Advertisment

ସାବଧାନ ! VLC ମିଡିଆ ପ୍ଲେୟାର ମାଧ୍ୟମରେ ଭାଇରସ୍‌ ପଠାଉଛି ଚୀନ ହ୍ୟାକିଂ ଗ୍ରୁପ୍‌

ଲାପଟପ୍, କମ୍ପ୍ୟୁଟର ଏବଂ ମୋବାଇଲରେ ଥିବା VLC ମିଡିଆ ପ୍ଲେୟାର ମାଧ୍ୟମରେ ଏବେ ହ୍ୟାକ୍ କରାଯାଉଛି। ଚୀନ୍‌ର ହ୍ୟାକିଂ ଗ୍ରୁପ୍‌ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି।ସିଷ୍ଟମରେ ଭାଇରସ୍ ଆକ୍ଟିଭ୍‌ କରିବାକୁ ଏହି ହ୍ୟାକର ଗ୍ରୁପ୍‌ ଭିଏଲ୍‌ସି ମିଡିଆ ପ୍ଲେୟାର ବ୍ୟବହାର କରୁଛି।

ଅଦ୍ୟତନ ହୋଇଛି
VLC Media Player

VLC Media Player

Advertisment

ନୂଆ ଟେକନିକ୍ ଓ ବିଜ୍ଞାନର ଯେତିକି ଫାଇଦା ଅଛି, ତାର ସେତିକି ବିପଦପୂର୍ଣ୍ଣ ଦିଗ ବି ରହିଛି। ହ୍ୟାକର୍ସ ହ୍ୟାକ୍‌ କରି ନୂତନ ଜ୍ଞାନ କୌଶଳର ଫାଇଦା ଉଠାଉଛନ୍ତି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଖବର ସାମ୍ନାକୁ ଆଣିଛନ୍ତି ବିଶେଷଜ୍ଞ। ଲାପଟପ୍, କମ୍ପ୍ୟୁଟର ଏବଂ ମୋବାଇଲରେ ଥିବା VLC ମିଡିଆ ପ୍ଲେୟାର ମାଧ୍ୟମରେ ଏବେ ହ୍ୟାକ୍ କରାଯାଉଛି। 

Advertisment

ଆପଣଙ୍କ ପିସି କିମ୍ବା ଲାପଟପ୍‌ରେ ଯଦି VLC ମିଡିଆ ପ୍ଲେୟାର ଅଛି, ତା’ହେଲେ ସାବଧାନ ହୋଇଯାଆନ୍ତୁ। ନଚେତ୍‌ ଚୀନ୍‌ର ହ୍ୟାକିଂ ଗ୍ରୁପ୍‌ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି। ଏହି ହ୍ୟାକିଂ ଗ୍ରୁପ୍‌ର ନାଁ ହେଲା ସିକେଡା। ସିଷ୍ଟମରେ ଭାଇରସ୍ ଆକ୍ଟିଭ୍‌ କରିବାକୁ ଏହି ହ୍ୟାକର ଗ୍ରୁପ୍‌ ଭିଏଲ୍‌ସି ମିଡିଆ ପ୍ଲେୟାର ବ୍ୟବହାର କରୁଛି। ଏହି ଗ୍ରୁପ୍‌କୁ ଚୀନ୍ ସରକାର ସମର୍ଥନ କରୁଥିବା ମଧ୍ୟ ସୂଚନା ମିଳିଛି। ଯାହାର କାମ ହେଲା, ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା। 

ଚୀନର ଏହି ହ୍ୟାକିଂ ଗ୍ରୁପ୍‌ ପ୍ରଥମେ ପିସିର ଆକ୍ସେସ୍‌ ହାସଲ କରିଥାଏ। ଏହାପରେ VLC ମିଡିଆ ପ୍ଲେୟାର ମାଧ୍ୟମରେ ଏକ ମୋଡିଫାଇଡ୍ ଲୋଡର ଇନଷ୍ଟଲ କରିଥାଏ। 

Advertisment

ପୂର୍ବରୁ ବିଭିନ୍ନ ରାଜନୈତିକ, ଧାର୍ମିକ ଏବଂ ଏନଜିଓ ସଂସ୍ଥାକୁ ସିକେଡା ହ୍ୟାକିଂ ଗ୍ରୁପ୍‌ ଟାର୍ଗେଟ୍ କରିଛି।  ମେନ୍ୟୁ ପାସ୍, ଷ୍ଟୋନ୍ ପାଣ୍ଡା, ପୋଟାସିୟମ, ଏପିଟି-୧୦ ଏବଂ ରେଡ୍ ଆପୋଲୋ ନାଁରେ ୧୫ ବର୍ଷରୁ ଅଧିକ ସମୟ ହେଲା ଏହି ହ୍ୟାକିଂ ଗ୍ରୁପ୍‌ ଆକ୍ଟିଭ୍‌ ରହିଛି।ଆମେରିକା, କାନାଡା, ହଂକଂ, ତୁର୍କୀ, ଇସ୍ରାଏଲ, ଇଟାଲୀ, ମଂଟେନିଗ୍ରୋ ଏବଂ ଭାରତର ବିଭିନ୍ନ ସଂସ୍ଥା ସିକେଡା ହ୍ୟାକର୍‌ ଗ୍ରୁପ୍‌ର ଶିକାର ହୋଇଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟସେବା, ପ୍ରତିରକ୍ଷା, ଏରୋସ୍ପେସ୍, ଅର୍ଥ, ସାମୁଦ୍ରିକ, ଶକ୍ତି ଏବଂ ବିଭିନ୍ନ ସରକାରୀ କ୍ଷେତ୍ରରେ ଅବୈଧ ଅନୁପ୍ରବେଶ କରି ସିକେଡା ଗ୍ରୁପ୍ ହ୍ୟାକ୍ କରିଛି।  

Hackers VLC Media Player Cyber Attacks
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ