୧୦ ବର୍ଷ ହେଲା କୋମାରେ ଥିଲେ ସ୍ୱାମୀ, ସ୍ତ୍ରୀର ସେବା ଫେରାଇଲା ଜୀବନ

ପୁରାଣର ସେହି ସାବିତ୍ରୀ ଓ ସତ୍ୟବାନ କଥା ତ ଆପଣମାନେ ଶୁଣିଥିବେ, କିନ୍ତୁ କଳିଯୁଗରେ ଯେ ଏପରି ଘଟିପାରେ ତାହା କଳ୍ପନା ବାହାରେ । ମରଣମୁହଁରୁ ନିଜ ସ୍ୱାମୀଙ୍କୁ ଫେରାଇ ଆଣିଛନ୍ତି ସ୍ତ୍ରୀ ।

Chinese Man Awakens

ପୁରାଣର ସେହି ସାବିତ୍ରୀ ଓ ସତ୍ୟବାନ କଥା ତ ଆପଣମାନେ ଶୁଣିଥିବେ, କିନ୍ତୁ କଳିଯୁଗରେ ଯେ ଏପରି ଘଟିପାରେ ତାହା କଳ୍ପନା ବାହାରେ । ମରଣମୁହଁରୁ ନିଜ ସ୍ୱାମୀଙ୍କୁ ଫେରାଇ ଆଣିଛନ୍ତି ସ୍ତ୍ରୀ । ୧୦ ବର୍ଷ ଧରି କୋମାରେ ପଡ଼ିଥିଲେ ସ୍ୱାମୀ । କିନ୍ତୁ ନିଜ ସେବାଶୁଶ୍ରୁଷା ଦ୍ୱାରା ନୂଆ ଜୀବନଦାନ ଦେଇଛନ୍ତି ସ୍ତ୍ରୀ ।

ନିଜ ନିସ୍ୱାର୍ଥପର ସେବା ଏବଂ ଉତ୍ସର୍ଗୀକୃତ ଭାବନା ପାଇଁ ଦଶ ବର୍ଷ ପରେ ନିଜ ସ୍ୱାମୀଙ୍କୁ ବଞ୍ଚାଇ ପାରିଛନ୍ତି । ଆଉ ଯେତେବେଳେ ସ୍ୱାମୀ ଏ କଥା ଜାଣିଛନ୍ତି, ସେତେବେଳେ ତାଙ୍କର ଆଶ୍ଚର୍ଯ୍ୟର ସୀମା ମଧ୍ୟ ରହିନାହିଁ । କିପରି ଜଣେ ଏତେ ବର୍ଷ ଧରି ବିନା କୌଣସି ମୂଲ୍ୟ ଓ ପ୍ରତିଦାନରେ ସେବା କରିଛନ୍ତି । ଗତ ୨୦୧୪ ରେ ହୃଦଘାତ ଯୋଗୁ ସ୍ୱାମୀ କୋମାକୁ ପଳାଇଯାଇଥିଲେ ।

ଡାକ୍ତରଙ୍କ ବାରବାର କହିବା ପରେ ମଧ୍ୟ ସେ ନିଜ ସ୍ୱାମୀଙ୍କୁ ଛାଡ଼ିବାକୁ ମନା କରିଥିଲେ । ବର୍ଷ ବର୍ଷ ଧରି ଅତ୍ୟନ୍ତ ସ୍ନେହ ଓ ଯତ୍ନ ସହକାରେ ନିଜ ସ୍ୱାମୀଙ୍କର ସେବା କରି ଆସୁଥିଲେ । ଏହା ମଧ୍ୟରେ ୧୦ ବର୍ଷ ବିତିଯାଇଥିଲା । ୧୦ ବର୍ଷ ପରେ ସ୍ୱାମୀ କୋମାରୁ ବାହାରିଥିଲେ । ବର୍ତ୍ତମାନ ଏହି ଭିଡିଓଟି ଚୀନରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ପତ୍ନୀ ହଙ୍ଗଜିଆ ନିଜ ସ୍ୱାମୀଙ୍କ ପାଖେ ବସିଛନ୍ତି । ବିଗତ ବର୍ଷ ମାନଙ୍କ ବିଷୟରେ ସୂଚନା ଦେବା ବେଳେ ତାଙ୍କର ଲୁହ ବୋହି ଚାଲିଛି । ଗତ ୧୦ ବର୍ଷରେ ସେ ଭୋଗିଥିବା କଷ୍ଟ ଓ ଯନ୍ତ୍ରଣା ବିଷୟରେ ସେ କହୁଥିଲେ । ସ୍ୱାମୀଙ୍କ ବିନା ଜୀବନ କିପରି କଟୁଥିବ ତାହା ବର୍ଣ୍ଣନା କରିଥିଲେ ।

ନିଜ ଦୁଇପିଲାଙ୍କ କଥା କହି ସେ କହିଛନ୍ତି ଯେ, ଏହା ହିଁ ତାଙ୍କୁ ଦୃଢ଼ ଓ ଅବିଚଳିତ ଭାବେ ଛିଡ଼ା ହେବାକୁ ପ୍ରେରଣା ଦେଇଛି । କୋମାରେ ଥିବା ବେଳେ ନିଜର ସମସ୍ତ ଶକ୍ତି ଓ ସାମର୍ଥ୍ୟ ସେ ସ୍ୱାମୀଙ୍କ ଉପରେ ଖର୍ଚ୍ଚ କରିଥିବା କହିଥିଲେ । ଦୀର୍ଘଦିନ ଧରି କୋମାରେ ରହିବା ଫଳରେ ଅନେକ ରୋଗ ମଧ୍ୟ ବାହାରିଥିଲା ।

ଟ୍ରାକୋଷ୍ଟୋମି ଓ ୟୁରିନ୍ କ୍ୟାଥେଟରର ଆବଶ୍ୟକତା ପଡ଼ିଥିଲା । ଏହା ସତ୍ତ୍ୱେ ସେ ହାର୍ ମାନିନଥିଲେ । ଅବିଶ୍ରାନ୍ତ ଭାବେ ନିଜ ସ୍ୱାମୀଙ୍କର ଯତ୍ନ ନେଉଥିଲେ ।