ଠିକ ନାହିଁ ପାକିସ୍ତାନ-ଚୀନ ସମ୍ପର୍କ! ଆତ୍ମଘାତୀ ବିସ୍ଫୋରଣ ପରେ ଦୁଇଟି ବଡ଼ ପ୍ରୋଜେକ୍ଟ ବନ୍ଦ କଲା ଚୀନ

ଚୀନକୁ ନଜର ଗଡଫାଦର ଭାବୁଥିବା ପାକିସ୍ତାନ ଏବେ ଅଡୁଆରେ । ପାକିସ୍ତାନରେ ନିଜର ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଚୀନ । ଉଭୟ ଦେଶ ମଧ୍ୟରେ ଆର୍ଥିକ ଗତିବିଧି ବୃଦ୍ଧି କରିବା ପାଇଁ କରୁଥିବା ବିଭିନ୍ନ ଯୋଜନାକୁ ଏବେ ବନ୍ଦ କରିବା ପାଇଁ ବାହାରିଛନ୍ତି ଚୀନ ସରକାର ।

Pakistan-China

ଚୀନକୁ ନଜର ଗଡଫାଦର ଭାବୁଥିବା ପାକିସ୍ତାନ ଏବେ ଅଡୁଆରେ । ପାକିସ୍ତାନରେ ନିଜର ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଚୀନ । ଉଭୟ ଦେଶ ମଧ୍ୟରେ ଆର୍ଥିକ ଗତିବିଧି ବୃଦ୍ଧି କରିବା ପାଇଁ କରୁଥିବା ବିଭିନ୍ନ ଯୋଜନାକୁ ଏବେ ବନ୍ଦ କରିବା ପାଇଁ ବାହାରିଛନ୍ତି ଚୀନ ସରକାର । ପାକିସ୍ତାନରେ ଡ୍ୟାମ ପ୍ରୋଜେକ୍ଟ କରୁଥିବା ଚୀନ ଏବେ ଏହାକୁ ବନ୍ଦ କରିବା ପାଇଁ ବାହାରିଛି ।

ଦାସୁ ଓ ଡାଇମେର ଭାଶା ଡ୍ୟାମ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ରୂପେ ବନ୍ଦ ପାଇଁ ଚୀନ ଘୋଷଣା କରିଛି। ଗତ ସପ୍ତାହରେ ଏହି ନିର୍ମାଣ ଚାଲିଥିବା ବେଳେ ଏକ ଆତ୍ମଘାତି ବିସ୍ଫୋରଣ ଯୋଗୁଁ ଚୀନର ପାଞ୍ଚ ଜଣ ଇଞ୍ଜିନିୟରଙ୍କ ଜୀବନ ଯାଇଥିଲା । ଯାହାକୁ ନେଇ ଚୀନ ଏବେ ଚିନ୍ତାରେ । ନିଜ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଚୀନ ଏହି ପ୍ରୋଜେକ୍ଟ ବନ୍ଦ କରୁଥିବା ଜଣାପଡିଛି ।

ଏହି ଦୁଇଟି ପ୍ରୋଜେକ୍ଟରେ ଏବେ ୧୨୫୦ ଜଣ ଚୀନ ନାଗରିକ କାମ କରୁଛନ୍ତି । ହେଲେ ପାକିସ୍ତାନ ପକ୍ଷରୁ ହେଉଥିବା ଆତଙ୍କୀ ହରକତ ପାଇଁ ଚୀନ ସରକାର ପ୍ରୋଜେକ୍ଟ କାମ ଆଗକୁ ନେବାକୁ ଚାହୁଁନାହାନ୍ତି । ସେପଟେ ପାକିସ୍ତାନ ମଧ୍ୟ ଏହି ବିସ୍ଫୋରଣ ପଛରେ ଆଫଗାନିସ୍ତାନର ହାତ ଥିବା କହି ନିଜ ମୁଣ୍ଡରୁ ଦୋଷ କାଢିଦେବା ପାଇଁ ଚେଷ୍ଟା କରୁଛି ।

କାରଣ ଏହି ଡ୍ୟାମ ପ୍ରୋଜେକ୍ଟ ହେଲେ ପାକିସ୍ତାନର ଆର୍ଥିକ ଗତିବିଧି ବଢିବା ସହ ପଡୋଶୀ ରାଷ୍ଟ୍ର ଉପରେ ନଜର ରଖିବା ପାଇଁ ସହଜ ହୋଇଥାନ୍ତା । ହେଲେ ଚୀନର ପଛଘୁଞ୍ଚା ଦେଖି ପାକିସ୍ତାନ ସରକାର ମଧ୍ୟ ଅଡୁଆରେ ପଡିଛନ୍ତି ।