Advertisment

ଲିକ ଡକ୍ୟୁମେଣ୍ଟରେ ଖୁଲାସା : ଚୀନ୍ ଜେଲରେ ବନ୍ଦୀ ଅଛନ୍ତି ୧୦ ହଜାରରୁ ଅଧିକ ଉଇଗର

ଲିକ୍ ହୋଇଥିବା ତାଲିକାରେ ପ୍ରତ୍ୟେକ କଏଦୀଙ୍କ ନାମ, ଜନ୍ମ ତାରିଖ, ଜାତି, ପରିଚୟ ପତ୍ର, ଚାର୍ଜ, ଠିକଣା, ଦଣ୍ଡର ସମୟ ଏବଂ ଜେଲ ବିଷୟରେ ସୂଚନା ରହିଛି

ଅଦ୍ୟତନ ହୋଇଛି
leaked-list

leaked-list

Advertisment

ଉଇଗର ମୁସଲମାନଙ୍କ ଉପରେ କମୁନି ଜିନପିଙ୍ଗ ସରକାରଙ୍କ ବର୍ବରତା । ଚୀନ୍ ଦ୍ୱାରା ପୂର୍ବରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ ଚୀନର ସିନଜିଆଙ୍ଗ ଅଞ୍ଚଳରେ ୧୦,୦୦୦ ରୁ ଅଧିକ ଉଇଗର କାରାଗାରରେ ବନ୍ଦ ଅଛନ୍ତି । ଏହି ରିପୋର୍ଟ ନ୍ୟୁଜ୍ ଏଜେନ୍ସି ଏଏଫପି ଦ୍ୱାରା ପ୍ରକାଶ ପାଇଛି । ଚୀନର କମ୍ୟୁନିଷ୍ଟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସିନଜିଆଙ୍ଗ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଏଠାରେ ଅନେକ ଗୁପ୍ତ କୋଠରୀ ସହ ଗୁପ୍ତ ନେଟୱାର୍କ ମଧ ରହିଛି । ଚୀନର ଏହି ଅଞ୍ଚଳରେ ଏକ ମିଲିୟନରୁ ଅଧିକ ଉଇଗରୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ କାରାଗାରରେ ବନ୍ଦୀ ଅଛନ୍ତି ବୋଲି ଅନୁସନ୍ଧାନକାରୀ କହୁଛନ୍ତି ।

Advertisment

ଲିକ୍ ହୋଇଥିବା ତାଲିକାରେ କ’ଣ ଅଛି?

ଲିକ୍ ହୋଇଥିବା ତାଲିକାରେ ପ୍ରତ୍ୟେକ କଏଦୀଙ୍କ ନାମ, ଜନ୍ମ ତାରିଖ, ଜାତି, ପରିଚୟ ପତ୍ର, ଚାର୍ଜ, ଠିକଣା, ଦଣ୍ଡର ସମୟ ଏବଂ ଜେଲ ବିଷୟରେ ସୂଚନା ରହିଛି । ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ତଥ୍ୟକୁ ସୂଚାଉଛି ଏହି ତାଲିକା । 'ସାମାଜିକ ଶୃଙ୍ଖଳାକୁ ଭଣ୍ଡୁର କରିବା, ଗୋଷ୍ଠୀ ନିଆରି କରିବା, 'ଉଗ୍ରବାଦକୁ ପ୍ରୋତ୍ସାହିତ କରିବା' ଏବଂ 'ଉତ୍ତେଜନାମୂଳକ କାର୍ଯ୍ୟ' ପରି ଅନେକ ଅଭିଯୋଗରେ ସେମାନଙ୍କୁ ଜେଲରେ ବନ୍ଦ କରାଯାଇଛି ।

ଜେଲକୁ ତାଲିମ କେନ୍ଦ୍ର କହୁଛି ଚୀନ୍

ପାଶ୍ଚାତ୍ୟ ଦେଶଗୁଡ଼ିକ ଉଇଗର ଉପରେ ବର୍ବରତାଙ୍କୁ ବିରୋଧ କରୁଥିବା ବେଳେ ଚୀନ୍ ଏହାକୁ ଏକ ତାଲିମ କେନ୍ଦ୍ର ବୋଲି କହି କଥା ଘୋଡ଼ାଇବା ପାଇଁ ଚେଷ୍ଟା କରୁଛି । ତେବେ ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିସେଲ ବ୍ୟାଚେଲେଟ୍ ଚଳିତ ମାସରେ ଚୀନ୍‌ର ବର୍ବରତା ସମ୍ପର୍କରେ ଯାଞ୍ଚ କରିବା ପାଇଁ ସିନଜିଆଙ୍ଗ ଗସ୍ତରେ ଯାଉଛନ୍ତି ।

Advertisment

୨୦୧୭ରେ ଇସଲାମିକ୍ ଉଗ୍ରବାଦ ବିରୋଧରେ 'ଷ୍ଟ୍ରାଇକ୍ ହାର୍ଡ' ନାମକ ଅଭିଯାନକୁ ତୀବ୍ର କରିଥିଲା ଚୀନ୍ । ବ୍ରିଟେନର ଶେଫିଲ୍ଡ ୟୁନିଭରସିଟିର ଇଷ୍ଟ ଏସିଆନ୍ ଷ୍ଟଡିଜର ଅଧ୍ୟାପକ ଡେଭିଡ୍ ଟୋବିନଙ୍କ ଅନୁଯାୟୀ ଏହା ଆତଙ୍କବାଦ ବିରୋଧୀ ନୁହେଁ । ଚୀନର ଅଧିକାରୀମାନେ ଘର ଘର ଯାଇ ଲୋକଙ୍କୁ ତାଲିମ କେନ୍ଦ୍ରକୁ ନେଇ ଯାଉଛନ୍ତି । ପ୍ରକୃତ କଥା ହେଉଛି ଚୀନ୍ ସ୍ପଷ୍ଟ ରୂପରେ ଗୋଟିଏ ସମ୍ପ୍ରଦାୟକୁ ଟାର୍ଗେଟ କରୁଛି।

China Xinjiang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ