Advertisment

ଉହାନରେ ପୁଣି କରୋନାର ନୂଆ ମାମଲା

ଏକ ବର୍ଷ ପରେ ଚୀନ୍‌ର ଉହାନରେ କରୋନା ଭାଇରସ୍ ସଂକ୍ରମଣର ନୂଆ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ସମଗ୍ର ଜନସଂଖ୍ୟାର କୋଭିଡ -୧୯ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି। ଉହାନ ହେଉଛି ଚୀନ୍‌ର ସେହି ସହର ଯେଉଁଠାରେ ପ୍ରଥମ ଥର କରୋନା ଭାଇରସ୍ ସଂକ୍ରମଣ ବ୍ୟାପିଥିଲା ​​ଏବଂ ବର୍ତ୍ତମାନ ପ୍ରାୟ ଏକ ବର୍ଷ ପରେ ଉହାନ ସହରରେ ସ୍ଥାନୀୟ କରୋନା ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି।

ଉହାନରେ ପୁଣି କରୋନାର ନୂଆ ମାମଲା

Covid-19

Advertisment

ବେଜିଂ : ଏକ ବର୍ଷ ପରେ ଚୀନ୍‌ର ଉହାନରେ କରୋନା ଭାଇରସ୍ ସଂକ୍ରମଣର ନୂଆ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ସମଗ୍ର ଜନସଂଖ୍ୟାର କୋଭିଡ -୧୯ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି। ଉହାନ ହେଉଛି ଚୀନ୍‌ର ସେହି ସହର ଯେଉଁଠାରେ ପ୍ରଥମ ଥର କରୋନା ଭାଇରସ୍ ସଂକ୍ରମଣ ବ୍ୟାପିଥିଲା ​​ଏବଂ ବର୍ତ୍ତମାନ ପ୍ରାୟ ଏକ ବର୍ଷ ପରେ ଉହାନ ସହରରେ ସ୍ଥାନୀୟ କରୋନା ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି।

Advertisment

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଉହାନର ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଲି ତାଓ କହିଛନ୍ତି ଯେ ଖୁବ୍ ଶୀଘ୍ର ସମସ୍ତ ଲୋକଙ୍କୁ ନ୍ୟୁକ୍ଲିୟିକ୍ ଏସିଡ୍ ପରୀକ୍ଷା କରିବା ପାଇଁ ଏକ ଅଭିଯାନ ଆରମ୍ଭ ହେବ। ପ୍ରକାଶଥାଉ ଯେ ଚାଇନାର ଉହାନ ସହରର ଜନସଂଖ୍ୟା ୧୦ କୋଟିରୁ ଅଧିକ ହେବ।

Advertisment

ଏହାପୂର୍ବରୁ ସୋମବାର ଉହାନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ଯେ ସହରର ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ କରୋନା ସଂକ୍ରମଣର ସାତୋଟି ମାମଲା ଦେଖିବାକୁ ମିଳିଛି। ୨୦୨୦ ମସିହାର ପ୍ରାରମ୍ଭରେ ଚୀନ୍ ଯେତେବେଳେ ଉହାନରେ କରୋନା ସଂକ୍ରମଣକୁ ସଫଳତାର ସହିତ ଦମନ କରିଥିବା ଦାବି କରୁଛି ଠିକ୍ ଏହି ସମୟରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ପ୍ରାୟ ଏକ ବର୍ଷ ଧରି ଉହାନରେ କୌଣସି ସ୍ଥାନୀୟ ସଂକ୍ରମଣର ରିପୋର୍ଟ ହୋଇ ନାହିଁ।

ଉହାନରେ ଭାଇରସ୍ ସଂକ୍ରମଣ ବ୍ୟାପିବା ପରେ ଚୀନ୍ ଏହାର ନାଗରିକମାନଙ୍କୁ ନିଜ ଘରେ ବନ୍ଦୀ କରି ରଖିଥିଲା। ଏହା ସହିତ ଘରୋଇ ପରିବହନ ସୁବିଧା ମଧ୍ୟ ବନ୍ଦ ହୋଇଯାଇଥିଲା ଏବଂ କୋଭିଡ ପରୀକ୍ଷା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ କରାଯାଇଥିଲା। ଅନେକ ମାସ ଧରି ଉହାନରେ କରୋନା ଭାଇରସ୍ ସଂକ୍ରମଣର ଆକ୍ରାନ୍ତ ଦେଖାଯାଇଥିଲା। ତେବେ ଉହାନ୍ ଦୁନିଆର ସର୍ବାଧିକ ପ୍ରଭାବିତ ସହରମାନଙ୍କ ମଧ୍ୟରେ ଶୀର୍ଷରେ ଅଛି।

Advertisment

ମଙ୍ଗଳବାର ଚାଇନାରେ କରୋନା ଭାଇରସ୍ ସଂକ୍ରମଣର ୬୧ଟି ମାମଲା ପଞ୍ଜିକୃତ ହୋଇଛି। ଚାଇନାର ନାନ୍‌ଜିଙ୍ଗ ସହରର ବିମାନବନ୍ଦର ସଫେଇ କର୍ମଚାରୀଙ୍କୁ ସଂକ୍ରମିତ କରିବା ପରେ କରୋନାର ଡେଲ୍‌ଟା ଭାରିଆଣ୍ଟ୍‌ ଅନେକ ସହରରେ ବ୍ୟାପିଛି ଏବଂ ସଂକ୍ରମଣର ପ୍ରସାର ହାର ବହୁତ ଦ୍ରୁତ ବୋଲି ଜଣାପଡିଛି। ଚୀନ୍‌ର ବିଭିନ୍ନ ସ୍ଥାନରୁ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ କରାଯାଉଛି।

COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ