Advertisment

ନୂଆ ପୃଥିବୀ ସନ୍ଧାନରେ ଚାଇନା; ଆରମ୍ଭ କରିବ ବଡ଼ ମିଶନ...

ସବୁ ବେଳେ ନୂଆ କିଛି କରିବାର ପ୍ରୟାସ ଚଳାଇଛି ଚୀନ୍। ଏବେ ଏ ପୃଥିବୀରେ ରହିବାକୁ ଚାହୁଁ ନାହିଁ ଚାଇନା। ନୂଆ ଏକ ପୃଥିବୀ ଖୋଜିବାରେ ଲାଗି ପଡିଛି। ଆସନ୍ତା ଜୁନ ମାସରୁ ଦ୍ୱିତୀୟ ପୃଥିବୀ ଖୋଜା ଅଭିଯାନ ଆରମ୍ଭ ହେଉଥିବା କୁହାଯାଉଛି...

special report

special report

Advertisment

ଟେକନିକ୍, ଇନୋଭେସନ ଓ ମିଶନ ପାଇଁ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି ଚୀନ୍। ସଫଳତା ଓ ବିଫଳତାକୁ ନ ମାନି ଚନ୍ଦ୍ରରେ ପହଞ୍ଚି ସାରିଲାଣି ଚାଇନା। ମହାକାଶରେ ନିଜର ସ୍ପେଶ ଷ୍ଟେସନ ମଧ୍ୟ ତିଆରି କରୁଛି। ଏସବୁ ବାଦ ଚୀନ ଏବେ ଦ୍ୱିତୀୟ ପୃଥିବୀ ଖୋଜିବାର ଯୋଜନାରେ କରୁଛି। ଯଦି ଏହା ସମ୍ଭବ ହୁଏ, ତେବେ ଚୀନ ତାର କିଛି ନାଗରିକଙ୍କୁ ସେଠାକୁ ପଠାଇ ଦେବାକୁ ଯୋଜନା କରିଛି। ଏହାକୁ ନେଇ ଚୀନ ସରକାର ଏକ ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି।

Advertisment

ସୌର ମଣ୍ଡଳ ବାହାରେ ପୃଥିବୀ ଭଳି ଏକ ଗ୍ରହ ଖୋଜୁଛି ଚାଇନା। ବେଜିଙ୍ଗର ଯୋଜନା ରହିଛି, ଯେଉଁ ଗ୍ରହରେ ଜୀବନ ଧାରଣ ସମ୍ଭବ ହୋଇ ପାରିବ। ଏଥି ପାଇଁ ମନ ଧ୍ୟାନ ଲଗାଇ ମିଶନ ଚଳାଇଛି ଚାଇନା। ସୌର ମଣ୍ଡଳ ବାହାରେ ଓ ଆକାଶ ଗଙ୍ଗା ଭିତରେ ଘୁରି ବୁଲୁଥିବା ବାହ୍ୟ ଗ୍ରହରେ ଜୀବନ ଧାରଣ ପାଇଁ ଉପଯୁକ୍ତ ପରିବେଶ ଖୋଜା ଚାଲିଛି। ଯେଉଁଠି ଜୀବନ ଧାରଣ କରିହେବ ଓ ଜୀବ ଜଗତ ତିଷ୍ଠି ରହି ପାରିବ।

ଆଗାମୀ କିଛି ଦିନ ଭିତରେ ପୃଥିବୀର ସ୍ଥିତି ଖରାପ ହେବାକୁ ଯାଉଛି। ଏବେ ଏପରି ଆକଳନ କରୁଛି ଚୀନ। ସେଥିପାଇଁ ଚୀନର କିଛି ନାଗରିକଙ୍କୁ ଦ୍ୱିତୀୟ ପୃଥିବୀକୁ ସ୍ଥାନାନ୍ତରଣ କରିବା ଚାଇନା ଯୋଜନା କରୁଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏମିତି ଅନେକ ରିପୋର୍ଟ ପ୍ରକାଶ ପାଇଛି। ଯାହାକି ଚୀନ ଏକାଡେମୀ ଅଫ ସାଇନ୍ସର ବିଚାର ବୋଲି କୁହାଯାଉଛି।

Advertisment

ଆସନ୍ତା ଜୁନ ମାସରୁ ଆନୁଷ୍ଠାନିକ ଭାବେ ଦ୍ୱିତୀୟ ପୃଥିବୀ ଖୋଜା ଅଭିଯାନ ଆରମ୍ଭ ହୋଇଯିବ। ଯେଉଁ ମହାକାଶଚାରୀ ସୌର ମଣ୍ଡଳ ବାହାରକୁ ଦ୍ୱିତୀୟ ପୃଥିବୀ ଖୋଜିବାକୁ ଯିବେ, ତାଙ୍କ ପାଇଁ କୃତ୍ରିମ ଉପଗ୍ରହ ତିଆରି ହେବା ସହିତ ଅର୍ଥ ବି ଯୋଗାଡ଼ କରାଯିବ। ଏହା ବ୍ୟତିତ ମହାକାଶଚାରି ଦେଖିବେ, ଯେଉଁ ଗ୍ରହକୁ ଖୋଜାଯାଇଛି ତାହା ଜୀବନ ଧାରଣ ପାଇଁ ଉପଯୁକ୍ତ କି ନୁହେଁ। ଆଉ ସେଠାରେ ଜୀବ ଜଗତ ତିଷ୍ଠି ପାରିବ ନା ନାହିଁ। ଚାଇନିଜ ଏକାଡେମି ଅଫ ସାଇନ୍ସର ରିପୋର୍ଟ ଅନୁସାରେ, ୭ଟି ଟେଲିସ୍କୋପ ମାଧ୍ୟମରେ ସୌର ମଣ୍ଡଳ ବାହାରେ ଦ୍ୱିତୀୟ ପୃଥିବୀ ଖୋଜିବ ଚୀନ।

ସୂଚନା ଥାଉକି, ଏବେ ସୁଦ୍ଧା ୫ ହଜାରରୁ ଅଧିକ ବାହ୍ୟ ଗ୍ରହଙ୍କୁ ଖୋଜି ସାରିଛି ନାସା। ଏସବୁ ଗ୍ରହ ଆକାଶ ଗଙ୍ଗା ଓ ଗ୍ୟାଲେକ୍ସିରେ ରହିଥିବା କୁହାଯାଉଛି।

Advertisment
China New Earth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ