Advertisment

ଚୀନ୍‌ର ନୂତନ ଆବିଷ୍କାର: ଏୟାର ଶୋ’ରେ ୱିଙ୍ଗମ୍ୟାନ୍ FH-97 ର ଝଲକ୍

ଚୀନ୍‌ର ନୂତନ ଆବିଷ୍କାର। ମଙ୍ଗଳବାର ଚୀନ୍‌ର ଜୁହାଇ ‘ଏୟାର ଶୋ’ ରେ ନିଜର ବାୟୁ ଶକ୍ତିର ପ୍ରଦର୍ଶନ କରିଛି ଚୀନ୍। ମାନବ ବିହୀନ ଡ୍ରୋନ୍ 'ୱିଙ୍ଗମ୍ୟାନ୍’ ର ଝଲକ ଦେଖାଇଛି ଚୀନ୍। ଏହା ଆମେରିକାର କ୍ରାଟୋସ୍ XQ-58A ଡ୍ରୋନ୍‌ ସଦୃଶ ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି।

Wingman

Wingman

Advertisment

ନୂଆଦୁଲ୍ଲୀ: ଚୀନ୍‌ର ନୂତନ ଆବିଷ୍କାର। ମଙ୍ଗଳବାର ଚୀନ୍‌ର ଜୁହାଇ ‘ଏୟାର ଶୋ’ ରେ ନିଜର ବାୟୁ ଶକ୍ତିର ପ୍ରଦର୍ଶନ କରିଛି ଚୀନ୍। ସିସିଟିଭି ଡ୍ରୋନ୍ 'ୱିଙ୍ଗମ୍ୟାନ୍’ ର ଝଲକ ଦେଖାଇଲା ଚୀନ୍। ଏହା ଆମେରିକାର କ୍ରାଟୋସ୍ XQ-58A ଡ୍ରୋନ୍‌ ସଦୃଶ ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି। ଚୀନ୍‌ର ଏରୋସ୍ପେସ୍ ସାଇନ୍ସ ଟେକ୍ନୋଲୋଜି କର୍ପୋରେସନ୍ (CASTC) ର ଫିହୋଙ୍ଗ୍ ପ୍ରଡକ୍ଟ ଲାଇନ୍‌ର ପ୍ରତିନିଧି ୱୁ ୱେଇ କହିଛନ୍ତି ଯେ FH-97 ଡ୍ରୋନ୍‌ର ଦୂର ଦୂରାନ୍ତର ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ନେଇ ଯିବାର କ୍ଷମତା ରଖିଛି। ଏହାର ଇଲେକ୍ଟ୍ରୋନିକ୍ ଯୁଦ୍ଧ କ୍ଷମତା ରହିଛି ବୋଲି ଚୀନ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Advertisment

ଚୀନ୍‌ର ଦକ୍ଷୀଣ ଉପକୂଳବର୍ତ୍ତୀ ସହର ଜୁହାଇରେ ଏକ ‘ଏୟାର ଶୋ’ ର ଆୟୋଜନ କରାଯାଇଥିଲା। ଏହି ଶୋ’ରେ ଚୀନ୍ ବିଶ୍ୱକୁ ସିସିଟିଭି ଡ୍ରୋନ୍ ଏବଂ ଉନ୍ନତ ଜେଟ୍‌ର ପ୍ରଦର୍ଶନ କରିଥିଲା। ଏହି ଶୋ’ରେ ସେହି ଯୁଦ୍ଧ ବିମାନଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହା ଶତ୍ରୁର ବେଦୁତିକ ଉପକରଣକୁ ଅକାମି କରିଦେବ। ତଥାପି ୱୁ ୱେଇ FH-97 ର ବିଶେଷତା ଉପରେ ଅଧିକ କିଛି ଆଲୋଚନା କରିନାହାନ୍ତି।

Advertisment

ପୂର୍ବରୁ ଆମେରିକା ସମେତ ବ୍ରିଟେନ୍, ଅଷ୍ଟ୍ରେଲିଆ, ଭାରତ, ଋଷିଆ ମଧ୍ୟ ଏଭଳି ଡ୍ରୋନ୍‌ର ଆବିଷ୍କାର କରି ସାରିଛନ୍ତି। ଯୁଦ୍ଧ ବିମାନ ଅପେକ୍ଷା ଏହି ଡ୍ରୋନ୍‌ ଗୁଡିକ ଖୁବ୍ ଶସ୍ତା ଅଟେ। ଏରୋସ୍ପେସ୍ ସାଇନ୍ସ ଟେକ୍ନୋଲୋଜି କର୍ପୋରେସନ୍ (CASTC) ପକ୍ଷରୁ FH-97 ର କନ୍ସେପ୍ଟ ଓ ଟେକ୍ନୋଲୋଜି ଉପରେ ଅଧିକ ଧାରଣା ଦିଆଯାଇନାହିଁ। ଏହି ଡ୍ରୋନ୍‌ ଦ୍ୱାରା ରପ୍ତାନୀ କରାଯିବାର ଉଦ୍ଦେଶ୍ୟ ଅଛି କି ନାହିଁ, ଏନେଇ ମଧ୍ୟ କିଛି ସ୍ପଷ୍ଟ କରାଯାଇନାହିଁ।

ପୂର୍ବରୁ ଆମେରିକାର କ୍ରାଟୋସ୍ ୨୦୧୯ ରେ ପ୍ରଥମ ଥର ପାଇଁ ଉଡାଣ ଭରିଥିଲା। XQ-58A ର ଶୀର୍ଷ ବେଗ 0.85 ଏବଂ ଏହାର ରେଞ୍ଜ୍ ପାଖାପାଖି ୨,୨୦୦ ମାଇଲ୍ସ ଥିଲା। ଜୁହାଇ ଏୟାର ଶୋରେ ପ୍ରଦର୍ଶିତ ହୋଇଥିବା ଅନ୍ୟ ଅସ୍ତ୍ର ମଧ୍ୟରେ WZ-7 ଡ୍ରୋନ୍ ଅନ୍ତର୍ଭୁକ୍ତ, ଯାହାକି ସୀମା ଓ ସାମୁଦ୍ରିକ ପାଟ୍ରୋଲିଂ ପାଇଁ ବ୍ୟବହୃତ ହୋଇଥାଏ। ଏଥିସହ, J-16D ଯୁଦ୍ଧ ବିମାନକୁ ମଧ୍ୟ ପ୍ରଦର୍ଶନ କରାଯାଇଥିଲା, ଯାହା ଶତ୍ରୁର ଇଲେକ୍ଟ୍ରୋନିକ୍ ଅସ୍ତ୍ରକୁ ଅକାମି କରିଦେବ। ଉଭୟ ଅସ୍ତ୍ରକୁ ଚୀନ୍ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇଛି।

Advertisment
China Drone Wingman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ