Advertisment

ୟୁକ୍ରେନ୍‌ ଆକ୍ରମଣ କଥା ପୂର୍ବରୁ ଜାଣିଥିଲା ଚୀନ୍ : ୱିଣ୍ଟର୍‌ ଓଲିମ୍ପିକ୍‌ ଶେଷ ହେବା ପରେ ସେନା ପଠାଇବାକୁ ପରାମର୍ଶ ଦେଇଥିଲା ବେଜିଂ

ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏକ ଇଣ୍ଟିଲିଜେନ୍ସ ରିପୋର୍ଟ ଆଧାରରେ ଏପରି ଖବର ଛାପିଛି । ଚୀନ୍‌ର ବରିଷ୍ଠ ଅଧିକାରୀମାନେ ଋଷିଆର ଆକ୍ରମଣ ଯୋଜନା ବିଷୟରେ ପୂର୍ବରୁ ଅବଗତ ଥିଲେ । ଋଷିଆ ୟୁକ୍ରେନ ବିରୋଧରେ କିଛି ବଡ ପଦକ୍ଷେପ ନେବାକୁ ଯାଉଥିବା ସେମାନେ ଜାଣିଥିବା ଇଣ୍ଟେଲିଜେନ୍ସ ରିପୋର୍ଟ ସୂଚିତ ରହିଛି

ଅଦ୍ୟତନ ହୋଇଛି
Ukraine Crisis

Ukraine Crisis

Advertisment

ୟୁକ୍ରେନ୍‌ ଉପରେ ଆକ୍ରମଣ କରିବ ଋଷିଆ, ଏସମ୍ପର୍କରେ ପୂର୍ବରୁ ଅବଗତ ଥିଲେ ଜିନପିଙ୍ଗ୍ ସରକାର । ୟୁକ୍ରେନ ଉପରେ ଆକ୍ରମଣକୁ ସାମୟିକ ସମୟ ପାଇଁ ରୋକିବାକୁ ଚୀନ୍ ଋଷିଆକୁ ଅନୁରୋଧ କରିଥିବା ବୋଲି ଏକ ଗୁପ୍ତଚର ରିପୋର୍ଟରୁ ଜଣାପଡ଼ିଛି । ଶୀତକାଳୀନ ଅଲିମ୍ପିକ୍ସ ପରେ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ଚୀନର ଅଧିକାରୀ । ଆଉ ତାହାହିଁ ହେଲା । ୱିଣ୍ଟର୍‌ ଓଲିମ୍ପିକ୍‌ ପରେ ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ପୁଟିନ୍ ।

Advertisment

ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏକ ଇଣ୍ଟିଲିଜେନ୍ସ ରିପୋର୍ଟ ଆଧାରରେ ଏପରି ଖବର ଛାପିଛି । ଚୀନ୍‌ର ବରିଷ୍ଠ ଅଧିକାରୀମାନେ ଋଷିଆର ଆକ୍ରମଣ ଯୋଜନା ବିଷୟରେ ପୂର୍ବରୁ ଅବଗତ ଥିଲେ । ଋଷିଆ ୟୁକ୍ରେନ ବିରୋଧରେ କିଛି ବଡ ପଦକ୍ଷେପ ନେବାକୁ ଯାଉଥିବା ସେମାନେ ଜାଣିଥିବା ଇଣ୍ଟେଲିଜେନ୍ସ ରିପୋର୍ଟ ସୂଚିତ ରହିଛି । ସେପଟେ ଆମେରିକାରେ ଚୀନ୍ ଦୂତାବାସର ମୁଖପାତ୍ର ଲିୟୁ ପେଙ୍ଗୁ ଏହି ଦାବି ତଥା ରିପୋର୍ଟକୁ ଭିତ୍ତିହୀନ କହିଛନ୍ତି । କେବଳ କଳ୍ପନାଜଳ୍ପନା କରି ଏପରି କୁହାଯାଉଥିବା କଥା ପ୍ରକାଶ କରିଛନ୍ତି । ଚୀନ୍‌କୁ ବଦନାମ କରିବା ଉଦ୍ଦେଶ୍ୟରେ ଏପରି କରାଯାଉଥିବା ସେ କହିଛନ୍ତି ।

ଅନ୍ୟପଟେ ଆମେରିକାର ବୈଦେଶିକ ବିଭାଗ, ସିଆଇଏ ଏବଂ ହ୍ୱାଇଟ୍ ହାଉସର ନ୍ୟାସନାଲ ସିକ୍ୟୁରିଟି ଏହି ଗୁପ୍ତଚର ରିପୋର୍ଟ ଉପରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ତେବେ ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଶ୍ଚିମୀ ଦେଶର ନେତାମାନେ ସପ୍ତାହେ ଧରି ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ବିଷୟରେ ଚେତାବନୀ ଦେଇଥିଲେ । ଆଉ ଏହା ପରେ ପରେ ୨୪ ଫେବୃଆରୀରେ ୟୁକ୍ରେନ ଉପରେ ଋଷିଆ ତିନିପଟୁ ଆକ୍ରମଣ କରିଥିଲା । ତାହା ମଧ୍ୟ ବେଜିଂ ଶୀତକାଳୀନ ଅଲିମ୍ପିକ୍ସ ଶେଷ ହେବାର ଗୋଟିଏ ଦିନ ପରେ ।

Advertisment

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଚୀନ୍ ଏବଂ ‌ଋଷୀୟ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଉପରେ ୱେଷ୍ଟର୍ଣ୍ଣ ଇଣ୍ଟେଲିଜେନ୍ସ ସର୍ଭିସ ଏହି ଗୁପ୍ତଚର ରିପୋର୍ଟ ପ୍ରସ୍ତୁତ କରିଛି। ତା’ପରେ ଅଧିକାରୀଙ୍କ ସମୀକ୍ଷା ପରେ ଏହାକୁ ବିଶ୍ୱସନୀୟ ବୋଲି କୁହାଯାଉଛି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶୀତକାଳୀନ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ଭାଗ ନେବାକୁ ପୁଟିନ ଫେବୃଆରୀରେ ବେଜିଂରେ ପହଞ୍ଚିଥିଲେ । ଏହି ସମୟ ମଧ୍ୟରେ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ସହ ଅନେକ ଚୁକ୍ତି କରିଥିଲେ । ଅର୍ଥନୈତିକ ଏବଂ ଗ୍ୟାସ ଯୋଗାଣ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଉଭୟ ଦେଶ ସହମତ ହୋଇଥିଲେ।

Advertisment

ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷିଆ ଉପରେ ଅନେକ ଅର୍ଥନୈତିକ ପ୍ରତିବନ୍ଧକ ଲଗାଯାଇଛି । ତେବେ ଚୀନ୍ କିନ୍ତୁ ଏହାକୁ କଡ଼ା ନିନ୍ଦା କରିଛି । ଆମେରିକା ଏବଂ ସହଯୋଗୀ ରାଷ୍ଟ୍ରମାନେ ମସ୍କୋକୁ ଉସକାଇଥିବା କହିଛି । ଏସିଆ ମହାଦେଶରେ ଆମେରିକାର ଶକ୍ତି ବିଷୟରେ ଚୀନ୍ ଚିନ୍ତିତ । ଆଉ ସେଥିପାଇଁ ଋଷିଆ ସହିତ ମିଶି ଚୀନ୍ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି ।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ