୋସ୍କୋପି ଦ୍ୱାରା ଚାମଚ ପେଟ ଭିତରେ ଥିବା ଜଣାପଡ଼ିବା ପରେ କରାଗଲା ସର୍ଜରୀ ।

Spoon Inside Stomach
ପେଟରେ ଥିଲା ଚାମଚ

ପେଟରୁ ବାହାରିଲା ୧୫ ସେଣ୍ଟିମିଟରର ଚାମଚ । ଗତ ୧୮ ତାରିଖରେ ଏନଡୋସ୍କୋପି  କରାଯିବା ପରେ ଯୁବକଙ୍କ ପେଟ ଭିତରେ ଚାମଚ ଥିବା ଜଣାପଡ଼ିଥିଲା । ମିଳିଥିବା ସୂଚନା ଅନୁସାରେ, ଏହି ୨୯ ବର୍ଷୀୟ ଯୁବକଙ୍କ ନାଁ ହେଉଛି ୟାଙ୍ଗ । ସେ ଚୀନର ନାଗରିକ । ପୂର୍ବରୁ ୟାଙ୍ଗ ଥାଇଲାଣ୍ଡ ଯାଇଥିଲେ । ସେଠାରେ ସେ ନିଶାସକ୍ତ ଅବସ୍ଥାରେ ଥିବା ସମୟରେ ଖାଦ୍ୟ ଖାଇବା ବେଳେ ଭୁଲ ବଶତଃ ଏକ ଚାମଚ ଗିଳିଦେଇଥିଲେ । ଚାମଚଟି ସେରାମିକ୍‌ରେ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ସାଂଘାଇ ସ୍ଥିତ ହୋଙ୍ଗସୋନ୍ ହସ୍ପିଟାଲ ଆସିଥିଲେ ୟାଙ୍ଗ । 

ଡାକ୍ତରଙ୍କୁ ଏନେଇ ଜଣାଇବା ସହ ନିଶାଶକ୍ତ ଅବସ୍ଥାରେ ପ୍ଲାଷ୍ଟିକ ଖାଇଥିବା ନେଇ ସନ୍ଦେହ କରୁଥିବା କଥା ମଧ୍ୟ ଜଣାଇଥିଲେ । ଏହାପରେ ପରୀକ୍ଷା ନୀରିକ୍ଷା କରିବା ପରେ ଡାକ୍ତର ଜାଣିବାକୁ ପାଇଲେ ଯେ, ତାଙ୍କ ପେଟରେ ଏକ ଚାମଚ ଅଛି । ଯାହାକୁ ଅପରେସନ ଦ୍ୱାରା କାଢି ବାହାର କରାଯାଇଛି । ଏହା ଏକ ସେରାମିକ୍‌ କଫି ଚାମଚ ବୋଲି ଜଣାପଡ଼ିଛି । ୬ମାସ ପରେ ତାଙ୍କ ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟରୁ ଏହି ଚାମଚ ବାହାର କରାଯାଇଛି । 

ଅପରେସନ ପରେ ଯେତେବେଳେ ଚେତା ଆସିଲା ଏହି ଚାମଚ ପେଟରୁ ବାହାରିବା କଥା ଶୁଣି ସତେ ଯେମିତି ସ୍ୱପ୍ନ ଦେଖିଲା ଭଳି ଅନୁଭବ କରିଥିଲେ ୟାଙ୍ଗ । 

ଅଧିକ ପଢନ୍ତୁ: ଜୋର୍‌ରେ ପେଟ କାଟିଲା, ରକ୍ତ ବାନ୍ତି ହେଲା; ପେଟରୁ ବାହାରିଲା ବ୍ଲେଡ୍‌, ସେଫ୍ଟି ପିନ୍‌ ଓ କ୍ଲିପ୍‌