Advertisment

Water Bomb:ସୀମାରେ ଚୀନ୍ ତିଆରି କରୁଛି ୱାଟର ବମ୍, ଭାରତ ପାଇଁ ହୋଇପାରେ ଘାତକ

ଭାରତ ପାଇଁ ବୋମା ତିଆରି କରୁଛି ଚୀନ୍ । ଏହାକୁ ଦରକାର ବେଳେ ଅସ୍ତ୍ର ଭାବେ ବ୍ୟବହାର କରିବ କି? କାହିଁକି ଏମିତି ଆଶଙ୍କା କରୁଛନ୍ତି ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ।

China Bomb

China Bomb

Advertisment

ଚୀନ ତିବ୍ଦତରେ ବ୍ରହ୍ମପୁତ୍ର ନଦୀରେ ଏକ ବିଶାଳ ଜଳବିଦ୍ୟୁତ ପ୍ରକଳ୍ପର ନିର୍ମାଣ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛି । ଏହା ଭାରତର ଅରୁଣାଚଳ ପ୍ରଦେଶ ରାଜ୍ୟ ନିକଟବର୍ତ୍ତୀ। ଚୀନର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ନିଙ୍ଗଚି ସହର ନିକଟରେ ଏହି ପ୍ରକଳ୍ପର ଭୂମିପୂଜନ କରିଛନ୍ତି । ଗତ ଡିସେମ୍ବର ମାସରେ ଅନୁମୋଦିତ ହୋଇଥିବା ଏହି ପ୍ରକଳ୍ପଟି ବିଶ୍ୱର ସବୁଠାରୁ ବୃହତ୍ତମ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଭାବେ ଗଣାହେଉଛି । ଏହି ବିଶାଳ ଜଳବିଦ୍ୟୁତ କମ୍ପ୍ଲେକ୍ସରେ ପାଞ୍ଚଟି କ୍ୟାସକେଡ ପାୱାର ଷ୍ଟେସନ ରହିବ । ଏଥିରେ ମୋଟ ଆନୁମାନିକ ୧.୨ ଟ୍ରିଲିୟନ ୟୁଆନ (ପ୍ରାୟ ୧୬୭.୮ ବିଲିୟନ ଡଲାର) ନିବେଶ କରିବ ଚୀନ୍ । ଏହା ସମ୍ପୂର୍ଣ୍ଣ ହେଲେ, ବାର୍ଷିକ ୩୦୦ ବିଲିୟନ କିଲୋୱାଟ-ଘଣ୍ଟାରୁ ଅଧିକ ବିଦ୍ୟୁତ ଉତ୍ପାଦନ କରିବ । ଏହି ଉତ୍ପାଦିତ ବିଦ୍ୟୁତ ୩୦୦ ନିୟୁତରୁ ଅଧିକ ଲୋକଙ୍କୁ ବିଦ୍ୟୁତ ଯୋଗାଇବାକୁ ସକ୍ଷମ ହେବ ।

Advertisment

ଜଳବିଦ୍ୟୁତ ଷ୍ଟେସନଟି ହିମାଳୟର ଏକ ପ୍ରମୁଖ ପାହାଡିଆ ଖାତରେ ନିର୍ମାଣ ହେବ । ସେଠାରେ ବ୍ରହ୍ମପୁତ୍ର ନଦୀ ଅରୁଣାଚଳ ପ୍ରଦେଶ ଏବଂ ପରେ ବାଂଲାଦେଶକୁ ପ୍ରବାହିତ ହେବା ପୂର୍ବରୁ U-ଆକାରରେ ମୋଡ଼ ନେଇଥାଏ।

ଏହି ପ୍ରକଳ୍ପ ନିମ୍ନରେ ଥିବା ଭାରତ ଏବଂ ବାଂଲାଦେଶ ପାଇଁ ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିପାରେ । ଏହା ଭାରତ-ଚୀନ ସୀମା ନିକଟବର୍ତ୍ତୀ ସ୍ଥାନ । ଏହା ସକ୍ରିୟ ଟେକ୍ଟୋନିକ ସୀମାରେ ପଡୁଥିବାରୁ ଭୂମିକମ୍ପର ମଧ୍ୟ ଆଶଙ୍କା ରହିଛି । ଏହା ଏକ ସମ୍ୱେଦନଶୀଳ ସ୍ଥାନ ।

Advertisment

ଭାରତର ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ ଚୀନକୁ ଅନୁରୋଧ କରିଛି ଯେ ନଦୀର ଉପରମୁଣ୍ଡରେ ଏଭଳି କାର୍ଯ୍ୟକଳାପ ତଳମୁଣ୍ଡରେ ଥିବା ଦେଶଗୁଡ଼ିକର ସ୍ୱାର୍ଥକୁ ନକାରାତ୍ମକ ଭାବେ ପ୍ରଭାବିତ ନ କରୁ। ଜବାବରେ ବେଜିଂ କହିଛି ଯେ ନଦୀବନ୍ଧ କୌଣସି "ନକାରାତ୍ମକ ପ୍ରଭାବ" ସୃଷ୍ଟି କରିବ ନାହିଁ । ତଳମୁଣ୍ଡରେ ଥିବା ଦେଶଗୁଡ଼ିକ ସହିତ ପାଣି ସଂପର୍କରେ ନିରନ୍ତର ଯୋଗାଯୋଗରେ ରହିବ ।

ତେବେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଆଶଙ୍କା କରିଛନ୍ତି ଯେ ସୀମା ନିକଟରେ ଚୀନର ମେଗା-ବନ୍ଧ ଏକ ଗମ୍ଭୀର ବିପଦ ସୃଷ୍ଟି କରିବାକୁ ଯାଉଛି । ଏହାକୁ ସେ ଏକ "ଟିକିଂ ଓ୍ୱାଟର ବୋମା" ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହା ସ୍ଥାନୀୟ ଜନଜାତି ଏବଂ ଜୀବିକାକୁ ବିପଦରେ ପକାଇପାରେ । ଚୀନ୍ ସାମରିକ ବିପଦ ମଧ୍ୟ ସୃଷ୍ଟି କରିପାରେ । କାରଣ ଚୀନକୁ କେବେ ବି ବିଶ୍ୱାସ କରାଯାଇପାରିବ ନାହିଁ । ଏହି ବନ୍ଧକୁ ଚୀନ୍ ଏକ ଅସ୍ତ୍ର ଭାବେ ବ୍ୟବହାର କରିପାରେ।

Advertisment

ଭାରତ ମଧ୍ୟ ଅରୁଣାଚଳ ପ୍ରଦେଶରେ ବ୍ରହ୍ମପୁତ୍ର ନଦୀରେ ନିଜସ୍ୱ ଜଳବିଦ୍ୟୁତ ପ୍ରକଳ୍ପ ବିକାଶ କରୁଛି । ଏହା ଆଞ୍ଚଳିକ ଭିତ୍ତିଭୂମି ବିକାଶର ଏକ ଅଂଶ। ଭାରତ ଏବଂ ଚୀନ ୨୦୦୬ ମସିହାରେ ଏକ୍ସପର୍ଟ ଲେଭେଲ ମେକାନିଜମ (ଇଏଲଏମ) ପ୍ରତିଷ୍ଠା କରିଥିଲେ । ଏହାଦ୍ୱାରା ଚୀନ୍ ବର୍ଷା ଦିନେ ଭାରତକୁ ବ୍ରହ୍ମପୁତ୍ର ଏବଂ ସତଲେଜ ନଦୀର ଜଳ ପରିମାଣ ସଂପର୍କରେ ଜଣାଇଥାଏ ।

ଏବେ ଚୀନର ଏହି ନଦୀବନ୍ଧଟି ଅତ୍ୟଧିକ ବର୍ଷା ହେଉଥିବା ଅଞ୍ଚଳରେ ତିଆରି ହେଉଛି । 

ଅଧିକ ପଢ଼ନ୍ତୁ: ଆପ୍ ଜରିଆରେ ପାକିସ୍ତାନରୁ ଆସୁଥିଲା ଆତଙ୍କବାଦୀଙ୍କ ମେସେଜ୍, ନେଟୱାର୍କ ଭାଙ୍ଗିଦେଲା ପୋଲିସ୍

India China Brahmaputra River Hydropower Project On Brahmaputra River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ