Advertisment

ଆଫଗାନ୍ ଏୟାରବେସ୍‌କୁ ଅକ୍ତିଆର କଲା ଚୀନ୍; ଭାରତ ପାଇଁ ବିପଦ ସଂକେତ

ଆଫଗାନିସ୍ତାନରେ ଥିବା ଆମେରିକୀୟ ଏୟାର ବେସକୁ ଚୀନ୍‌ ଅକ୍ତିଆର କରିଥିବାର ସୂଚନା ମିଳିଛି। ଚୀନ ପାକିସ୍ତାନ ସହାୟତାରେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଛି। ଯଦି ଏହା ସତ, ତେବେ ଏହା ଭାରତ ପାଇଁ ବିପଦପୂର୍ଣ୍ଣ ହୋଇପାରେ।

ଅଦ୍ୟତନ ହୋଇଛି
Bargam Airbase

Bargam Airbase

Advertisment

ନୂଆଦିଲ୍ଲୀ: ଆମେରିକା ସେନା ସେନା ପ୍ରତ୍ୟାହାର ପରେ ପୁଣି ଥରେ ଆଫଗାନିସ୍ତାନ ଦଖଲ କରିବାରେ ସଫଳ ହୋଇଛି ତାଲିବାନ । ୨୦ ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନକୁ ବହିଷ୍କାର କରିବା ପାଇଁ ଆମେରିକାର ସେନା ପକ୍ଷରୁ ବଗ୍‌ରାମ ବିମାନବନ୍ଦରରେ ଏକ ସର୍ବବୃହତ ବେସ ପ୍ରସ୍ତୁତ କରାଯାଇଥିଲା । ଜୁଲାଇରେ ଆମେରିକା ନିଜର ସୈନ୍ୟ ପ୍ରତ୍ୟାହାର ସହିତ ବଗ୍‌ରାମ ଏୟାରବେସକୁ ସଂପୂର୍ଣ୍ଣ ଭାବେ ସ୍ଥାନାନ୍ତର କରିଥିବାର ସୂଚନା ମିଳିଥିଲା। ବର୍ତ୍ତମାନ ଏହି ବେସକୁ ନେଇ ପୁଣି ଥରେ ଉତ୍ତେଜନା ବଢିବାରେ ଲାଗିଛି । ଯଦିଓ ବଗ୍‌ରାମ କାହା ଦଖଲରେ ରହିଛି ଏନେଇ ଏପର୍ଯ୍ୟନ୍ତ ସଠିକ୍ ସୂଚନା ମିଳିନାହିଁ, କିନ୍ତୁ ଚୀନ ଏହାକୁ ଅକ୍ତିଆର କରିଥିବାର ବିଶେଷ ସୁତ୍ରରୁ ଜଣାପଡିଛି।

Advertisment

କିଛି ଦିନ ପୂର୍ବରୁ ଚୀନର ଗୁପ୍ତଚରମାନେ ଏଠାରେ ଗୁଇନ୍ଦାଗିରି କରୁଥିବାର ଦେଖିବାକୁ ମିଳିଥିଲା । ଯଦି ଏହି ତଥ୍ୟ ସତ ପ୍ରମାଣିତ ହୁଏ, ତେବେ ଏହା ଭାରତ ପାଇଁ ବିପଦପୂର୍ଣ୍ଣ ହୋଇପାରେ । ଆଫଗାନ୍‌ ଗଣମାଧ୍ୟମ ଅନୁଯାୟୀ ଆମେରିକାର ସବୁଠାରୁ ବଡ ସାମରିକ ବେସ ଥିବା ବଗ୍‌ରାମ ବିମାନବନ୍ଦର ପୁଣି ଥରେ ଅସ୍ଥିରତା ଦେଖିବାକୁ ମିଳିଛି । ଦୀର୍ଘ ସମୟ ପରେ ଏହି ବେସରେ ହଲଚଲ୍ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ଚୀନର କିଛି ପ୍ରତିନିଧି ଦଳ ଏହି ଏୟାରବେସ୍‌ର ପରିଦର୍ଶନ କରିଥିଲେ । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଚୀନ, ଆମେରିକା ବିରୋଧରେ ପ୍ରମାଣ ଏବଂ ତଥ୍ୟ ସଂଗ୍ରହ କରିବା ପାଇଁ ଗୁପ୍ତଚର ମାନଙ୍କୁ ସେଠାକୁ ପଠାଇଥିଲା। ତାଲିବାନ ଏବଂ ପାକିସ୍ତାନ ସହାୟତାରେ ଚୀନ୍ ଶିଞ୍ଜିୟାଙ୍ଗ ପ୍ରଦେଶରେ ଉଇଗର୍ ମୁସଲମାନମାନଙ୍କୁ ଦିଆଯାଉଥିବା ସହାୟତା ଉପରେ କଡା ନଜର ରଖିବା ସହ ନିଜର ଏକ ବେସ ପ୍ରସ୍ତୁତ କରିବାରେ ଲାଗିଛି।

Advertisment

ସୂଚନାନୁଯାୟୀ ଚୀନର ଗୁପ୍ତଚର ମାନେ ପାକିସ୍ତାନ ଦେଇ ଆଫଗାନିସ୍ତାନରେ ପ୍ରବେଶ କରିଛନ୍ତି। ଚୀନର ଏହି କାର୍ଯ୍ୟକଳାପକୁ ନେଇ ଭାରତର ଚିନ୍ତା ବଢିବାରେ ଲାଗିଛି। ଚୀନ ବଗରାମ୍ ବେସ ପରିଦର୍ଶନ୍ କରିଛି ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯଦି ଚୀନ ପାକିସ୍ତାନ୍‌ ସହାୟତାରେ ସେଠାରେ ଏକ ବେସ ତିଆରି କରୁଥାଏ, ତେବେ ଏହା ଭାରତ ପାଇଁ ବିପଦପୂର୍ଣ୍ଣ ହୋଇପାରେ। 

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର୍ କହିଛନ୍ତି ଯେ ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ସମୟରେ ଚୀନର ଏଭଳି କାର୍ଯ୍ୟକଳାପ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି । ଯଦି ଆଫଗାନିସ୍ତାନରେ ସମାବେଶୀ ସରକାର ଗଠନ ହୁଏ, ତେବେ ପାକିସ୍ତାନ ଓ ଚୀନ ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରସୟ ଦେବେ ବୋଲି ଆଶଙ୍କା କରାଯାଉଛି।

Advertisment
China Bagram Airbase Captured
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ