Advertisment

ବିଦ୍ୟୁତ୍‌ ପାଇଁ ବିକଳ ଚୀନ, ଅଧିକ ବିଦ୍ୟୁତ୍‌ ବ୍ୟବହାର ନକରିବା ଲାଗି ପରାମର୍ଶ

ଚୀନ୍‌ରେ ବଡ଼ ଧରଣର ବିଦ୍ୟୁତ୍‌ ସଙ୍କଟ। ଚୀନ୍‌ରେ ବିଦ୍ୟୁତ୍‌ ସଙ୍କଟ ସ୍ଥିତି ଏମିତି ହୋଇଛି ଯେ, ଚୀନ୍ ସରକାର ଅନେକ ପ୍ରାନ୍ତରେ ଥିବା କମ୍ପାନୀମାନଙ୍କୁ ଉତ୍ପାଦନ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଏପରି କଲେ କମ୍ ବିଦ୍ୟୁତ୍‌ ଖର୍ଚ୍ଚ ହେବ। କେବଳ କମ୍ପାନୀ କାହିଁକି, ଏସବୁ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମଧ୍ୟ କମ୍ ବିଦ୍ୟୁତ୍‌ ବ୍ୟବହାର କରିବାକୁ ସରକାର କହିଛନ୍ତି।

China’s Power Crisis

China’s Power Crisis

Advertisment

ବେଜିଂ: ଚୀନ୍‌ରେ ବଡ଼ ଧରଣର ବିଦ୍ୟୁତ୍‌ ସଙ୍କଟ। ଚୀନ୍‌ରେ ବିଦ୍ୟୁତ୍‌ ସଙ୍କଟ ସ୍ଥିତି ଏମିତି ହୋଇଛି ଯେ, ଚୀନ୍ ସରକାର ଅନେକ ପ୍ରାନ୍ତରେ ଥିବା କମ୍ପାନୀମାନଙ୍କୁ ଉତ୍ପାଦନ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଏପରି କଲେ କମ୍ ବିଦ୍ୟୁତ୍‌ ଖର୍ଚ୍ଚ ହେବ। କେବଳ କମ୍ପାନୀ କାହିଁକି, ଏସବୁ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମଧ୍ୟ କମ୍ ବିଦ୍ୟୁତ୍‌ ବ୍ୟବହାର କରିବାକୁ ସରକାର କହିଛନ୍ତି। ଯେଉଁ ବୈଦ୍ୟୁତିକ ସାମଗ୍ରୀ ଦ୍ୱାରା ଅଧିକ ବିଦ୍ୟୁତ୍‌ ବ୍ୟବହାର ହେଉଛି ସେ ସବୁ ବ୍ୟବହାର ନକରିବା ପାଇଁ ଚୀନ ସରକାର କହିଛନ୍ତି। 

Advertisment

ଚୀନ୍ ସରକାର ବିଦ୍ୟୁତ୍‌ ଆବଣ୍ଟନ ଓ ବ୍ୟବହାର ଉପରେ ସୀମା ନିର୍ଦ୍ଧାରଣ କରିଛନ୍ତି। ଆଉ ଏହି କାରଣରୁ ଅନେକ କମ୍ପାନୀରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ବିଶେଷ କରି, ଉତ୍ତର ଚୀନ୍‌ରେ ସ୍ଥିତି ଅଧିକ ଖରାପ ରହିଛି। ଲିଆଓୟାଙ୍ଗ ସହରରେ ବିଦ୍ୟୁତ୍‌ ବନ୍ଦ ହେବା କାରଣରୁ ମେଟାଲ କାଷ୍ଟିଙ୍ଗ୍ ଫ୍ୟାକ୍ଟ୍ରିରେ ଭେଣ୍ଟିଲେସନରେ ସମସ୍ୟା ଦେଖା ଦେଇଥିଲା। ବିଶାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୨୩ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଚୀନ୍‌ରେ ବିଦ୍ୟୁତ୍‌ ସଙ୍କଟ ଏତେ ଖରାପ ଯେ, ଆପଲ୍‌ ଏବଂ ଟେସଲା ଭଳି କମ୍ପାନୀ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ସବୁ କମ୍ପାନୀର ସପ୍ଲାୟର୍ସଙ୍କୁ ବିଦ୍ୟୁତ୍‌ ମିଳୁନଥିବାରୁ ଅନେକ ପ୍ଲାଣ୍ଟରେ କାମ ବନ୍ଦ ରହିଛି। ୧୫ରୁ ଅଧିକ କମ୍ପାନୀଙ୍କ କହିବା କଥା, ବିଦ୍ୟୁତ୍‌ ସଙ୍କଟ ଯୋଗୁ ସେମାନେ ଗୁରୁତର ଆର୍ଥିକ କ୍ଷତି ସହିଛନ୍ତି ଓ ପ୍ରଡକ୍ସନ ଉପରେ ଏହାର ପ୍ରଭାବ ପଡ଼ିଛି। ସେପଟେ ପାଓ୍ୱାର କଟ୍ କାରଣରୁ ୩୦ରୁ ଅଧିକ ତାଇଓ୍ୱାନ କମ୍ପାନୀରେ କାମ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।   

Advertisment

ଅଚାନକ୍ କାହିଁକି ଚୀନ୍‌ରେ ଦେଖାଗଲା ବିଦ୍ୟୁତ୍‌ ସଙ୍କଟ ? ଗତ ଅଗଷ୍ଟ ମାସରେ ଯେତେ ପରିମାଣର ବିଦ୍ୟୁତ୍‌ ଉତ୍ପାଦନ ହୋଇଥିଲା ତାହା ଗତବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ। ୨୦୧୯ ବର୍ଷ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ। ତେବେ କାହିଁକି ହଠାତ ଚୀନ୍‌ରେ ବିଦ୍ୟୁତ୍‌ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି, ତାକୁ ନେଇ ପ୍ରଶ୍ନ ଉଠିଛି। କରୋନା ପରବର୍ତ୍ତୀ ସମୟରେ ଚୀନ୍ ଉଦ୍ୟୋଗ ଗତିବିଧି ଅଧିକ ବଢ଼ିବାରେ ଲାଗିଲା। ବିଦ୍ୟୁତ୍‌ର ଡିମାଣ୍ଡ ଅଧିକ ଆଉ ସପ୍ଲାଏ ବହୁତ କମ୍ ରହିଲା। ଆଉ ଏହି କାରଣରୁ ଚୀନ୍‌ରେ ଅଚାନକ ବିଦ୍ୟୁତ୍‌ ସଙ୍କଟ ଦେଖାଗଲା। ଚୀନ୍‌କୁ ଅଷ୍ଟ୍ରେଲିଆରୁ ଆସୁଥିବା କୋଇଲାର ପରିମାଣ ହ୍ରାସ ପାଉଛି, ଫଳରେ କୋଇଲାରୁ ଉତ୍ପାଦନ ହେଉଥିବା ବିଦ୍ୟୁତ୍‌ ବି ଆବଶ୍ୟକତାକୁ ପୁରଣ କରିପାରୁନି।  

Advertisment
China China Power Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ