Advertisment

ପାକିସ୍ତାନରେ ଆତଙ୍କୀ ହମଲା; ଚୀନ୍‌ ଇଞ୍ଜିନିୟରଙ୍କ ଗାଡ଼ି ଉପରେ ଆକ୍ରମଣ

ଆଜି ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସଶସ୍ତ୍ର ବିଦ୍ରୋହୀମାନେ ଚୀନ୍‌ ଇଞ୍ଜିନିୟର୍‌ମାନଙ୍କର ଗାଡ଼ି ଉପରେ ଆକ୍ରମଣ କରିଥିବା କଥା ‘ଦି ବାଲୋଚିସ୍ତାନ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି।

Terrorist Attack

Terrorist Attack

Advertisment

ପାକିସ୍ତାନର ଗ୍ୱାଦରରେ ଚୀନର ଏକ କନଭୟେ ଉପରେ ଆତଙ୍କୀ ହମଲା ହୋଇଛି । ୨୩ ଚୀନ୍ ଇଂଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆକ୍ରମଣ ହୋଇଥିବାର ସୂଚନା ମିଳିଛି ।ଆକ୍ରମଣରେ ୪ ଚୀନ୍ ନାଗରିକ ଓ ୯ ପାକ୍ ସୈନ୍ୟ ମୃତ । ଆକ୍ରମଣ ନେଇ ବେଲୋଚିସ୍ତାନ ଲିବେରେସନ୍ ଆର୍ମି ନିଜକୁ ଦାୟୀ କରିଛି ।

Advertisment

ପାକିସ୍ତାନରେ ଆତଙ୍କୀ ହମଲା । ଚୀନର କନଭୟେ ଉପରକୁ ଆତଙ୍କୀଙ୍କ ଆକ୍ରମଣ । ୨୩ ଜଣ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଚୀନ କନଭୟେ ଉପରକୁ ଆକ୍ରମଣ ହୋଇଥିବାର ସୂଚନା ମିଳିଛି । ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସଶସ୍ତ୍ର ବିଦ୍ରୋହୀମାନେ ଚୀନ୍‌ ଇଞ୍ଜିନିୟର୍‌ ମାନଙ୍କର ଗାଡ଼ି ଉପରେ ଆକ୍ରମଣ କରିଥିବା କଥା ‘ଦି ବାଲୋଚିସ୍ତାନ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି।

ବନ୍ଦର ନଗରୀ ଗ୍ୱାଦାରର ଚାରିଆଡ଼କୁ ବିସ୍ଫୋରଣ ଓ ଗୁଳି ଫୁଟିବା ଶବ୍ଦ ଶୁଭୁଥିବା ବେଳେ ଯାନବାହନ ଚଳାଚଳ ପାଇଁ ସବୁ ସଡ଼କ ପଥ ବନ୍ଦ କରିଦିଆଯାଇଛି । 'ଦି ବାଲୁଚିସ୍ତାନ ପୋଷ୍ଟ'ର ରିପୋର୍ଟ ଅନୁଯାୟୀ, ପୋର୍ଟ ସିଟି ନାମରେ ପରିଚିତ ଗ୍ୱାଦରରେ ବିସ୍ଫୋରଣ ଓ ଗୁଳି ବିନିମୟ ହୋଇଥିଲା। ବଲୁଚିସ୍ତାନ ପୋଷ୍ଟ ନାମକ ଏକ ଗଣମାଧ୍ୟମ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇ କହିଛି ଯେ, ଏହି ଆକ୍ରମଣ ସକାଳ ପ୍ରାୟ ୯ଟା ୩୦ ମିନିଟରେ ଘଟିଥିଲା ​​ଏବଂ ପ୍ରାୟ ଦୁଇ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା।

Advertisment
Pakistan Terrorist Attack Balochistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ