Advertisment

ତାଇୱାନ୍‌ର ଅଭିଯୋଗ- ଯୁଦ୍ଧ ପରିସ୍ଥିତି ସୃଷ୍ଟି ସହ ଦେଶବାସୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି ଚୀନ

ଚୀନ୍ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ସହ ଦେଶବାସୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ତାଇଓ୍ୱାନ ଅଭିଯୋଗ କରିଛି। ଚୀନ୍ ପକ୍ଷରୁ ତାଇଓ୍ୱାନ ଚାରିପଟେ ଦକ୍ଷିଣ ଚୀନ୍ ସାଗରରେ ସମରାଭ୍ୟାସ ସହ ଘନ ଘନ ରକେଟ୍‌ ମାଡ଼ କରାଯାଉଛି।

China-Taiwan Tension

China-Taiwan Tension

Advertisment

ଚୀନ୍ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ସହ ଦେଶବାସୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ତାଇଓ୍ୱାନ ଅଭିଯୋଗ କରିଛି। ୨ ତାରିଖରେ ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ ଗସ୍ତ ପରେ ଚୀନ୍ ପକ୍ଷରୁ ତାଇଓ୍ୱାନ ଚାରିପଟେ ଦକ୍ଷିଣ ଚୀନ୍ ସାଗରରେ ସମରାଭ୍ୟାସ ସହ ଘନ ଘନ ରକେଟ୍‌ ମାଡ଼ କରାଯାଉଛି।

Advertisment

ଏପରିକି ଗତକାଲି ତାଇଓ୍ୱାନ ସୀମାରେ ଥିବା ସମଦ୍ର ମଧ୍ୟକୁ ପଶି ଆସି ସମରାଭ୍ୟାସ କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ଏଭଳି କାର୍ଯ୍ୟକ୍ରମରୁ କ୍ଷାନ୍ତ ରହିବାକୁ ଚୀନ୍ ଓ ତାଇଓ୍ୱାନକୁ ଜାତିସଂଘ ପରାମର୍ଶ ଦେଇଛି। 

ତାଇଓ୍ୱାନକୁ ନିଜର ଅଂଶବିଶେଷ ବୋଲି ଚୀନ୍ ଦାବି କରୁଥିବା ବେଳେ ଆମେରିକା ଏହାକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବାରେ ଲାଗିଛି। ଏବେ ନାନ୍ସି ପେଲୋସିଙ୍କ ଗସ୍ତକୁ ବିରୋଧ କରି ଚୀନ୍ ସମରାଭ୍ୟାସକୁ ଉଗ୍ରରୂପ ଦେଇଛି। ଏହାସହ ଓ୍ୱାଶିଂଟନ୍ ସହ ଚାଲିଥିବା ସମନ୍ୱୟ ବୈଠକ ଓ ରାଜିନାମାରୁ ଓହରିଯିବାକୁ ଚୀନ୍ ଗତକାଲି ନିଷ୍ପତ୍ତି ନେଇଛି।

Advertisment

ବିଶେଷ କରି ଜଳବାୟୁ ପରିବର୍ତ୍ତନ ଓ ପ୍ରତିରକ୍ଷା ସମନ୍ୱୟ ଆଲୋଚନା ଓ ରାଜିନାମାକୁ ପ୍ରତ୍ୟାହାର କରିନେବାକୁ ସ୍ଥିର କରିଛି ଚୀନ୍ ଓ ଆମେରିକା। ଆଗାମୀ ୧ ଦଶନ୍ଧି ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ବୈଠକ କରି ଜଳବାୟୁ ପରିବର୍ତ୍ତନ ଦିଗରେ କାର୍ଯ୍ୟକ୍ରମ କରିବାକୁ ରାଜି ହୋଇଥିଲେ। ହେଲେ ଏବେ ଏଥିରେ ବାଧା ସୃଷ୍ଟି ହୋଇଛି। 

China Taiwan Tension
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ