Advertisment

ଡ୍ରାଗନର ନୂଆ ନିଷ୍ପତ୍ତି: ଚୀନରେ ରହିବ ତ ସେନାରେ ସାମିଲ ହୁଅ

ଭାରତ ସଂଲଗ୍ନ ତିବତ୍ତ ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ପରିବାରର ୧୮ ରୁ ୪୦ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ଚୀନ୍ ସୈନ୍ୟରେ ଯୋଗଦେବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ୧୮ ବର୍ଷ ବୟସ ପରେ ସୈନ୍ୟରେ ଯୋଗ ଦେବା ପାଇଁ ଯୁବପୀଢିଙ୍କୁ ପଞ୍ଜୀକୃତ କାରିବାକୁ ପଡୁଥିଲା, କିନ୍ତୁ ସୈନ୍ୟରେ ଯୋଗ ଦେବା ବାଧ୍ୟତାମୂଳକ ନଥିଲା। କିନ୍ତୁ ବର୍ତ୍ତମାନ୍ ଚୀନ ସରକାର ଚୀନର ନାଗରିକଙ୍କୁ ନୁହେଁ ବରଂ ତିବତ୍ତର ଲୋକଙ୍କୁ ସେନାରେ ଯୋଗ ଦେବା ଲାଗି ବାଧ୍ୟ କରୁଛି।

ଅଦ୍ୟତନ ହୋଇଛି
undefined

China President Xi Jinping

Advertisment

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ପ୍ରସ୍ତୁତ କରିବା ପାଇଁ ଚୀନ୍ ବର୍ତ୍ତମାନ ତିବ୍ବତ ନାଗରିକଙ୍କ ପାଇଁ କିଛି ଏମିତି କାମ କରିଛି ଯାହାକୁ ନେଇ ଏବେ ଚିନ୍ତା ବଢିଛି। କାରଣ ଡ୍ରାଗନ ନିଜ ସୈନ୍ୟଙ୍କ ସଂଖ୍ୟା ବଢାଇବା ପାଇଁ ତିବ୍ବତୀୟ ନାଗରିକଙ୍କୁ ସେନାରେ ଯୋଗ ଦେବା ଲାଗି ବାଧ୍ୟତାମୂଳକ କରିଦେଇଛି। ବର୍ତ୍ତମାନ ଡ୍ରାଗନ୍ ତିବ୍ବତ ଲୋକଙ୍କୁ ଜବରଦସ୍ତ ସେନାରେ ଭର୍ତ୍ତି କରୁଛି। କମ୍ୟୁନିଷ୍ଟ ଶାସନ ଅନୁଯାୟୀ ପ୍ରତ୍ୟେକ ପରିବାରରୁ ଜଣଙ୍କୁ ଚୀନ୍‌ର ସୈନ୍ୟରେ ଯୋଗଦେବା ବାଧ୍ୟତାମୂଳକ କରାଯାଉଛି।

Advertisment

ଭାରତ ସଂଲଗ୍ନ ତିବତ୍ତ ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ପରିବାରର ୧୮ ରୁ ୪୦ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ଚୀନ୍ ସୈନ୍ୟରେ ଯୋଗଦେବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ୧୮ ବର୍ଷ ବୟସ ପରେ ସୈନ୍ୟରେ ଯୋଗ ଦେବା ପାଇଁ ଯୁବପୀଢିଙ୍କୁ ପଞ୍ଜୀକୃତ କାରିବାକୁ ପଡୁଥିଲା, କିନ୍ତୁ ସୈନ୍ୟରେ ଯୋଗ ଦେବା ବାଧ୍ୟତାମୂଳକ ନଥିଲା। କିନ୍ତୁ ବର୍ତ୍ତମାନ୍ ଚୀନ ସରକାର ଚୀନର ନାଗରିକଙ୍କୁ ନୁହେଁ ବରଂ ତିବ୍ବତର ଲୋକଙ୍କୁ ସେନାରେ ଯୋଗ ଦେବା ଲାଗି ବାଧ୍ୟ କରୁଛି।

Advertisment

ଚଳିତ ବର୍ଷ ଅଗଷ୍ଟରୁ ଡୋକଲାମ ନିକଟ ଚୁମ୍ବି ଭ୍ୟାଲିରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି। ନିଯୁକ୍ତି ପରେ ସମସ୍ତ ଯୁବକଙ୍କୁ ଲାସା ଠାରେ ବର୍ଷକ ପାଇଁ ତାଲିମ ମଧ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଛି। ତାଲିମ ପରେ ସେମାନଙ୍କୁ ଭାରତ-ଚୀନ୍ ସୀମାରେ ନିୟୋଜିତ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ପୂର୍ବ ନିଯୁକ୍ତି ଅନୁସାରେ ୧୦୦ ସୈନ୍ୟ ବିଶିଷ୍ଟ ଦୁଇଟି ବ୍ୟାଚ୍ ପ୍ରସ୍ତୁତ କରାଯାଇଥିଲା। ତାଲିମ ପରେ ସେମାନଙ୍କୁ ସୀମାରେ ନିୟୋଜିତ ମଧ୍ୟ କରାଗଲାଣି। ସେମାନଙ୍କୁ ମୁଖ୍ୟତଃ ଗୁଇନ୍ଦାଗିରି କରିବା ପାଇଁ ନିଯୁକ୍ତି କରାଯାଇଛି। ଯାହାକୁ ନେଇ ଚିନ୍ତାରେ ପୂରା ବିଶ୍ୱ। ଚୀନ୍ ଦ୍ୱାରା ପ୍ରସ୍ତୁତ ଏହି ସ୍ପେଶାଲ ଆର୍ମି ୟୁନିଟର ନାମ ମିମାଙ୍ଗ ଚେଟୋନ୍ ଦିଆଯାଇଛି। ତିବ୍ବତରେ ଏହାର ଅର୍ଥ ହେଉଛି ଜନସାଧାରଣଙ୍କ ପାଇଁ କାମ କରିବା। ତେବେ ଯେଉଁ ବ୍ୟାଚ୍ ଗୁଡିକୁ ତାଲିମ ଦିଆଯାଇଛି ସେମାନଙ୍କୁ ବର୍ତ୍ତମାନ ଚମ୍ବି ଉପତ୍ୟକାର ୟୁତୁଙ୍ଗ, ଚିମା, ରିନ୍‌ଚେଁଗଙ୍ଗ୍, ପିବି ଥାଙ୍ଗ ଏବଂ ଫାରିରେ ନିଯୁକ୍ତି କରାଯାଇଛି।

ବାସ୍ତବରେ ଏହି ଯୁବକମାନେ ତିବ୍ବତର କଠିନ ପରିସ୍ଥିତିରେ ଚୀନ୍ ସେନା ସହିତ ଯୁଦ୍ଧ କରିପାରିବେ। ପ୍ୟାଙ୍ଗଙ୍ଗର ଦକ୍ଷିଣ ପାର୍ଶ୍ୱରେ ଭାରତୀୟ ସ୍ୱତନ୍ତ୍ର ସେନ୍ୟ ବାହିନୀର କବଜା ହେବା ପରଠାରୁ ଚୀନ୍‌ ତିବ୍ବତୀୟ ଫୋର୍ସ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଛି। ପୂର୍ବରୁ ଅନେକ ତିବେତ୍ତିଆନ୍ ଯୁବକ ଭାରତୀୟ ସୈନ୍ୟରେ ଅନ୍ତର୍ଭୁକ୍ତ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚୀନର ଏପରି ନିଷ୍ପତ୍ତିକୁ ଦିଦ୍ଦତୀୟମାନେ ଖୁସି ନାହାନ୍ତି। କିନ୍ତୁ ମୁହଁ ଖୋଲିବାକୁ ସାହାସ ଜୁଟାଇପାରୁନାହାନ୍ତି।

Advertisment
India China Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ